ଭୁବନେଶ୍ୱର: କଳିଙ୍ଗ ସେନାର ସାଂଗଠନିକ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଦଳର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି । ୭ ଉପସଭାପତି, ୮ ସାଧାରଣ ସମ୍ପାଦକ, ୯ ସମ୍ପାଦକ ଏବଂ ୭ ଜଣ ରାଜ୍ୟ କମିଟିକୁ ନିର୍ବାଚିତ ହୋଇଛନ୍ତି ।
ନବ ନିର୍ବାଚିତ ରାଜ୍ୟ ଉପସଭାପତି ମାନେ ହେଲେ ଦିଗମ୍ବର ବିଶ୍ୱାଳ, ବିଜୟ ରାଜ, ହେମନ୍ତ ସିଂହ, ଅବଦୁଲ କୟୁମ୍ ଖାନ୍, ପ୍ରମୋଦ ରାଉତରାୟ, ନିରଞ୍ଜନ ମହାନ୍ତ, ପ୍ରଦୀପ କୁମାର ସାହୁ ।
ରାଜ୍ୟ ସାଧାରଣ ସମ୍ପାଦକ- ଇଂ ସ୍ୱାତିଶ ରଞ୍ଜନ ସାହୁ, ଇଂ ମନୋଜ କୁମାର ନାୟକ, ଗୌରାଙ୍ଗ ପ୍ରଧାନ, ସିଦ୍ଧାର୍ଥ ଦାସ, ରାକେଶ ମହାନ୍ତି, କ୍ଷୀରୋଦ କୁମାର ଦାସ, ରେଣୁବାଳା ମହାନ୍ତି, ସୁବୋଧ କୁମାର ସାହୁ ।
ରାଜ୍ୟ ସମ୍ପାଦକ- ଦୁର୍ଯୋଧନ ପରିଡ଼ା, ରଞ୍ଜିତ ସାମଲ, ମମତା ମହାନ୍ତି, ଗୁଣମଣି ମହାନ୍ତି, ଆଶୁତୋଷ ସ୍ୱାଇଁ, ପ୍ରଫୁଲ୍ଲ ପରିଡ଼ା, ବରେନ୍ ଦାସ, ବିକ୍ରମ ପ୍ରଧାନ, ସତ୍ୟଭାମା ବିହାରୀ ।
କଳିଙ୍ଗ ସେନା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଉତ୍ସବରେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ସୁପ୍ରିମୋ ହେମନ୍ତ ରଥ ଦଳର ଆଭିମୁଖ୍ୟ ଘୋଷଣା କରିଥିଲେ । ଓଡ଼ିଶାବାସୀ କଳିଙ୍ଗ ସେନାକୁ ଆଶୀର୍ବାଦ କଲେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରାଯିବ । ରାଜ୍ୟର ସମସ୍ତ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଥିଲେ ।
ନିର୍ବାଚନ ଅଧିକାରୀ ଭାବେ ଦଳର ଏହି ସାଂଗଠନିକ ନିର୍ବାଚନର ପରିଚାଳନା ଓ ଫଳାଫଳ ଘୋଷଣା କରିଥିଲେ ବିଶିଷ୍ଟ ନାଟ୍ୟକାର ତଥା ସ୍ତମ୍ଭକାର ବିଜୟ ଦାସ ।