ଭୁବନେଶ୍ୱର: ପୁରୀ ବାଇ ପାସ୍ ରୋଡ୍, ଭୁବନେଶ୍ୱର (ଶିରିଡି ସାଇ ମନ୍ଦିର ଛକ ନିକଟରେ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଆଜି ଉଦଘାଟିତ ହୋଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍ ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର ଗ୍ରାହକମାନଙ୍କୁ ସେବା ଯୋଗାଇବ । କିଆ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଶ୍ରୀଯୁକ୍ତ କ୍ୟୁଙ୍ଗ ମିନ୍ କିମ୍ ଏବଂ ଶ୍ରୀଯୁକ୍ତ ସୁପ୍ରୀଥ୍ ଆର. (ଆରଜିଏମ) ଏହାର ଉଦଘାଟନ କରିଛନ୍ତି। ଏଏସ୍ଏମ ଅଂଶୁମାନ ଦାଶ ଏବଂ ତୃପ୍ତି କିଆ ର ଏମଡି ବଦ୍ରି ନାରାୟଣ ସାମନ୍ତରାୟ ଉପସ୍ଥିତ ଥିଲେ ।
ଆମେ ଆନନ୍ଦର ସହିତ ଗ୍ରାହକମାନଙ୍କୁ ସେବା ଯୋଗାଇବା ପାଇଁ ସକ୍ରିୟ ଏବଂ ଆଜି ଉଦଘାଟନ ହୋଇଥିବା ଏହି ନୂତନ ଆଉଟଲେଟ୍ ସର୍ବାଧିକ ବଜାର ଅଂଶ ହାସଲ କରିବା ପାଇଁ ଏକ ଭଲ ସଂଖ୍ୟା ଯୋଡ଼ିବ ବୋଲି ମହାପ୍ରବନ୍ଧକ ଶ୍ରୀଯୁକ୍ତ ଗୋପାଳ ସିଂହ କହିଛନ୍ତି।