Saturday, April 25, 2026 06:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାକୁ ବାତ୍ୟା ଭୟ ନାହିଁ, କେବଳ ବର୍ଷା ସମ୍ଭାବନା

ବାଲାଂଦେଶ ଉପକୂଳରେ ମାଡ଼ ହେବ ବାତ୍ୟା

by Our Correspondent
23 Oct, 2023- 03:37 PM
in Latest News, News
1 min read
0
ଓଡ଼ିଶାକୁ ବାତ୍ୟା ଭୟ ନାହିଁ, କେବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ୧୩ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ଗଭୀର ଅବପାତ ରୂପ ନେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଲାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ତେବେ ଏହି ବାତ୍ୟା ଓଡ଼ିଶା ଉପରେ ସେଭଳି ପ୍ରଭାବ ପକାଇବ ନାହିଁ । ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ କେବଳ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାର୍ବଣ ବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମନରେ ଛନକା ପଶିଥିବା ବେଳେ ପାଣିପାଗ କେନ୍ଦ୍ରର ସୂଚନା ଆଶ୍ୱସ୍ତି ଆଣିଛି । ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗି ରହିଥିବା ବେଳେ ଠାଏ ଠାଏ ବର୍ଷା ହେଉଛି । ଏଭଳି ପାଗ ଓ ବର୍ଷା ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ତେବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ସ୍ପଷ୍ଟ ଆକଳନ କରାଯାଇଛି । ତେଣୁ ଲୋକମାନେ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ ଭାବେ କହିଛନ୍ତି ଯେ ବାତ୍ୟାର ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଜଗତସିଂହପୁର, ବାଲେଶ୍ୱରର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । କେଉଁଠି ହେଲେ ଜୋର ପବନର ଆଶଙ୍କା ନାହିଁ । ଉପକୂଳ ଓଡ଼ିଶାରେ ସମୁଦ୍ରକୂଳରେ କେବଳ ଝଙ୍କାଳିଆ ପବନ ବହିପାରେ । ତେବେ ଦଶହରା ପର୍ବ ବେଳେ ବର୍ଷା ପାଇଁ ଅସୁବିଧା ହୋଇପାରେ । ପୂଜା ମଣ୍ଡପ ମଜବୁତ ନ ଥିଲେ କ୍ଷତି ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।

ତାଙ୍କର ସୂଚନା ଅନୁଯାୟୀ, ସୃଷ୍ଟ ଗଭୀର ଅବପାତ ଯୋଗୁଁ ଆଜି ସଂଧ୍ୟାରୁ ସମୁଦ୍ରରେ ୬୦ ରୁ ୭୦ କିମି ବେଗରେ ପବନ ବହିବ । କାଲି ପର୍ଯ୍ୟନ୍ତ ତୀବ୍ରତା ବଢ଼ି ୮୦ ରୁ ୯୦ କିମି ଯାଏଁ ଯାଇପାରେ । ୨୫ ତାରିଖ ସଂଧ୍ୟାରେ ବାଲାଂଦେଶ ଉପକୂଳ ଛୁଇଁ ଖେପୁପଡ଼ା-ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇସାରିଥିବ ବୋଲି ଡ. ମହାପାତ୍ର କହିଛନ୍ତି ।

ଏପଟେ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର କିନ୍ତୁ ସଜାଗ ରହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି । କୃଷି ଓ ଜଳସମ୍ପଦ ବିଭାଗ ସଚିବଙ୍କ ସମେତ ସବୁ ଆରଡିସି ଓ ପୌରାଞ୍ଚଳ ପ୍ରଶାସକଙ୍କୁ ମଧ୍ୟ ସତର୍କ କରାଯାଇଛି ।

ଆରଡିସିଙ୍କ ସୂଚନା ଅନୁଯାୟୀ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳରେ ବର୍ଷା ହେବ । ଢ଼େଙ୍କାନାଳ, ବୋ÷ଦ୍ଧ, କନ୍ଧମାଳ, ରାୟଗଡ଼ାରେ ବର୍ଷା ହେବାର ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରିରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କିଛି କ୍ଷୟକ୍ଷତି ଘଟିଲେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେ ଦେଇଛନ୍ତି ।

 

Previous Post

ଗଜପତିରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍

Next Post

ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

Next Post
ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA