ଭୁବନେଶ୍ୱର: ୧୩ ଟି ନିଗମ/ବୋର୍ଡରେ ରାଜ୍ୟ ସରକାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହାଛଡ଼ା ଜଣେ ଉପାଧ୍ୟକ୍ଷ ଏବଂ ଜଣେ ଉପଦେଷ୍ଟାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ବିଭିନ୍ନ ବିଭାଗରେ ୮ ଜଣଙ୍କୁ ଉପଦେଷ୍ଟା ନିଯୁକ୍ତି ମିଳିଛି । ରାଜ୍ୟ ଯୋଜନା ବୋର୍ଡରେ ୩ ଜଣ ବରିଷ୍ଠ ନେତାଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ କ୍ୟାବିନେଟ୍ ଏବଂ ଜଣେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଯୁକ୍ତି ପାଇଥିଲା ବେଳେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷ ଭାବେ ମିନତୀ ବେହେରାଙ୍କୁ ପୁନଃ ନିଯୁକ୍ତି ମିଳିଛି । ଉକ୍ରଳ ପ୍ରସଙ୍ଗ ଏବଂ ଉକ୍ରଳ ରିଭ୍ୟୁର ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର ନିଯୁକ୍ତି ପାଇଛନ୍ତି ।
ନିଗମ/ବୋର୍ଡ
୧. କଳିକେଶ ନାରାୟଣ ସିଂହଦେଓ- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
୨. ପ୍ରଭାତ ଆଦିତ୍ୟ ମିଶ୍ର- ଅଧ୍ୟକ୍ଷ, ଆପିକଲ୍
୩. ଡି.ବିଶ୍ୱନାଥ- ଅଧ୍ୟକ୍ଷ, ଓଆରଏଚଡିସି
୪. ଲେନିନ ମହାନ୍ତି- ଅଧ୍ୟକ୍ଷ, ଓଟିଡିସି
୫. ଅମରେଶ ପତ୍ରୀ- ଅଧ୍ୟକ୍ଷ, ଉଠାଜଳସେଚନ ନିଗମ
୬. ସୁବାସ ମହାରଣା- ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ
୭. ବିଜୟ ନାୟକ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୮. ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିସ୍ ନିଗମ
୯. ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ଓଡ଼ିଶା ଚଳଚିତ୍ର ନିଗମ
୧୦. ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ଓବି ଆଣ୍ଡ ଓସିଡବ୍ଲୁଡବ୍ଲୁ
୧୧. ଚିନ୍ମୟ ସାହୁ- ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
୧୨. ମିନତୀ ବେହେରା- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ମହିଳା କମିସନ
୧୩. ସଂଗ୍ରାମ ପାଇକରାୟ- ଅଧ୍ୟକ୍ଷ, ଓଡ଼ିଶା ଖଦୀ ବୋର୍ଡ
୧୪. ସୁରେନ୍ଦ୍ର ପ୍ରଧାନ- ଉପଦେଷ୍ଟା, ଏଗ୍ରିକଲଚର ମାର୍କେଟିଂ ବୋର୍ଡ
୧୫. କୁନ ବିହାରୀ ଦାସ- ଅଧ୍ୟକ୍ଷ, ୟୁଥ୍ ୱେଲଫେୟାର ବୋର୍ଡ
୧୬. ସନ୍ତୋଷ ବେଜ୍- ଉପାଧ୍ୟକ୍ଷ, ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ନିଗମ
ଉପଦେଷ୍ଟା
୧. ଡ. ରାମଚନ୍ଦ୍ର ପଣ୍ଡା- କୃଷି ଓ କୃଷକ ସଶକ୍ତିକରଣ ବିଭାଗ
୨. ଅନୁଭବ ପଟ୍ଟନାୟକ- ଇଲେକଟ୍ରୋନିକ୍ସ ଏବଂ ଆଇଟି ବିଭାଗ
୩. ସୁଧୀର ଦାସ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୪. ଶ୍ରୀମତୀ ନିବେଦିତା ନାୟକ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୫. ଡ. ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି
୬. ଶ୍ରୀମତୀ ଗୀତା ବସ୍ତିଆ- ମିଶନ ଶକ୍ତି
୭. ଶ୍ରୀମତୀ ସରୋଜିନୀ ହେମ୍ବ୍ରମ- ଏସଟି/ଏସସି ଉନ୍ନୟନ
୮. ଶ୍ରୀମତୀ ସୁମିତ୍ରା ଜେନା- ମହିଳା ଏବଂ ଶିଶୁ କଲ୍ୟାଣ
ରାଜ୍ୟ ଯୋଜନା ବୋର୍ଡ
୧. ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ- ସଦସ୍ୟ(କ୍ୟାବିନେଟ୍ ପାହ୍ୟା)
୨. ଡ. ପ୍ରସନ୍ନ ପାଟ୍ଟଶାଣୀ- ସଦସ୍ୟ(କ୍ୟାବିନେଟ୍ ପାହ୍ୟା)
୩. ସାଧୁ ନେପାକ- ସଦସ୍ୟ(ରାଷ୍ଟ୍ରମନ୍ତ୍ରୀ ପାହ୍ୟା)
୪. ରଘୁନାଥ ନାଇଡୁ- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ,ଗଞ୍ଜାମ
୫. ତୁମ୍ବନାଥ ପଣ୍ଡା- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ଗଞ୍ଜାମ
୬. ସାରଦା ଜେନା- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ଜଗତସିଂହପୁର
୭. ଜିତେନ୍ଦ୍ର ମହାନ୍ତି- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ମୟୁରଭଞ୍ଜ
ଡ. ପ୍ରଦୀପ ମାଝୀ- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)
ମିନତୀ ବେହେରା- ଅଧ୍ୟକ୍ଷା, ରାଜ୍ୟ ମହିଳା କମିସନ
କସ୍ତୁରୀ ମହାପାତ୍ର- ସମ୍ପାଦକ, ଉତ୍କଳ ପ୍ରସଙ୍ଗ/ଓଡ଼ିଶା ରିଭ୍ୟୁ
ପବିତ୍ର ପଣିଗ୍ରାହୀ- ଅଧ୍ୟକ୍ଷ, ଗଞ୍ଜାମ ରିଜିଓନାଲ୍ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ
ଅବନୀକାନ୍ତ ସାହୁ- ଅଧ୍ୟକ୍ଷ, ତାଳଚେର ଅନୁଗୁଳ ମେରାମୁଣ୍ଡଳୀ ଅଥରିଟି(ତାମଡ଼ା)