Saturday, April 25, 2026 02:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

ପରବର୍ତ୍ତୀ ଭୂମିକା ଉପରେ ନଜର

by Our Correspondent
23 Oct, 2023- 11:29 PM
in Latest News, News
1 min read
0
ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ନେଇଛନ୍ତି । ତାଙ୍କର ଭିଆରଏସ ଆବେଦନ ମଞ୍ଜୁର ପାଇଁ ଗତ ୨୦ ତାରିଖରେ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଏହାକୁ ମଞ୍ଜୁର କରିଛନ୍ତି । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଏ ନେଇ ଚିଠି କରିଛନ୍ତି । ସର୍ବ ଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ଏହା ମଞ୍ଜୁର ହୋଇଛି ।

୨୦୦୦ ମସିହାର ଆଇଏଏସ୍ ଅଫିସର ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର ଓଡ଼ିଶା ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ମସିହାରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଣେ କର୍ମଠ, ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ଥିଲା । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫-ଟି ବିଭାଗ ସୃଷ୍ଟି କରି ତାହାର ସଚିବ ଭାବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଇଥିଲେ । ୫-ଟି ସଚିବ ଭାବେ ତାଙ୍କ ହାତରେ ସବୁ ବିଭାଗର ନିୟନ୍ତ୍ରଣ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପାୱାର କରିଡରରେ ସେ ଥିଲେ ସର୍ବ ଶକ୍ତିମାନ ଅଧିକାରୀ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ୩୦ଟି ଯାକ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତାହା ଉପରେ ତ୍ୱରିତ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି ।

ତେବେ ସରକାରୀ ଅଧିକାରୀ ହୋଇ ପାଣ୍ଡିଆନ ରାଜନୀତି କରୁଥିବା ଏବଂ ବିଜେଡି ନେତାଙ୍କ ଭଳି ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣି ତୁମ୍ବିତୋଫାନ କରିଥିଲେ । ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ିଦିଅ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଚାଲେଂଜ ଦେଇଥିଲେ । ଶ୍ରୀ ପାଣ୍ଡିଆନ୍ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଉଭୟ ଡିଓପିଟିର ଦ୍ୱାରସ୍ଥ ହୋଇଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅପରାଜିତାଙ୍କ ସହ ମିଶି ଯାଇଥିଲେ ।

ଏହାର ପରବର୍ତ୍ତୀ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ୱରର ମେ ଫେୟାର ହୋଟେଲରେ ଶ୍ରୀ ପାଣ୍ଡିଆନଙ୍କ ସହ ଏକାନ୍ତରେ ଆଲୋଚନା କରିଥିବା ଚର୍ଚ୍ଚା ହୋଇଥିଲା । ପାଣ୍ଡିଆନଙ୍କ ବିରୋଧରେ ଗର୍ଜନ କରୁଥିବା ଏହି ବିଜେପି ନେତାମାନେ ତାହା ପରେ ଏକ ପ୍ରକାର ଚୁପ୍ ପଡ଼ିଯାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତକୁ ନେଇ ବିରୋଧୀ ଦଳର ଅନ୍ୟ ନେତାମାନେ ଘନ ଘନ ଆକ୍ରମଣ କରିଥିଲେ । ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ବିଧାନସଭାରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କଟୁ ମନ୍ତବ୍ୟ ଦେଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ ସେ ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କୁ ଜିଲ୍ଲା ଗସ୍ତରେ ପଠାଇଥିବା ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ବିରୋଧୀ ଦଳର ନେତାମାନେ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ବରଂ ପାଣ୍ଡିଆନଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ଯଦି ରାଜନୀତି କରିବାର ଅଛି ତେବେ ଚାକିରି ଛାଡ଼ ବୋଲି ଆହ୍ୱାନ ଦେଇଥିଲେ ।

ପାଣ୍ଡିଆନ ଚାକିରି ଛାଡ଼ି ସିଧାସଳଖ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏତେଶୀଘ୍ର ଏମିତି ଘଟିବ ବୋଲି ଅନେକ ବିଶ୍ୱାସ କରୁ ନ ଥିଲେ । ଏବେ ଅଚାନକ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ସେମାନଙ୍କୁ ଚକିତ କରିଛି । ଏଥିସହ ବିରୋଧୀ ଦଳର ଚାଲେଞ୍ଜକୁ ଗ୍ରହଣ କରି ସେମାନଙ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ପାଣ୍ଡିଆନଙ୍କ ଭିଆରଏସ ଆବେଦନ ସଂକ୍ରାନ୍ତରେ ସରକାରୀସ୍ତରରେ ମଧ୍ୟ ଅଧିକାଂଶ ଜାଣି ନ ଥିଲେ । ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଟେର୍ ପାଇ ନ ଥିଲେ । ଆଜି ଭିଆରଏସ ମଞ୍ଜୁର ହେଲା ପରେ ଏହି ଖବର ପାଇ ସେମାନଙ୍କ ମୁଣ୍ଡ ଗୋଲ୍ ହୋଇଯାଇଛି ।

ବର୍ତ୍ତମାନ ସମସ୍ତଙ୍କ ଆଖି ପାଣ୍ଡିଆନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ । ଖୁବ୍ ଶୀଘ୍ର ସେ ତାଙ୍କର ଯୋଜନା ଜଣାଇବେ ବୋଲି ଖବର ମିଳିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ପାଣ୍ଡିଆନ ବିରୋଧୀ ଦଳର ଚାଲେଂଜକୁ ଗ୍ରହଣ କରି ଚାକିରି ଛାଡ଼ିଛନ୍ତି । ତେଣୁ କରି ସେ ସକ୍ରିୟ ରାଜନୀତିରେ ଯୋଗଦେବା ସ୍ପଷ୍ଟ ଜଣାପଡୁଛି । ତେବେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସରେ ଥିବା ଏହି ପୂର୍ବତନ କ୍ଷମତାଶାଳୀ ଅଧିକାରୀ କେଉଁ ଭୂମିକାରେ ଆସିବେ ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି ।

 

Previous Post

ଓଡ଼ିଶାକୁ ବାତ୍ୟା ଭୟ ନାହିଁ, କେବଳ ବର୍ଷା ସମ୍ଭାବନା

Next Post

ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ

Next Post
ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ

ନୂଆ ଭୂମିକାରେ ପାଣ୍ଡିଆନ୍: '୫-ଟି' ଏବଂ 'ନବୀନ ଓଡ଼ିଶା'ର ଅଧ୍ୟକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA