Saturday, May 9, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

by Our Correspondent
08 Dec, 2025- 11:18 PM
in Latest News, News
1 min read
0
କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍‌ସ (ସେନ୍‌) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୋବେଲ ପୁରସ୍କାର ବିଜେତା  ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଲେ, ଆମେ ସମସ୍ତେ ଭିନ୍ନ । ଆମେ ନିରନ୍ତର ସ୍ଥିର ଉପାୟରେ ନିଜର ସଫଳତାକୁ ଶ୍ରେୟ ଦେବାକୁ ଚେଷ୍ଟା କରୁ । ସେ କହିଲେ, ଶିକ୍ଷକ  ଶିକ୍ଷୟିତ୍ରୀ କିମ୍ବା ଅଭିଭାବ ସେମାନଙ୍କ ପିଲାଙ୍କ ଚିନ୍ତାଧାରା, ସର୍ଜନା ଓ ଦୃଷ୍ଟିକୋଣକୁ ଗୁରୁତ୍ୱଦେବା ଉଚିତ । ଅଭିଭାବକମାନେ ସେମାନଙ୍କ ଚିନ୍ତାଧାରା ପିଲାଙ୍କ ଉପରେ ଲଦିଦେବା ଉଚିତ ନୁହେଁ । ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତା ପରିପ୍ରକାଶ ନିମନ୍ତେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ସୁଯୋଗ ଦେବା ଉଚିତ ।

ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଇଂଟରନ୍ୟାସନାଲ୍ ସ୍କୁଲ୍ ସେନ୍ ଗ୍ଲୋବ ଜରିଆରେ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ସମକକ୍ଷ କରାଇବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛି ତାହା ଭାରତରେ ବିରଳ । ଫଳରେ ଏଠାରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷା ତଥା ବିଭିନ୍ନ କ୍ଷେତ୍ରରେ ଆତ୍ମବିଶ୍ୱାସ ସହ ପାରଦର୍ଶିତା ଲାଭ କରୁଛନ୍ତି । ଏଥିପାଇଁ ସେ କିଟ୍ ସେନ୍ ଗ୍ଲୋର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ କିଟ୍ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍‌ର ଚେୟାର ପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ ସଞ୍ଜୟ ସୁଆରଙ୍କ ସେମାନଙ୍କ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନ ତମାମ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥିଲା । ଏହା ସହ ବାଲ୍ ଶକ୍ତି ପୁରସ୍କାର ବିଜେତା କୋରୋକ୍ ବିଶ୍ୱାସଙ୍କ ଏକ ସୁନ୍ଦର ଶାସ୍ତ୍ରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ ଦର୍ଶକଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ମୋନାଲିସା ବଳ, ଡ. ସଞ୍ଜୟ ସୁଆର ଓ ଇଂଟରନ୍ୟାସ୍‌ନାଲ୍ କରିକୁଲମ୍‌ର ମୁଖ୍ୟ ଡ. ମାର୍କ କୋଲେମନ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଆଖି ବୁଜିଲେ ରାଜଗାଙ୍ଗପୁର ପୀଡ଼ିତା

Next Post

ତିନିଗୁଣା ବଢ଼ିଲା ବିଧାୟକଙ୍କ ଦରମା

Next Post
ତିନିଗୁଣା ବଢ଼ିଲା ବିଧାୟକଙ୍କ ଦରମା

ତିନିଗୁଣା ବଢ଼ିଲା ବିଧାୟକଙ୍କ ଦରମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA