Friday, June 5, 2026 11:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅବହେଳିତ ନିଷ୍ପେସିତ ମହିଳାଙ୍କ ସ୍ୱର ହେବ ବିଜୁ
ମହିଳା ଜନତା ଦଳ: ସ୍ନେହାଙ୍ଗିନୀ

୧୫ ମାସରେ, ରାଜ୍ୟରେ ୪୦୦୦ରୁ ଊଦ୍ଧ୍ୱର୍ ଦୁଷ୍କର୍ମ ହୋଇଛି

by Our Correspondent
05 Sep, 2025- 05:55 PM
in Latest News, News, Politics
1 min read
0
ଅବହେଳିତ ନିଷ୍ପେସିତ ମହିଳାଙ୍କ ସ୍ୱର ହେବ ବିଜୁ
ମହିଳା ଜନତା ଦଳ: ସ୍ନେହାଙ୍ଗିନୀ
Spread the love

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ମହିଳା ମାନଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଉଥିବା ବେଳେ, ବିଜୁ ମହିଳା ଜନତା ଦଳ ରାଜ୍ୟର ଅବହେଳିତ ଓ ନିଷ୍ପେସିତ ମହିଳା ମାନଙ୍କ ସ୍ୱର ହେବ ଓ ତାଙ୍କ ନ୍ୟାୟ ପାଇଁ ଲଢେଇ କରିବ ବୋଲି କହିଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ପ୍ରଥମେ ତାଙ୍କୁ ପୁଣିଥରେ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି ଓ ମହିଳାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ, ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରାଯାଇଥିଲା । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବା ସହିତ ସମାଜରେ ନିଜର ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଜେପି ସରକାରଙ୍କ ୧୫ ମାସର ଶାସନ ସମୟରେ, ମହିଳା ମାନଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ଦେଉଥିବା କାର୍ଯ୍ୟକ୍ରମ ମିଶନ ଶକ୍ତି ଏବେ ବନ୍ଦ ହେବାକୁ ବସିଲାଣି । ଏହାଛଡା, ପ୍ରାୟ ୪ ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ଓ ରାଜ୍ୟରେ ପ୍ରାୟ ୧୫ ଜଣ ମହିଳା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି । ବିଭିନ୍ନ ଅତ୍ୟାଚାରର ଶିକାର ହେଉଥିବା ମହିଳା ଓ ଛାତ୍ରୀ ମାନେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଦୁଷ୍କର୍ମ, ଅସଦାଚରଣ ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ମଣ୍ଡନ କରୁଥିବା ବେଳେ ସରକାର ଏହାକୁ ରୋକିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଅପରାଧୀ ମାନଙ୍କୁ ଗିରଫ କରାଯାଉଛି, କିନ୍ତୁ ସେପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ଯାହାଫଳରେ ଅପରାଧୀ ମାନଙ୍କ ମନୋବଳ ବୃଦ୍ଧି ପାଉଛି ।

ଶ୍ରୀମତୀ ଛୁରିଆ କହିଥିଲେ, ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା, ସମ୍ମାନ ପାଇଁ ଲଢେଇ ଜାରି ରହିବ । ବିଜୁ ମହିଳା ଜନତା ଦଳ ଆଜି ସଙ୍କଳ୍ପ ନେଉଛି ଯେ, ରାଜ୍ୟର ମହିଳା ମାନଙ୍କ ନ୍ୟାୟ ପାଇଁ ସ୍ୱର ଶାଣିତ କରିବ ।

ଏହି ସାମ୍ୱାଦିକ ସମ୍ମିଳନୀରେ, ଦଳର ମହିଳା ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଥିବା ନେତ୍ରୀମାନେ ଯଥା ପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ସୁଲତା ଦେଓ, ମେୟର ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ଶର୍ମିଷ୍ଠା ସେଠୀ, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ମିନତୀ ବେହେରା, ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ ଇତ୍ୟାଦି ଉପସ୍ଥିତ ଥିଲେ ।

Previous Post

ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ବି ଆଗରେ

Next Post

ଲୋଡ଼ା ପଡ଼ିଲେ ଅଲୋଡ଼ା ଅରୂପ !

Next Post
ଲୋଡ଼ା ପଡ଼ିଲେ ଅଲୋଡ଼ା ଅରୂପ !

ଲୋଡ଼ା ପଡ଼ିଲେ ଅଲୋଡ଼ା ଅରୂପ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA