Monday, August 31, 2026 05:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

ମେ' ପ୍ରଥମ ସପ୍ତାହରେ ନୂଆ ପିସିସି ସଭାପତି !

by Our Correspondent
26 Apr, 2022- 11:15 PM
in Latest News, News, Politics
1 min read
0
ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ଜାଗାରେ କିଏ ହେବେ ପିସିସି ସଭାପତି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଆଜି କଂଗ୍ରେସ ଭବନରେ ଦଳର ସବୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । ଆସନ୍ତାକାଲି ଦିଲ୍ଲୀ ଫେରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ । ମେ’ ପ୍ରଥମ ସପ୍ତାହରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ସ୍ପଷ୍ଟ ଆଭାସ ମିଳିଛି ।

ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ଯାହା ଅବସ୍ଥା କାହା ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନକୁ ସାମନା କରିବ ତାହା ହାଇକମାଣ୍ଡଙ୍କ ପାଇଁ ବଡ଼ ଚାଲେଂଜ ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି ପଦରେ ବସାଇବାକୁ ଅଧିକାଂଶ ବିଧାୟକ ଦାବି କରୁଛନ୍ତି । ୭ ଜଣ ବିଧାୟକ ମହମ୍ମଦ ମୋକିମ୍ ଙ୍କୁ ସମର୍ଥନ କରୁଛନ୍ତି । ଦଳର ଆଉ କିଛି ବରିଷ୍ଠ ନେତା ଭକ୍ତ ଦାସଙ୍କ ସମର୍ଥନରେ ବାହାରିଛନ୍ତି । ମୁଖ୍ୟତଃ ଏହି ଦୁହିଁଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ଗୋଷ୍ଠୀ ଶରତ ପଟ୍ଟନାୟକଙ୍କ ପାଇଁ ଜୋରଦାର ଲବି ଆରମ୍ଭ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ପ୍ରଭାରୀ ଚେଲ୍ଲା କୁମାର ଏହି ତିନି ଜଣ ସମ୍ଭାବ୍ୟ ନାଁ କୁ ଧରି ଆଜି ସମସ୍ତ ବିଧାୟକଙ୍କ ସମେତ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ପୂର୍ବତନ ସଭାପତି ଜୟଦେବ ଜେନା, ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଶରତ ପଟ୍ଟନାୟକଙ୍କୁ ମଧ୍ୟ ପୃଥକ୍ ଭେଟି ଆଲୋଚନା କରିଥିଲେ । ବୈଠକ ପରେ ଚେଲ୍ଲା କୁମାର କହିଛନ୍ତି ଯେ ପିସିସି ପରିବର୍ତ୍ତନ ନିଶ୍ଚିତ ହେବ । ଯିଏ ସମସ୍ତଙ୍କୁ ନେଇ ଚାଲିପାରିବ ତାଙ୍କୁ କରିବୁ । ତେବେ ଏ ସଂକ୍ରାନ୍ତରେ ସେ ସମସ୍ତଙ୍କଠାରୁ ମତାମତ ନେଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ଜଣାଇଦେବେ । ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ଦିଲ୍ଲୀ ସୂତ୍ର କହୁଛି, ଶରତ ପଟ୍ଟନାୟକଙ୍କ ନାଁ ଉପରେ ମୋହର ବାଜିବା ସମ୍ଭାବନା ଅଧିକ ରହିଛି । କେବଳ ନିରଞ୍ଜନ ପଟ୍ଟନାୟକଙ୍କ ଲବି ନୁହେଁ, ତାଙ୍କ ଉପରେ ଗାନ୍ଧୀ ପରିବାର ସହ ନିବିଡ଼ ସମ୍ପର୍କରେ ଥିବା ଅନେକ ନେତାଙ୍କ ଆଶୀର୍ବାଦ ରହିଛି । ବରିଷ୍ଠ ନେତା କମଲନାଥ ତାଙ୍କର ଜଣେ ଦୀର୍ଘଦିନର ଶୁଭାକାଂକ୍ଷୀ । ସର୍ବୋପରି ଜଣେ ଉତ୍ତମ ସଂଗଠକ ଏବଂ ନିର୍ବିବାଦୀୟ ବ୍ୟକ୍ତି ଭାବେ ସେ ହାଇକମାଣ୍ଡଙ୍କର ପ୍ରଥମ ପସନ୍ଦ ହୋଇପାରନ୍ତି ।

ପ୍ରଥମରୁ ଭକ୍ତ ଦାସ ଏବଂ ମହମ୍ମଦ ମୋକିମ୍ ଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଭକ୍ତଙ୍କୁ ଓଡ଼ିଶା ଦାୟିତ୍ୱ ଦେବାକୁ ହାଇକମାଣ୍ଡ ଚାହୁଁ ନ ଥିବା କୁହାଯାଉଛି । ସେହିପରି ମୋକିମ୍ ଙ୍କ ପଛରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ନିରଞ୍ଜନଙ୍କ ଗୋଷ୍ଠୀ ତାହାକୁ ବିରୋଧ କରୁଛନ୍ତି । ସଂଖ୍ୟାଲଘୁ ସମୀକରଣ ବି ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ତେବେ ଶେଷ ମୁହୁର୍ତ୍ତରେ କ’ଣ ହେବ ତାହା ଏବେଠାରୁ କହିହେବ ନାହିଁ ବୋଲି ଦିଲ୍ଲୀ ଯୋଗାଯୋଗରେ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି ।

ଆଜି ଅନ୍ୟ ଏକ ଘଟଣାକ୍ରମରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା । ନିଜେ ନରସିଂହ ଏହା ସ୍ପଷ୍ଟ କରି ନ ଥିବାରୁ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ଗଣମାଧ୍ୟମ ପ୍ରଶ୍ନରେ ପ୍ରଭାରୀ ଚେଲ୍ଲା କୁମାର ଏହାକୁ ଖଣ୍ଡନ କରିଛନ୍ତି । ନରସିଂହଙ୍କ ଇସ୍ତଫା ପ୍ରସଙ୍ଗ ଏକ ନାଟକ ବୋଲି ଜଣେ ବିଧାୟକ କଟାକ୍ଷ କରିଛନ୍ତି ।

ସୁରଙ୍କୁ ନିରଞ୍ଜନଙ୍କ ନୋଟିସ୍: ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ ପିସିସି ସଭାପତି ସ୍ଥିର ହୁଅନ୍ତି ବୋଲି ନିକଟରେ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ ଗଣମାଧ୍ୟମରେ ବିବୃତି ଦେଇଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ କ୍ଷୁବ୍ଧ ହୋଇଛନ୍ତି । ସୁରଙ୍କୁ ଆଜି ଏକ ନୋଟିସ୍ ଜାରି କରି କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲ ତାହାର ଉତ୍ତର ରଖିବାକୁ କହିଛନ୍ତି । ଆପଣଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି । ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ମୁହଁରୁ ଏଭଳି ବୟାନ ଶୋଭା ପାଉନି ବୋଲି ନିରଞ୍ଜନ ଲେଖିଛନ୍ତି ।

ତେବେ ନିରଞ୍ଜନଙ୍କ ନୋଟିସ୍ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ରାଉତରାୟ କହିଛନ୍ତି, ମୁଁ ଏହାର ଉତ୍ତର ଦେବି । ତେବେ ସେଭଳି କିଛି ବିରାଟ ଭୁଲ୍ କରିନି । ମୁଁ ଯାହା କହିଛି, ପୂର୍ବରୁ ପିସିସି ସଭାପତି ସେୟା କହିଥିଲେ । ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ । ତେବେ ତାଙ୍କ ମନ୍ତବ୍ୟ ପାଇଁ ସେ କ୍ଷମାପ୍ରାର୍ଥନା କରିବେ ନାହିଁ ବୋଲି ଶ୍ରୀ ରାଉତରାୟ ରୋକଠୋକ୍ ଜଣାଇ ଦେଇଛନ୍ତି ।

Previous Post

ଜଗନ୍ନାଥ ଦର୍ଶନ କରି ମନ ବୁଝାଇବେ

Next Post

ଆଇନକୁ ନଚାଇଲେ ସାଂସଦ ଅପରାଜିତା

Next Post
ଆଇନକୁ ନଚାଇଲେ ସାଂସଦ ଅପରାଜିତା

ଆଇନକୁ ନଚାଇଲେ ସାଂସଦ ଅପରାଜିତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA