Sunday, June 15, 2025 02:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ବେଡ୍, ଔଷଧ, ଅକ୍ସିଜେନ୍ ର ଅଭାବ ନାହିଁ’

ଦରକାର ନ ଥିଲେ ହସ୍ପିଟାଲ୍ ନଯିବାକୁ ପରାମର୍ଶ

by Our Correspondent
30 Apr, 2021- 06:55 PM
in Latest News, News
1 min read
0
‘ବେଡ୍, ଔଷଧ, ଅକ୍ସିଜେନ୍ ର ଅଭାବ ନାହିଁ’

ଭୁୁବନେଶ୍ୱର: ସମସ୍ତେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ । ବାକି କୋଭିଡ୍ ଆକ୍ରାନ୍ତଙ୍କ ଦାୟିତ୍ୱ ସରକାରଙ୍କର । ହସ୍ପିଟାଲ୍ ରେ ବେଡ୍ ର ସମସ୍ୟା ନାହିଁ କି ଔଷଧ, ଅକ୍ସିଜେନ୍ ର ଅଭାବ ନାହିଁ । ସବୁଠାରୁ ଖରାପ ସ୍ଥିତିର ସାମନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ରାଜ୍ୟବାସୀଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି ।

ଶ୍ରୀ ମହାପାତ୍ର ତିନୋଟିି ବିଷୟକୁ ଗୁରୁତ୍ୱ ଦେଇଛନ୍ତି । ପ୍ରଥମତଃ କୋଭିଡ୍ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଆବଶ୍ୟକ ସତର୍କତା ପାଳନ । ଏଥିରେ କେହି ସାମାନ୍ୟତମ ଅବହେଳା କରନ୍ତୁ ନାହିଁ । ଏହାଦ୍ୱାରା ନିଜେ ସୁରକ୍ଷିତ ରହିପାରିବେ ଏବଂ ସରକାରଙ୍କ ଉପରେ ବୋଝ କମିବ ।

ଦ୍ୱିତୀୟରେ, ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲ୍ ରେ ପର୍ଯ୍ୟାପ୍ତ ବେଡ୍ ତିଆରି କରାଯାଇଛି । ସଂକ୍ରମଣ ବୃଦ୍ଧି ପାଇବା ସତ୍ତ୍ୱେ ବର୍ତ୍ତମାନ ବେଡ୍ ସ୍ଥିତି ଭଲ ଅଛି । ଭବିଷ୍ୟତକୁ ଆଖିରେ ରଖି ପ୍ରସ୍ତୁତ ବି କରାଯାଉଛି । ଆଜିର ଦିନରେ ୮,୪୬୩ ସାଧାରଣ ବେଡ୍ ରୁ ୪,୭୯୧ ବେଡ୍ (୪୪%) ରେ ରୋଗୀ ଅଛନ୍ତି । ୨,୦୬୩ ଆଇସିୟୁ ବେଡ୍ ରୁ ୧୪୨୬(୬୯%) ବେଡ୍ ରେ ରୋଗୀ ଅଛନ୍ତି । ୭୦୧ ଭେଣ୍ଟିଲେଟର୍ ରୁ ୨୦୧ ଭେଣ୍ଟିଲେଟର(୬୯%)ରେ ରୋଗୀ ଅଛନ୍ତି । ଏହିଭଳି ଭାବେ ଆଜି ଦିନରେ ହସ୍ପିଟାଲ୍ ରେ ମୋଟ ୫,୨୭୧ କୋଭିଡ୍ ରୋଗୀ ଚିକିତ୍ସିତ ହେଉଛନ୍ତି ।

ପର୍ଯ୍ୟାପ୍ତ ଅକ୍ସିଜେନ୍ ଗଚ୍ଛିତ ଅଛି । ବର୍ତ୍ତମାନ ୪୦ ହଜାର ବେଡ୍ ରେ ଅକ୍ସିଜେନ୍ ସପୋର୍ଟ ଦିଆଯାଇପାରିବ । ଆମ ରାଜ୍ୟରେ ୪୫ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ମହଜୁଦ ଅଛି । ୧୩୦ ଟନ୍ ସିଲିଣ୍ଡର ଅଛି । କୌଣସି ପରିସ୍ଥିତିରେ ସିଲିଣ୍ଡର ଖାଲି ରହିବାକୁ ଦିଆଯାଉନାହିଁ । ୭ ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଇବା ସତ୍ତ୍ୱେ ଆମର ଯଥେଷ୍ଟ ବଳକା ଅଛି । ରାଜ୍ୟରେ ଅକ୍ସିଜେନ୍ ର ଅଭାବ ରହିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିଭଳି ରେମଡେସିଭିର ଇଂଜେକ୍ସନ୍ ର ବି ଅଭାବ ନାହିଁ । ରାଜ୍ୟରେ ଦୈନିକ ୧୨୦୦ ଦରକାର ରେମଡେିସିଭିର ଦରକାର ହେଉଛି । ଆମ ପାଖରେ ବର୍ତ୍ତମାନ ୪୩ ହଜାର ଗଚ୍ଛିତ ଅଛି । କାଲିସୁଦ୍ଧା ଆଉ ୨୧ ହଜାର ଆସିଯିବ । ସାଢ଼େ ୬ ଲକ୍ଷ ଫାବିଫେରାବି ବଟକା ମହଜୁଦ ଅଛି । ଆଉ ୨୦ ଲକ୍ଷ ଅର୍ଡର ଦିଆଯାଇଛି ।

ପିପିଇ କିଟ୍, ଗ୍ଲୋବସ୍, ମାସ୍କ ୨ ମାସ ପାଇଁ ଷ୍ଟକ୍ ଅଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜରୁରୀ ନ ଥିଲେ ଲୋକମାନେ ହସ୍ପିଟାଲ୍ ନ ଆସିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ କହୁଛନ୍ତି, ୯୫-୯୭% ଆକ୍ରାନ୍ତ ହୋମ୍ ଆଇସୋଲେସନ୍ ରେ ରହିବାରେ ଅସୁବିଧା ନାହିଁ । ଆମ ରାଜ୍ୟରେ ୮୯% ଆକ୍ରାନ୍ତ ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ହସ୍ପିଟାଲ୍ ଯିବା ଜରୁରୀ ହେଲେ ପର୍ଯ୍ୟାପ୍ତ ଆମ୍ବୁଲାନସ୍ ସୁବିଧା ଅଛି । ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍ ରେ ପହଞ୍ଚାଇବାର ଦାୟିତ୍ୱ ସରକାରଙ୍କର । ତେଣୁ ପଜିଟିଭ୍ ବାହାରିଲା ମାତ୍ରେ ଛାନିଆଁ ହୋଇ ହସ୍ପିଟାଲ୍ ଆସିବା ଆବଶ୍ୟକ ନାହିଁ । ଏହାଦ୍ୱାରା ହସ୍ପିଟଲ୍ ବେଡ୍ ଉପରେ ଚାପ ବଢ଼ିବ ଏବଂ ଗୁରୁତର ରୋଗୀ ବେଡ୍ ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ତୃତୀୟରେ, ଟିକାକରଣ ଉପରେ ସୂଚନା ଦେଇ ଅତିରିିିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, ୧୮ ବର୍ଷରୁ ଅଧିକ ଟିକାକରଣ କାର୍ଯ୍ୟକ୍ରମ କେବେ ହେବ ତାହା ଟିକା ମିଳିଲା ପରେ ଜଣାଇ ଦିଆଯିବ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୭ ଲକ୍ଷ ୭୬ ହଜାର ଡୋଜ୍ ଟିକା ଦିଆସରିଛି । ଯେଉଁଥିରେ ନଷ୍ଟ ଟିକା ହାର -୨.୭% । ଆମେ ଦୈନିକ ୩ ରୁ ୪ ଲକ୍ଷ ଟିକା ଦେବାର କ୍ଷମତା ରଖିଛୁ । ତେଣୁ ଟିକା ଆସିଲା ପରେ କୌଣସି ଅସୁବିଧା ହେବନି । ଯେଉଁମାନେ ଦ୍ୱିତୀୟ ଡୋଜ୍ ନେବା ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଆଗ ସୁଯୋଗ ଦେବାକୁ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, କରୋନା ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି ଆଶା କରି ନ ଥିଲୁ । ଜାତୀୟସ୍ତରରେ ଓଡ଼ିଶା ସଂକ୍ରମଣ ହାର ୧.୮% ଥିଲେ ମଧ୍ୟ ଆଗକୁ କ’ଣ ହେବ ଆକଳନ କରାଯାଇପାରୁନାହିଁ । ଦେଶରେ ଦୈନିକ ୫ ଲକ୍ଷ ସଂକ୍ରମଣ ଓ ୫ ହଜାର ମୃତୁ୍ୟ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ତେଣୁ ନିଜକୁ ନିରାପଦରେ ରଖିବାର ଏକମାତ୍ର ବାଟ ହେଉଛି କୋଭିଡ୍ ସଚେତନତା । ସରକାର ତାଙ୍କ ଦାୟିତ୍ୱ କରୁଛନ୍ତି । ଜନସାଧାରଣ ଏଥିପ୍ରତି ସମ୍ପୂର୍ଣ୍ଣ ସଚେତନ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି ।

Previous Post

ପଶ୍ଚିମବଙ୍ଗରେ ପୁଣି ଦିଦି !

Next Post

ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାସ୍କିନ୍

Next Post
ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାସ୍କିନ୍

ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାସ୍କିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA