Monday, August 31, 2026 04:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇନକୁ ନଚାଇଲେ ସାଂସଦ ଅପରାଜିତା

by Our Correspondent
27 Apr, 2022- 06:48 PM
in Latest News, News
1 min read
0
ଆଇନକୁ ନଚାଇଲେ ସାଂସଦ ଅପରାଜିତା

– ପ୍ରଶାସନର ବାରଣକୁ ଖାତିର କଲେନି

– ମହାପ୍ରଭୁଙ୍କୁ ଦର୍ଶନ ଆଳରେ ଶକ୍ତି ପ୍ରଦର୍ଶନ

– ଭୁବନେଶ୍ୱର-ପୁରୀ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଭ୍ରମ

– ଆଇନଭଙ୍ଗକାରୀ ସାଂସଦଙ୍କ ପାଇଁ ପ୍ରଶାସନ ହାତ ଟେକିଦେଲା

– ସରକାରଙ୍କୁ କମ୍, ବିଜେପିକୁ ଅଧିକ ଧିସେଁଇ

– ସାଂସଦଙ୍କ ବିରୋଧରେ ଥାନାରେ ଏତଲା

ପୁରୀ/ଭୁବନେଶ୍ୱର: ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଡାକରା ଦିଆଯାଇଥିବା ପଦଯାତ୍ରାକୁ ପ୍ରଶାସନ ଅନୁମତି ନ ଦେବାରୁ ଆୟୋଜକମାନେ ଗତକାଲି ସ୍ଥଗିତ ଘୋଷଣା କରିଥିଲେ । ମାତ୍ର ଏହି ଆନ୍ଦୋଳନର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶାସନର କଟକଣାକୁ ମାନିନାହାନ୍ତି । ମହାପ୍ରଭୁଙ୍କୁ ଦର୍ଶନ ଆଳରେ ଶତାଧିକ ସମର୍ଥକଙ୍କୁ ଧରି ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି ।

ପୁରୀରେ ଅଲବତ୍ ପଦଯାତ୍ରା କରିବେ । ପତିଆରା ଦେଖାଇବେ । ସାଂସଦଙ୍କର ଏହି ଟାଣପଣର ଆଭାସ ଗତକାଲିଠାରୁ ମିଳିସାରିଥିଲା । ସେଥିଯୋଗୁଁ କିଛି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ପ୍ରଶାସନ ସଜାଗ ରହିଥିଲା । ଭୁବନେଶ୍ୱରରୁ ପୁରୀ ଯାଏ ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରିଥିଲେ । ସତକୁ ସତ ସାଂସଦ ଆଜି ସକାଳୁ ମ୍ୟାଡାମ୍ ଜଗନ୍ନାଥ ଦର୍ଶନ ନାଁରେ ଭୁବନେଶ୍ୱରରୁ ଏକ ବିରାଟ ପଲଟନ ନେଇ ପୁରୀ ବାହାରିଥିଲେ । ସାଂସଦଙ୍କ ଗାଡ଼ିରେ ତାଙ୍କ ସହ ବସିଥିଲେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ନେତା ଜୀବନ ସାହୁ । ଗତକାଲି ଏହି ବାବୁ ହିଁ ପଦଯାତ୍ରା ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ସାଂସଦଙ୍କ ଗାଡ଼ି ଆଗରେ ଓ ପଛରେ ୨୦ ରୁ ଅଧିକ ଗାଡ଼ି ଲମ୍ବିଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସାଂସଦଙ୍କ ହାତଗଢ଼ା ମହିଳା ଓ ଯୁବ ସଂଗଠନର ସଦସ୍ୟ ।

ପୁରୀ ଚନ୍ଦନପୁର କାଠପୋଲ ନିକଟରେ ସାଂସଦଙ୍କର ପଲଟନ ପହଞ୍ଚିବା ପରେ ପୁଲିସ ଅଟକାଇଥିଲା । ପୁରୀ ଏଡିଏମ୍ ସାଂସଦଙ୍କ ପାଖକୁ ଆସି ଆଲୋଚନା କରିଥିଲେ । ପଦଯାତ୍ରା କଟକଣା ଥିବାରୁ ଆପଣ ଏକା ଆସି ଜଗନ୍ନାଥଙ୍କ ଦର୍ଶନ କରିବାରେ ଅସୁବିଧା ନାହିଁ ବୋଲି ଜଣାଇଥିଲେ । ତେବେ ସାଂସଦ ନିଜ ଜିଦ୍ ରୁ ହଟି ନ ଥିଲେ । ସମର୍ଥକଙ୍କୁ ଧରି ମାଳତୀପୁଟ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ସେଠାରୁ ମେଡ଼ିକାଲ୍ ଛକ ଯାଏ ଗାଡ଼ିରେ ଯାଇ ବଡ଼ଦାଣ୍ଡରେ ପୁଣି ପଦଯାତ୍ରା କରିଥିଲେ ।

ଆଇନକୁ ଭାଙ୍ଗି ପଦଯାତ୍ରା କରୁଥିଲେ ମଧ୍ୟ ପ୍ରଶାସନକୁ ସାଂସଦଙ୍କର ଖାତିର ନ ଥିଲା । ବଡ଼ଦାଣ୍ଡରେ ସମର୍ଥକଙ୍କ ସହ ସନ୍ତର୍ପଣରେ ପାଦ ପକାଉଥିଲେ । ଏହି ବେଆଇନ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ବି ହାତ ଟେକି ଦେଇଥିଲା । ସାଂସଦ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଥକ୍କା ମାରିବା ପରେ ମନ୍ଦିର ଭିତରକୁ ଯାଇଥିଲେ । ବଡ଼ଦାଣ୍ଡରେ ସାଂସଦଙ୍କ ପଲଟନ ଉପରକୁ ଯୁବ କଂଗ୍ରେସର କିଛି କର୍ମୀ ଅଣ୍ଡାମାଡ଼ ପକାଇଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ, ସାଂସଦଙ୍କର ପଲଟନ ଭୁବନେଶ୍ୱର-ପୁରୀ ରାସ୍ତାରେ ଗଲା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଭ୍ରମ ସୃଷ୍ଟି କରିଥିଲା । କାରଣ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କ୍ଷେତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଜଣେ ସାଂସଦ, ସେ ପୁଣି ପୁରୀର ପଡୋଶୀ ଅଞ୍ଚଳର ପ୍ରତିନିଧି ହୋଇ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବାରେ ଏତେ ଠାଣି ଦେଖଣାହାରୀଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା । ତିନି ତିନିଟା ଟିଭି ଚାନେଲ୍ ତ ତାଙ୍କର ଅନ୍ୟ ସବୁ କାର୍ଯ୍ୟକ୍ରମ ବାତିଲ କରି ସାଂସଦଙ୍କ ଗସ୍ତର ମୂଳରୁ ଚୂଳ ଲାଇଭ୍ କରିଥିଲେ(ଏହାର କାରଣ ଅଛି) ।

ସେମାନଙ୍କର ବ୍ରେକିଂ ଖବର ଥିଲା- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବାହାରିଲେ । ଅମୁକ ଜାଗାରେ ପହଞ୍ଚିଲେ, ସମୁକ ଜାଗାରେ ପହଞ୍ଚିଲେ.. । ସତେ ଯେମିତି ଜଣେ ସାଂସଦ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି । ସାଂସଦଙ୍କ ତମାମ ଗସ୍ତକାଳରେ ତାଙ୍କୁ ଖୁସି କଲା ଭଳି ପ୍ରଶ୍ନ ପଚାରି ପଚାରି କିଛି ସାମ୍ବାଦିକଙ୍କର ତଣ୍ଟି ବି ପଡ଼ିଯାଇଥିଲା ।

ସାମ୍ବାଦିକଙ୍କ ପ୍ରଶ୍ନରେ ସାଂସଦ କହିଥିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରଶାସନର ଅନୁମତି ଦରକାର ନାହିଁ । ପଦଯାତ୍ରା ପାଇଁ ବି ଅନୁମତି ମଗାଯାଇ ନ ଥିଲା । ସରକାର ତାଙ୍କୁ ଏତେ ଡରୁଛନ୍ତି କାହିଁକି? ଇତ୍ୟାଦି.. ଇତ୍ୟାଦି.. ।

ତେବେ ସାମ୍ବାଦିକମାନେ ତାଙ୍କୁ ପଚାରିଲେ ନାହିଁ ଯେ

ଯଦି ଆପଣ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଛନ୍ତି ସାଙ୍ଗରେ ଏତେବଡ଼ ପଲଟନ କାହିଁକି? ଏଟା କ’ଣ କାହାର ବାହାଘର ହେଉଛି ନା କ’ଣ?

ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରଶାସନର ଯଦି ଅନୁମତି ଦରକାର ନାହିଁ ତେବେ ଆପଣ ଜିଲ୍ଲାପାଳଙ୍କୁ ଜଣାଇବାର କ’ଣ ଆବଶ୍ୟକତା ଥିଲା?

ଜଣେ ବିଧାୟକ କି ସାଂସଦ କ’ଣ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଲେ ପ୍ରଶାସନକୁ ଚିଠି ଲେଖି ଜଣାଇବାକୁ ପଡ଼େ?

ପଦଯାତ୍ରା ପାଇଁ ଅନୁମତି ମଗାଯାଇ ନ ଥିଲା ବୋଲି ଆପଣ ଯାହା କହୁଛନ୍ତି ତାହା ସତ କି? ତାହାହେଲେ ଆପଣଙ୍କ ସାଙ୍ଗରେ ଆସିଥିବା ଜୀବନ ସାହୁ କ’ଣ ପାଇଁ ପଦଯାତ୍ରା ସ୍ଥଗିତ ଘୋଷଣା କଲେ?

ପ୍ରଶାସନକୁ ପଦଯାତ୍ରା ପାଇଁ ଅନୁମତି ମାଗିଥିଲୁ, ପ୍ରଶାସନ ଦେଲା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଜୀବନ ବାବୁ କହିଥିଲେ ନା ନାହିଁ?

ଆପଣ ଜଣେ ପୂର୍ବତନ ବ୍ୟୁରୋକ୍ରାଟ୍ ହୋଇ ପ୍ରଶାସନର କଟକଣାକୁ ଭାଙ୍ଗି ପଦଯାତ୍ରା କରୁଛନ୍ତି କେମିତି? ଆପଣ ଆଇନକୁ ହାତକୁ ନେଉନାହାନ୍ତି କି?

ଚର୍ଚ୍ଚା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ପଦଯାତ୍ରା ସ୍ଥଗିତ ହେବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପତିଆରା ରଖିବାକୁ ପଣ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ଆଳରେ ପୁରୀକୁ ଅଲବତ୍ ଯିବେ ବୋଲି ସ୍ଥିର କରିଥିଲେ । ବିଜେପି ତାଙ୍କ ହାତ ଛାଡ଼ିଥିବାରୁ ଧିସେଁଇ ହୋଇ ମହାପ୍ରଭୁ ଦର୍ଶନ କାର୍ଯ୍ୟକ୍ରମକୁ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ଏବଂ ରାଷ୍ଟ୍ରୀୟ ବିଜେପିକୁ ଟ୍ୟାଗ୍ କରିଥିଲେ । ତାଙ୍କର ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କୁ ମହଲତ୍ ଦେଇଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଜଣେ ସାଂସଦଙ୍କୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇବା ପଛର କାରଣ ଅହଂକାର ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଏବଂ ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବେଆଇନ ଖନନ କାର୍ଯ୍ୟ କରୁଛନ୍ତି ବୋଲି ସେ ଉଠାଇଥିବା ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରାଧୀନ ଥିଲା ବେଳେ ସାଂସଦଙ୍କର ଆଭିମୁଖ୍ୟ ସହ ତାଙ୍କ ଦଳ ବିଜେପି ନାହିଁ । ନିଜ ଦଳରେ ଏକଘରିକିଆ ସାଂସଦଙ୍କ ଟାର୍ଗେଟ୍ ରେ ରାଜ୍ୟ ସରକାର ଯେତିକି ନାହାନ୍ତି, ତାଙ୍କ ଦଳର ନେତୃବୃନ୍ଦ ବରଂ ଅଧିକ ଟାର୍ଗେଟ୍ ରେ ଥିବା ସେମାନେ କହିଛନ୍ତି । ସେମାନଙ୍କ ମୁହଁ କଳା ପକାଇବା ପାଇଁ ସାଂସଦଙ୍କର ଏହା ପଲିଟିକାଲ୍ ଷ୍ଟଣ୍ଟ୍ ବୋଲି କୁହାଯାଇଛି ।

ଆଇନ ପ୍ରଣେତା ହୋଇ ଜଣେ ସାଂସଦ ଆଇନକୁ ଭାଙ୍ଗିବା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ହୀନ ରାଜନୀତି କରିବା ଘଟଣାକୁ ପୁରୀର ସେବାୟତ ମହଲ ଘୋର ନିନ୍ଦା କରିଛନ୍ତି । ବିଭିନ୍ନ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ଟାଉନ୍ ଥାନା ଏବଂ ସିଂହଦ୍ୱାର ଥାନାରେ ସାଂସଦଙ୍କ ବିରୋଧରେ ଏତଲା ଦିଆଯାଇଛି । 

Previous Post

ଚର୍ଚ୍ଚାର ଆଗରେ ଶରତ ପଟ୍ଟନାୟକ

Next Post

ନୀଳମାଧବ ପୀଠ ପାଇଁ ୧୦୦ କୋଟି

Next Post
ନୀଳମାଧବ ପୀଠ ପାଇଁ ୧୦୦ କୋଟି

ନୀଳମାଧବ ପୀଠ ପାଇଁ ୧୦୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA