Thursday, July 2, 2026 03:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮୦% ଆତ୍ମହତ୍ୟା ରୋକାଯାଇପାରିବ

by Our Correspondent
10 Sep, 2022- 09:58 PM
in Latest News, News
1 min read
0
୮୦% ଆତ୍ମହତ୍ୟା ରୋକାଯାଇପାରିବ

ଭୁବନେଶ୍ୱର: ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ ସେମାନଙ୍କର ମାନସିକ ସ୍ଥିତି ବିଷୟରେ କେତେକ ସଂକେତ ଦେଇଥାନ୍ତି । ତେବେ ଏଭଳି ସଂକେତ ପାଇବା କ୍ଷଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଆତ୍ମହତ୍ୟାଜନିତ ମୃତ୍ୟୁକୁ ଅଟକାଇ ହେବ। ଅଧିକାଂଶ ଯୁବବର୍ଗ ତାଙ୍କ ମାନସିକ ଅବସ୍ଥା ନେଇ ପୂର୍ବ ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟ, ସହକର୍ମୀ, ଶିକ୍ଷକ କିମ୍ବା ବନ୍ଧୁମାନେ ଏହାକୁ ଅଣଦେଖା କରିଥାନ୍ତି ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ।

ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ମେଂଟାଲ୍ ହେଲଥ ନର୍ସିଂ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ସାହୁ । ଏହି ଆତ୍ମହତ୍ୟାକୁ ରୋକାଯାଇପାରିବ ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିପଦସଂକୁଳ ସଂକେତଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଏଭଳି ଚରମ ନିଷ୍ପତି ନେବାକୁ ଯାଉଥିବା ବ୍ୟକ୍ତିଙ୍କୁ ରୋକାଯିବା ଜରୁରୀ । ଯଦି କେହି ବେଶୀ ଦିନ ରହିବ ନାହିଁ ବୋଲି କହୁଛି ବା ବିଦାୟ ନେବା ପାଇଁ ବନ୍ଧୁଙ୍କୁ ଦେଖାକରୁଛି ବା ନିଜର ଆସବାବପତ୍ର ଅନ୍ୟମାନଙ୍କୁ ଦେଇ ଦେଉଛି ତେବେ ଏହାକୁ ଗୁୁରୁତ୍ୱ ସହ ନେବା ଉଚିତ୍ । ୩୫ ପ୍ରତିଶତ ଆତ୍ମହତ୍ୟା ମାମଲା ପାରିବାରିକ ସମସ୍ୟା ଓ କଳହ ଯୋଗୁଁ ଘଟିଥାଏ ବୋଲି ସେ କହିଛନ୍ତି । ତେଣୁ ଜଣେ ମଣିଷର ଭାବନାକୁ ବୁଝିବା ସହ ସେ କରୁଥିବା ଅଭିଯୋଗ ଗୁରୁତ୍ୱ ସହ ନେବା ଉଚିତ୍ । ତାଙ୍କୁ ଏକୁଟିଆ ଛାଡିବା ଉଚିତ୍ ନୁହେଁ ଏବଂ ଯଦି ସମସ୍ୟା ଅଧିକ ଗୁରୁତର ହୋଇଥାଏ ତେବେ ଖୁବ୍ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ଡାକ୍ତର ସାହୁ କହିଛନ୍ତି ।

ମାନସିକ ଚାପ, ଆତ୍ମହତ୍ୟା ପ୍ରବଣତା, ପରିବାର ଏବଂ ବନ୍ଧୁଙ୍କ ସହଯୋଗ ହରାଇବା, ଏକୁଟିଆ ରହିବା, ବେରୋଜଗାରୀ, ନିଶା ଏବଂ ମାଦକ ଦ୍ରବ୍ୟ ସେବନ ଓ ମାନସିକ ଚାପ ପ୍ରଭୃତି ହିଁ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।

୧୫ ରୁ ୨୪ ବର୍ଷର ଯୁବପିଢ଼ିଙ୍କ କ୍ଷେତ୍ରରେ ଘଟୁଥିବା ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା । ଆତ୍ମହତ୍ୟା ଜନିତ ମୃତ୍ୟୁର ଦୁଇ ତୃତୀୟାଂଶ ୧୮ରୁ ୨୪ ବର୍ଷ ବୟସର ଯୁବପିଢ଼ିଙ୍କ କ୍ଷେତ୍ରରେ ଘଟିଥାଏ ।

ଆତ୍ମହତ୍ୟା କରିବା ପୂର୍ବରୁ ଏହାର ଲକ୍ଷଣ ପ୍ରାୟତଃ ଦେଖାଯାଇଥାଏ । ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ମାନସିକ ଚାପରେ ଥିବା ସମୟରେ ଆତ୍ମହତ୍ୟା ଉଦ୍ୟମ କରିଥାଏ । ତେବେ ସେହି ଘଡିସନ୍ଧି ମୁହୂର୍ତରେ ଯଦି ସେହି ଚାପରୁ ବାହାର କରିବା ପାଇଁ ସାହାଯ୍ୟ କରାଯାଏ ତେବେ ତାଙ୍କର ଜୀବନ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଶିବଶକ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଧ୍ୟାତ୍ମିକ ମାର୍ଗ ଦ୍ୱାରା ହିଁ ଆତ୍ମହତ୍ୟା ଭଳି ସମସ୍ୟାକୁ ରୋକା ଯାଇପାରିବ । ତେଣୁ ଧ୍ୟାନ ଦ୍ୱାରା ସକାରାତ୍ମକ ମନୋବୃତି ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ସୋଆ ନର୍ସିଂ କଲେଜର ଡିନ୍ ପ୍ରଫେସର ପ୍ରଭାତି ତ୍ରୀପାଠି ଏବଂ ଆସୋସିଏଟ୍ ଡିନ୍ ଡକ୍ଟର ସସ୍ମିତା ଦାସ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ମାନସିକ ଚାପ ଏବଂ ଅସହାୟତା ସମ୍ପର୍କିତ ନାଟକ ପରିବେଷଣ କରିଥିଲେ ।

Previous Post

ସିବିଆଇ ଛାଟ ଦେଖାଇଲେ ଟୁଡୁ

Next Post

କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

Next Post
କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA