Sunday, July 12, 2026 01:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଚାର ସଭାରେ ଗଡ଼କରୀଙ୍କ ପ୍ୟାକେଜ୍ ଘୋଷଣା

by Our Correspondent
09 May, 2024- 06:47 PM
in Latest News, News, Politics
1 min read
0
ପ୍ରଚାର ସଭାରେ ଗଡ଼କରୀଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟର ନିର୍ବାଚନ ଆରମ୍ଭ ପାଇଁ ଆଉ କେଇଟା ଦିନ ବାକି ଥିଲା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ବିଜେପିର ବରିଷ୍ଠ ନେତା କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଓଡ଼ିଶା ପାଇଁ ବହୁତ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କର ପ୍ୟାକେଜ୍ ଘୋଷଣା ସମସ୍ତଙ୍କୁ ବିସ୍ମିତ କରିଛି ।

ନିର୍ବାଚନ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଆସିଛନ୍ତି ଗଡ଼କରୀ । ଆଜି ପୁରୀ ସଂସଦୀୟ କ୍ଷେତ୍ରରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଜରିଆରେ ଭୋଟ ମାଗିଛନ୍ତି । ପୁରୀ ଜିଲ୍ଲା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦରେ ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ।

– ଭୁବନେଶ୍ୱରରେ ୧୧୧ କିଲୋମିଟର ରିଂ ରୋଡ୍ ହେବ ଏବଂ ଆସନ୍ତା ଅକ୍ଟୋବରରୁ କାମ ଆରମ୍ଭ ହେବ । ଏହି ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା । ରିଂ ରୋଡ୍ ଦ୍ୱାରା କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାତାୟତ ସହଜ ହେବ ।

– ଚିଲିକା ଉପରେ ଦୁଇଟି ପୋଲ୍ ନିର୍ମାଣ ହେବ । ଗୋଟେ ୧ କିମି ଓ ଅନ୍ୟଟି ଅଢ଼େଇ କିଲୋମିଟରର । ଉଭୟ ପୋଲ୍ ୨ ଲେନ୍ ବିଶିଷ୍ଟ ହେବ । ଟାଙ୍ଗୀ-ଦୀଘା ରାସ୍ତାରେ ହେବ ଏବଂ ଏହା ଦୁଇ ଜାତୀୟ ରାଜପଥକୁ ସଂଯୋଗ କରିବ । ଏଥିପାଇଁ ଡିପିଆର୍ ପ୍ରସ୍ତୁତି ଚାଲିଛି ।

– ରାମେଶ୍ୱର-ପୁରୀ-କୋଣାର୍କ-ଦୀଘା ୪ ଲେନ୍ ରାସ୍ତା ହେବ । ୧୭୭ କିମି ରାସ୍ତା ପାଇଁ ୮୫୦୦ କୋଟି ଖର୍ଚ୍ଚ ହେବ ।

– ଜାମୁଝାଡ଼ି-ଧାମରା ୬୫ କିମିର ୪ ଲେନ୍ ରାସ୍ତା ହେବ । ଏଥିପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ ।

– କଟକ-ପାରାଦ୍ୱୀପ ୮୭ କିମିର ରାସ୍ତା ୪ ଲେନ୍ ହେବ । ଏଥିପାଇଁ ୨୩୭୦ କୋଟି ଖର୍ଚ୍ଚ ହେବ ।

– ୨୦୦ କୋଟିରେ ପାରାଦ୍ୱୀପରେ ଏୟାରପୋର୍ଟ ନିର୍ମାଣ ହେବ ।

– ରାୟପୁର-ବିଶାଖାପାଟଣା ୬ ଲେନ୍ ରାସ୍ତା ନିର୍ମାଣ ଚାଲିଛି । ୪୬୫ କିମି ରାସ୍ତାରୁ ଓଡ଼ିଶାରେ ରହିଛି ୨୪୦ କିମି, ଡିସେମ୍ବର ସୁଦ୍ଧା ସରିବ ।

– ମୁୁମ୍ବାଇ-କୋଲକତା ୪ ଲେନ୍ ରାସ୍ତା ରାସ୍ତା ନିର୍ମାଣ ଚାଲିଛି । ଏହି ରାସ୍ତାର ୪୫୦ କିମି ଓଡ଼ିଶାରେ, କାମ ଶୀଘ୍ର ସରିବ ।

– ରାଞ୍ଚି-ସମ୍ବଲପୁର ୪ ଲେନ୍ ୨୮୦ କିମି ରାସ୍ତା ୬୩୦୦ କୋଟିରେ ନିର୍ମାଣ ହେବ ।

– ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍ ହେବ, ଅକ୍ଟୋବରରୁ କାମ ଆରମ୍ଭ ହେବ ।

ସୂଚନାଥାଉକି, ମଙ୍ଗୁଳି- ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ ନିର୍ମାଣ କାମ ଦୀର୍ଘ ୧୦ ବର୍ଷ ଧରି ଚାଲିଥିଲେ ମଧ୍ୟ ସରୁନାହିଁ । ଏଥିଯୋଗୁଁ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଗଲାଣି । ଏହି ରାସ୍ତା କାମ କେବେ ସରିବ କେନ୍ଦ୍ରମନ୍ତ୍ରୀ ଏହା ଉପରେ କିନ୍ତୁ କିଛି କହିନାହାନ୍ତି ।

ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀଙ୍କର ଏହି ଘୋଷଣାକୁ ନେଇ ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ଆସିନାହିଁ ।

 

Previous Post

‘ବାହୁବଳୀ’ ଗୟାଧର ବିଜେଡିରୁ ତଡ଼ାଖାଇ ବିଜେପିକୁ ପଳେଇଲେ

Next Post

ବ୍ରହ୍ମପୁର, ଆସ୍କା, କନ୍ଧମାଳରେ ନବୀନଙ୍କ ମାରାଥନ୍‍ ପ୍ରଚାର

Next Post
ବ୍ରହ୍ମପୁର, ଆସ୍କା, କନ୍ଧମାଳରେ ନବୀନଙ୍କ ମାରାଥନ୍‍ ପ୍ରଚାର

ବ୍ରହ୍ମପୁର, ଆସ୍କା, କନ୍ଧମାଳରେ ନବୀନଙ୍କ ମାରାଥନ୍‍ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA