ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ । ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରାଧାକ୍ରିଷ୍ଣନ୍ ତାଙ୍କ ପ୍ରତିଦ୍ୱନ୍ଦୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ରାଧାକ୍ରିଷ୍ଣନଙ୍କୁ ୪୫୨ ପ୍ରଥମ ପସନ୍ଦ ଭୋଟ ମିଳିଥିବା ବେଳେ ଜଷ୍ଟିସ୍ ରେଡ୍ଡୀଙ୍କୁ ମିଳିଛି ୩୦୦ ଭୋଟ ।
ଉପରାଷ୍ଟ୍ରପତି ନିର୍ବାଚନରେ ୯୮.୨% ମତଦାନ ହୋଇଥିବା ଫଳାଫଳ ଘୋଷଣା କରି ରାଜ୍ୟସଭା ମହାସଚିବ ପି.ସି ମୋଦୀ କହିଛନ୍ତି । ବିଜେଡି, ବିଆରଏସ୍ ଭୋଧାନରୁ ନିବୃତ୍ତ ରହିଥିଲେ । ଅନ୍ୟପକ୍ଷରେ ନିର୍ବାଚନରେ ୧୯ କ୍ରସ୍ ଭୋଟିଂ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।