Monday, August 31, 2026 07:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜଗନ୍ନାଥ ଦର୍ଶନ କରି ମନ ବୁଝାଇବେ

୨୭ ତାରିଖ ପୁରୀ ପଦଯାତ୍ରା ସ୍ଥଗିତ

by Our Correspondent
26 Apr, 2022- 09:31 PM
in Latest News, News
1 min read
0
ଜଗନ୍ନାଥ ଦର୍ଶନ କରି ମନ ବୁଝାଇବେ

ଭୁୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦମ୍ଭ ରହିଲାନି । ଆସନ୍ତାକାଲି ଡାକରା ଦିଆଯାଇଥିବା ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନରେ ବ୍ରେକ୍ ଲାଗିଗଲା । ପଦଯାତ୍ରା ପାଇଁ ପ୍ରଶାସନର ଅନୁମତି ନ ମିଳିବାରୁ ଏବଂ ନେପଥ୍ୟରେ ସମର୍ଥକ ଯୋଗାଡ଼ ହୋଇ ନ ପାରିବାରୁ ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି ଆୟୋଜକ ସଂଗଠନ । ଫଳରେ ଆନ୍ଦୋଳନ ପାଇଁ ପଦାକୁ ଡେଇଁଥିବା ସମାଜ ସଂସ୍କାରକମାନେ କାନମୁଣ୍ଡା ଆଉଁଷି ଯେଝା ଘରକୁ ପେଡି ପୁଟୁଳି ବାନ୍ଧିଛନ୍ତି ।

ତେବେ ଏହି ଆନ୍ଦୋଳନ ଫସର ଫାଟିବାଟା ବେଶୀ କଷ୍ଟ ଦେଇଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ । ପ୍ରସ୍ତାବିତ ଆନ୍ଦୋଳନର ସେ କୁଆଡ଼େ ମୁଖ୍ୟ କାର୍ପଟଦାର ଥିଲେ । ୨୭ ତାରିଖ ପୁରୀ ପଦଯାତ୍ରା ସଫଳ କରିବା ପାଇଁ ସବୁ କୌଶଳ କଟାଇଥିଲେ । ମାତ୍ର ସେଥିରେ ହାରି ଯାଇଥିବାରୁ ତାଙ୍କ ପାଇଁ ଅସହ୍ୟ ହୋଇଛି । ଧିସେଁଇ ହୋଇ ଆସନ୍ତାକାଲି ପୁରୀ ଯାଉଛନ୍ତି । ଜଗନ୍ନାଥଙ୍କୁ ଦର୍ଶନ କରି ମନ ବୁଝାଇବେ । ଧିସେଁଇ ହେବା କଥା ଏଇଥିପାଇଁ କହୁଛୁ ଯେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତାକାଲି ପୁରୀ ଯାଉଥିବା ଟୁଇଟ୍ କରିବାକୁ ତାଙ୍କୁ ପଡ଼ିଛି । ଖାଲି ସେତିକି ନୁହେଁ, ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଉଥିବା ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

ଆହୁରି କୌତୁହଳର କଥା ହେଉଛି, ସାଂସଦ ତାଙ୍କର ଏହି ଟୁଇଟ୍ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ଏବଂ ରାଷ୍ଟ୍ରୀୟ ବିଜେପିକୁ ଟ୍ୟାଗ୍ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଜଣେ ସାଂସଦଙ୍କୁ ଟୁଇଟ୍ କରି ଆଗୁଆ ଜଣାଇବାକୁ ପଡ଼େ ଏବଂ ଏହାକୁ ହାଇକମାଣ୍ଡଙ୍କୁ ଟ୍ୟାଗ୍ କରିବାକୁ ପଡ଼େ ତାହା ପ୍ରଥମ ଥର ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି ।

ତାଙ୍କର ଏହି ଆଭିମୁଖ୍ୟକୁ ଖୋଦ୍ ପ୍ରଂଶସକମାନେ କଟାକ୍ଷ କରି ରିଟୁଇଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ସଭାପତି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରିବା କ’ଣ ନିହାତି ଆବଶ୍ୟକ ଥିଲା? ଜଗନ୍ନାଥଙ୍କ ଦର୍ଶନ କ’ଣ ଏକ ପଲିଟିକାଲ୍ ଟୁର୍ ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ସେ ଯାହା ହେଉ, ପଦଯାତ୍ରା ସ୍ଥଗିତର ଅସଲ କାରଣ ଅତି ସ୍ପଷ୍ଟ । ଆୟୋଜକମାନେ ସମର୍ଥନ ଯୋଗାଡ଼ କରିବାରେ ସମର୍ଥ ହୋଇପାରିଲେ ନାହିଁ । ଆନ୍ଦୋଳନରେ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଆଗରେ ଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସମର୍ଥନ କଲା ନାହିଁ ।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ରୋକଠୋକ୍ କହିଥିଲେ ଯେ ଆୟୋଜକମାନେ ବିଜେପିକୁ ଆମନ୍ତ୍ରଣ କରିନାହାନ୍ତି କି ବିଜେପି ଏଥିରେ ସାମିଲ ହେବାର ପ୍ରଶ୍ନ ଉଠୁନି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ତାଙ୍କ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ପୁରୀର ବିକାଶକୁ ବିରୋଧ କରିବା ବୋଲି ତାଙ୍କର ଯୁକ୍ତି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଟୁଇଟ୍ କରି ହାଇକୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହାକୁ ନେଇ ରାଜନୀତି ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ସବୁଠାରୁ ବଡ଼କଥା ହେଲା ପ୍ରକଳ୍ପକୁ ବିରୋଧ ନ କରିବା ପାଇଁ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସମସ୍ତଙ୍କୁ ନିବେଦନ କରିଥିଲେ । ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର । ଏଥିରେ ବାଧା ଦେବା ଅନୁଚିତ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଯେଉଁଭଳି ଢ଼ଙ୍ଗରେ ଖନନ ଚାଲିଛି ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଥିଲେ । ଗଜପତିଙ୍କ ସହ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ ମଧ୍ୟ ପ୍ରକଳ୍ପ ସମର୍ଥନରେ ବାହାରିଥିଲେ ।

Previous Post

ମେ’ ୨ ଯାଏ କଲେଜ, ବିଶ୍ୱବିଦ୍ୟାଳୟ ଛୁଟି

Next Post

ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

Next Post
ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA