Friday, April 17, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

୧୦ ସୀମାନ୍ତ ଜିଲ୍ଲା ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍

by Our Correspondent
15 Apr, 2021- 06:46 PM
in Latest News, News
1 min read
0
ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଥିବା ବେଳେ ଆମ ରାଜ୍ୟରେ ୩ ହଜାର ମୁହାଁ ହୋଇଛି । ଏହି ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଛତିଶଗଡ଼ ସୀମାନ୍ତ ୧୦ଟି ଜିଲ୍ଲାରେ ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା ବେଳେ ଏବେ ଅବଶିଷ୍ଟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗିବ । ପୂର୍ବ ୧୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ସମୟ ସଂଧ୍ୟା ୬ ରୁ ସକାଳ ୫ କରାଯାଇଛି । ପୂର୍ବରୁ ଏହା ରାତି ୧୦ ରୁ ସକାଳ ୬ ଥିଲା । ଅବଶିଷ୍ଟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ଏଥିସହ ୧୦ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରର ସହରାଞ୍ଚଳରେ ସପ୍ତାହାନ୍ତ ସଟଉାଡନ୍ ଘୋଷଣା କରାଯାଇଛି । ପ୍ରତି ଶନିବାର ଓ ରବିବାର ଏହି ଅଞ୍ଚଳ ସଟଡାଉନ୍ ରହିବ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଥିସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।

  • ଧାର୍ମିକ, ସାମାଜିକ, ରାଜନୈତିକ ସଭାସମିତି, ସମାବେଶ ହୋଇପାରିବ ନାହିଁ । ବାହାଘରରେ ସର୍ବାଧିକ ୫୦ ଏବଂ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ । ବାହାଘର ଶୋଭାଯାତ୍ରାକୁ ଅନୁମତି ନାହିଁ ।
  • ମନ୍ଦିରରେ ନୀତିକାନ୍ତି ହେବ, ମାତ୍ର ଭକ୍ତମାନଙ୍କ ପାଇଁ କଟକଣା ରହିବ । ଜିଲ୍ଲାପାଳମାନେ ଏହା ଉପରେ ନିଷ୍ପତ୍ତି ନେବେ ।
  • କୋଚିଂ ଅନୁଷ୍ଠାନରେ ଅଫଲାଇନ୍ ପାଠପଢ଼ାକୁ ଅନୁମତି ନାହିଁ । ଯାହା ହେବ ଅନଲାଇନ୍ ରେ ।
  • ବୈଷୟିକ,ମେଡ଼ିକାଲ୍ ଓ ପାରା ମେଡିକାଲ୍ ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହେବ ।
  • ସୋମବାରଠାରୁ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ ରହିବ । ରାଜ୍ୟ ଭିତରେ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ଅନୁମତି । ମାତ୍ର ବସ୍ ରେ ଛିଡା ହୋଇ କେହି ଯାତ୍ରା କରିପାରିବେନି ।
  • ଅଟୋରିକ୍ସା, ଟାକ୍ସିରେ ଡ୍ରାଇଭରଙ୍କୁ ମିଶାଇ ସର୍ବାଧିକ ୩ ଜଣ ଯାତ୍ରା କରିପାରିବେ ।
  • ଫିଲ୍ମ ହଲ୍, ଥିଏଟର୍ ୫୦% ଦର୍ଶକରେ ଚାଲିବ ।
  • ଯାତ୍ରା, ଅପେରାରେ ସର୍ବାଧିକ ୧୦୦୦ ଲୋକଙ୍କୁ ଅନୁମତି ।
  • ୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଘରୋଇ ଅଫିସ୍, ବ୍ୟାଙ୍କ ଯେତେ ସମ୍ଭବ କମ କର୍ମଚାରୀରେ କାମ କରିବେ ।
  • ହାଟ, ବଜାରରେ ବାହାରେ ବିକୁଥିବା ଦୋକାନୀମାନେ ଛାଡ଼ି ଛାଡ଼ି ବସିବେ । ନାକ ଓ ପାଟିକୁ ସମ୍ପୂର୍ଣ୍ଣ ଘୋଡାଇବେ । ନିୟମ ଭାଙ୍ଗିଲେ ଦୋକାନୀଙ୍କ ଲାଇସେନସ୍ ବାତିଲ ହେବ ।

କୋଭିଡ୍ କଟକଣାକୁ ସମସ୍ତେ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି । ସାମାଜିକ ଦୂରତା ରଖନ୍ତୁ ଏବଂ ଖୋଲା ମୁହଁରେ କେହି କାହା ସହ କଥା ହୁଅନ୍ତୁ ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଖୁବ୍ ଜୋରରେ ବ୍ୟାପୁଥିବାରୁ ସମସ୍ତେ ସତର୍କ ଓ ସଚେତନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Previous Post

ମାଟ୍ରିକ୍, +୨ ପରୀକ୍ଷା ସ୍ଥଗିତ

Next Post

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

Next Post
ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA