ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ପ୍ରଥମ ଦିନରୁ ଏକ ବଡ଼ ସଫଳତା ମିଳିଛି । ବିଖ୍ୟାତ ନିପ୍ପନ ଷ୍ଟିଲ୍ କମ୍ପାନୀ ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ୍ ପାଣ୍ଟ ସ୍ଥାପନ କରିବ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ରକ୍ଷା କରି ଆଜି ଏହି ଘୋଷଣା କରିଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ । ନିପ୍ପନକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଜାପାନର ରାଜଧାନୀ ଟୋକିଓରେ ନବୀନ ଆଜି ନିପ୍ପନ ଷ୍ଟଇଲ୍ କର୍ପୋରେସନ୍ ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ । ଓଡ଼ିଶାରେ ଜାପାନ ପୁଞ୍ଜି ନିବେଶ ସଂକ୍ରାନ୍ତରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
ନବୀନଙ୍କ ପ୍ରସ୍ତାବକୁ ନିପ୍ପନ ମୁଖ୍ୟ ଗ୍ରହଣ କରିବା ସହ ଓଡ଼ିଶାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ସେହି ବୈଠକରେ ହିଁ ଘୋଷଣା କରିଛନ୍ତି ।







