Saturday, April 25, 2026 02:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ

କ୍ୟାବିନେଟ୍ ପାହ୍ୟାରେ ନୂଆ ନିଯୁକ୍ତି

by Our Correspondent
24 Oct, 2023- 10:51 AM
in Latest News, News
1 min read
0
ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ

ଭୁବନେଶ୍ୱର: ଗତକାଲି ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରିରୁ ଅବସର ନେଇଥିବା ଭି.କେ.ପାଣ୍ଡିଆନଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ‘୫-ଟି’ ଏବଂ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ନବୀନ ଓଡ଼ିଶା’ ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୦୦ ବ୍ୟାଚ୍ ର ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ ୨୩ ବର୍ଷ କାର୍ଯ୍ୟ କରିବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ନେଇଛନ୍ତି । ଗତ ୨୦ ତାରିଖରେ ହୋଇଥିବା ତାଙ୍କର ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଗତକାଲି ମଞ୍ଜୁରି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀ ସହ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ କାର୍ଯ୍ୟକ୍ରମ ୫-ଟି ସଚିବ ଭାବେ ସେ ଦାୟିତ୍ୱ ତୁଲାଉଥିଲେ । ନିକଟରେ ଆରମ୍ଭ ହୋଇଥିବା ‘ନବୀନ ଓଡ଼ିଶା’ ଯୋଜନା ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ରାଜ୍ୟରେ ସ୍କୁଲ, ମନ୍ଦିର, ଡାକ୍ତରଖାନା ପ୍ରମୁଖ ରୂପାନ୍ତରଣ କାର୍ଯ୍ୟକ୍ରମର ପରିକଳ୍ପନା ଓ ଏହାର କାର୍ଯ୍ୟକାରିତାକୁ ସଠିକ ଦିଗରେ ନେବାରେ ଶ୍ରୀ ପାଣ୍ଡିଆନଙ୍କ ଭୂମିକା ବେଶ୍ ପ୍ରଶଂସାଯୋଗ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଦକ୍ଷ, ବିଶ୍ୱସ୍ତ ଓ କ୍ଷମତାଶାଳୀ ଅଧିକାରୀଙ୍କ ଜିଲ୍ଲାଗସ୍ତକୁ ନେଇ ବିରୋଧୀ ଦଳ ତୁମ୍ବିତୋଫାନ କରିବା ପରେ ସେ ବିବାଦୀୟ ହୋଇଯାଇଥିଲେ । ରାଜନୀତି କରିବାକୁ ଚାହୁଁଥିଲେ ଚାକିରି ଛାଡ଼ି ଦେବାକୁ ସେମାନେ ଆହ୍ୱାନ ଦେଇଥିଲେ । ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପଛରେ ତାଙ୍କର ନିଦେ୍ର୍ଦଶ ରହିଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସ୍ପଷ୍ଟ କରିଥିଲେ ମଧ୍ୟ ବିରୋଧୀ ଦଳ ଏହାକୁ ବିଜେଡି ବିରୋଧରେ ପ୍ରମୁଖ ପ୍ରସଙ୍ଗ କରିଥିଲେ ।

ଏହା ଭିତରେ ଶ୍ରୀ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ମାତ୍ର କେହି ଟେର୍ ପାଇପାରି ନ ଥିଲେ । ଗତକାଲି ସଂଧ୍ୟାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ମଞ୍ଜୁରି ଚିଠି ଆସିବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ତାଙ୍କର ଆଗାମୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । ସେ ବିଜେଡିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହୋଇଥିଲା ।

ତେବେ ଶ୍ରୀ ପାଣ୍ଡିଆନଙ୍କ ନୂଆ ନିଯୁକ୍ତି ପୁଣି ସମସ୍ତଙ୍କୁ ଚକିତ କରିଛି । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ସେ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସିଧାସଳଖ କାମ କରିବେ । ଏହା ତାଙ୍କର ପୂର୍ବ ଗୁରୁତ୍ୱକୁ ବଢ଼ାଇ ଦେଇଥିବା କୁହାଯାଉଛି ।

 

Previous Post

ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ

Next Post

ମୋବାଇଲ୍ ମେସେଜ ଯୋଗେ ବିପର୍ଯ୍ୟୟ ସୂଚନା

Next Post
ମୋବାଇଲ୍ ମେସେଜ ଯୋଗେ ବିପର୍ଯ୍ୟୟ ସୂଚନା

ମୋବାଇଲ୍ ମେସେଜ ଯୋଗେ ବିପର୍ଯ୍ୟୟ ସୂଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA