Tuesday, April 21, 2026 11:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

by Our Correspondent
09 Oct, 2022- 07:01 PM
in Crime, Latest News, News
1 min read
0
ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫର ୫ ଦିନ ପରେ ଆଜି ପୁଲିସ ମୁହଁ ଖୋଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅର୍ଚ୍ଚନାଙ୍କ ବିରୋଧରେ ଗତ ୨ ତାରିଖରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ବ୍ୟକ୍ତିଗତ ଫଟୋକୁ ରଖି ଅର୍ଚ୍ଚନା ବ୍ଲାକମେଲ୍ କରୁଥିବା ତାଙ୍କର ଅଭିଯୋଗ ଥିଲା । ଅର୍ଚ୍ଚନାଙ୍କ ନାଁରେ କେସ୍ ନଂ ୪୯୬/୨୨ ଏବଂ ଦଫା ୩୮୭, ୪୨୦, ୫୦୬ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

ଡିସିପି କହିଛନ୍ତି ଘଟଣାର ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଅର୍ଚ୍ଚନାଙ୍କ ଘରୁ ପେନଡ୍ରାଇଭ, ଲାପଟପ୍, ପାସବୁକ୍ ଜବତ ହୋଇଛି । ତାଙ୍କର ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ଆରବିଆଇକୁ ମଗାଯାଇଛି । କେଉଁମାନେ ବ୍ଲାକମେଲର ଶିକାର ହେଉଛନ୍ତି ତାହାର ତଦନ୍ତ ହେଉଛି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବା ଲାଗି ନୋଟିସ୍ ହୋଇଛି । ଦରକାର ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ।

ସାମ୍ବାଦିକ ସମ୍ମିଳନୀରେ ଡିସିପିଙ୍କ ଏହି ମାପଚୁପା ବୟାନରୁ କୌଣସି ନୂଆ ତଥ୍ୟ ଉନ୍ମୋଚିତ ହୋଇ ନ ଥିଲେ ମଧ୍ୟ ମାମଲାଟି ସାଂଘାତିକ ଝଡ ସୃଷ୍ଟି କରିସାରିଲାଣି । ଅର୍ଚ୍ଚନାଙ୍କ ଇମେଲ୍ ଆଇଡିରେ ୬୪ ଜଣ ରାଜନେତାଙ୍କ ଅଶ୍ଲୀଳ ଫଟୋ ରହିଥିବା କୁହାଯାଉଥିବାରୁ ମାମଲାର ଗମ୍ଭୀରତା ବାରି ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ, ଅର୍ଚ୍ଚନା ୨୦୧୮ ରୁ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଚଳାଇଥିଲେ ଏବଂ ପ୍ରଭାବଶାଳୀ ଲୋକଙ୍କୁ ବ୍ଲାକମେଲିଂ କରି ପ୍ରଚୁର ଅର୍ଥ ଶୋଷୁଥିଲେ । କୋଲକତା ଓ ମୁମ୍ବାଇରୁ ସୁନ୍ଦରୀ ଯୁବତୀଙ୍କୁ ଆଣି ଏହି ବେପାର କରୁଥିଲେ ।

ତାଙ୍କ ଜାଲରେ ପଡିଥିବା ଜଣ ଜଣ ପ୍ରଭାବଶାଳୀ ନେତା, ଗହଣା ବ୍ୟବସାୟୀ, ବିଲଡର ଏବଂ ସରକାରୀ ଅଧିକାରୀଙ୍କ ଏକାଧିକ ଫଟୋ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି । କିଛି ନେତା ଗଣମାଧ୍ୟମରେ ନିଜକୁ ବଞ୍ଚାଇବାକୁ ସେହି ମହିଳାଙ୍କୁ ଆଦୌ ଚିହ୍ନି ନାହାନ୍ତି ବୋଲି ସଫେଇ ଦେବାକୁ ଆରମ୍ଭ କରିଛନ୍ତି ।

ଯେମିତି କି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କର ଗଣ୍ଡା ଗଣ୍ଡା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ସେ ସିଧା ସିଧା ତାହାକୁ ଉଡ଼େଇ ଦେଇଛନ୍ତି । ସେ କିଏ ମୁଁ ଜାଣିନି ବୋଲି ଗୋଟିଏ ପଦରେ ଛିଣ୍ଡାଇ ଦେଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ୍ ଓରାମ୍ ମଧ୍ୟ ଅନୁରୂପ ସଫେଇ ଦେଇଛନ୍ତି ।

ବିଜେପିର ଆଉ ଜଣେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ତାଙ୍କ ପତ୍ନୀ ସାଂସଦ ସଙ୍ଗୀତା ସିଂହଦେଓଙ୍କ ବିରୋଧରେ ରାଣୀ ମହୁମାଛି ଅର୍ଚ୍ଚନା ୨୦୨୦ ନଭେମ୍ବର ୨୫ ତାରିଖରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସେ ସଂକ୍ରାନ୍ତରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା । ମାତ୍ର ସେହି କେସ୍ ଟି କ’ଣ ଏବଂ ତାହାର ତଦନ୍ତ କାହିଁକି ଅଟକିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ ।

ଆଉ ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ମଧ୍ୟ ଅର୍ଚ୍ଚନାଙ୍କ ହନିଟ୍ରାପ୍ ରେ ଫସିଥିବା ଜଣାପଡ଼ିଛି । ଗତବର୍ଷ ମଞ୍ଚେଶ୍ୱର ଥାନାକୁ ଏହି କେସ୍ ଯାଇଥିଲା । ମାତ୍ର ତତ୍କାଳୀନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପରେ ମାମଲା ରଫାଦଫା ହୋଇଥିବା ଚର୍ଚ୍ଚା ହେଉଛି ।

ରାଣୀ ମହୁମାଛି ଅର୍ଚ୍ଚନାଙ୍କ ସହ ସୂର୍ଯ୍ୟ ପାତ୍ରଙ୍କର କି ପ୍ରକାରର ସମ୍ପର୍କ ଥିଲା ତାହାକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ସତ୍ୟବିହାର ରାଜ ଉଆସ ଭଳି ଘରର ପ୍ରତିଷ୍ଠା ଉତ୍ସବରେ ସେ ମୁଖ୍ୟ ଅତିଥି ଥିଲେ । ସେଦିନ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଶ୍ରୀ ପାତ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ତାଙ୍କୁ ଏକ ବଡ଼ ପିତ୍ତଳ ଥାଳିରେ ଠିଆ କରାଇ ତାଙ୍କ ଗୋଡକୁ ଫୁଲ ଚନ୍ଦନ ପାଣିରେ ଧୋଇଥିଲେ । ସେହି ପ୍ରତିଷ୍ଠା ଉତ୍ସବରେ ବହୁ ନାମୀଦାମୀ ରାଜନେତା, ବ୍ୟବସାୟୀ, ଖଣି ମାଲିକ, ଫିଲ୍ମ ପ୍ରଯୋଜକ ଯୋଗ ଦେଇଥିଲେ । ଅତିଥିଙ୍କୁ ୭୦ ପ୍ରକାରର ବ୍ୟଞ୍ଜନ ପରସା ଯାଇଥିଲା । ତାକୁ ପ୍ରସ୍ତୁତ କରିବା ପାଇଁ କୋଲକତାରୁ ରୋଷେୟା ଆସିଥିଲେ ।

ତଦନ୍ତରେ ସାମିଲ ଜଣେ ପୁଲିସ ଅଧିକାରୀଙ୍କ ଗୋପନ ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କ ସହ ଜଣେ ବରିଷ୍ଠ ରାଜନେତାଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଏକ ଭିଡ଼ିଓ ରହିଛି । ଦେଢ଼ଘଣ୍ଟା ଅବଧିର ଏହି ଭିଡିଓକୁ ଦେଖାଇ ଅର୍ଚ୍ଚନା ତାଙ୍କୁ ପରବର୍ତ୍ତୀ ସମୟରେ ବ୍ଲାକମେଲିଂ କରିଥିଲେ । ନିଜର ଇଜ୍ଜତ ଓ ପଦ ବଞ୍ଚାଇବା ପାଇଁ ସେ ଅର୍ଚ୍ଚନାଙ୍କ ଦାବି ମୁତାବକ ୫ କୋଟି ଟଙ୍କା ଗଣି ଦେଇଥିଲେ । ଏହି ନେତାଙ୍କ ନାଁ ସଂପୃକ୍ତ ପୁଲିସ ଅଧିକାରୀ ଗୋପନ ରଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଘଟଣା ତାଙ୍କ ପଦ ନେଇଯାଇଥିବା ଇଙ୍ଗିତ କରିଛନ୍ତି ।

ଅନ୍ୟପକ୍ଷରେ ରାଜଧାନୀର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ୩ କୋଟି ଟଙ୍କା ନେଇଥିବା ବେଳେ ଜଣେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀଙ୍କଠାରୁ ମଧ୍ୟ କୋଟି କୋଟି ଟଙ୍କା ନେଇଛନ୍ତି । ସଂପୃକ୍ତ ବ୍ୟବସାୟୀ ତାଙ୍କ ଘରେ ବିଦେଶୀ ଆସବାବପତ୍ର ଖଞ୍ଜି ଦେଇଥିବା ବେଳେ ତାଙ୍କୁ ମୁମ୍ବାଇ ନେଇ ଅତ୍ୟାଧୁନିକ ଲେଜର ଚିକିତ୍ସା ଦ୍ୱାରା ତାଙ୍କ ଶରୀରକୁ ଅଧିକ ଆକର୍ଷଣୀୟ କରାଇଥିଲେ ।

ମାଳ ମାଳ ନେତା, ବ୍ୟବସାୟୀ, ବିଲଡର ଏବଂ ଅଧିକାରୀଙ୍କ ଛଡ଼ା ଅର୍ଚ୍ଚନାଙ୍କ ଗରାଖ ତାଲିକାରେ ଏକାଧିକ ପୁଲିସ ଇନସପେକ୍ଟର/ ଏସିପି ବି ଅଛନ୍ତି । ଅର୍ଚ୍ଚନା ସେମାନଙ୍କ ସହାୟତାରେ ନିଜର କଳାସାମ୍ରାଜ୍ୟକୁ ଆହୁରି ବିସ୍ତାରିତ କରିଥିବା ଏକ ସୂତ୍ରରୁ ସୂଚନା ମିଳିଛି ।

Previous Post

ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

Next Post

ନିଗମ/ବୋର୍ଡରେ ନୂଆ ଅଧ୍ୟକ୍ଷ

Next Post
ନିଗମ/ବୋର୍ଡରେ ନୂଆ ଅଧ୍ୟକ୍ଷ

ନିଗମ/ବୋର୍ଡରେ ନୂଆ ଅଧ୍ୟକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA