Monday, March 9, 2026 08:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ

by Our Correspondent
19 May, 2025- 06:43 PM
in Latest News, News, Technology
1 min read
0
ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ

ଭୁବନେଶ୍ୱର: ଦେଶର ଭବିଷ୍ୟତ ନିମନ୍ତେ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ପରମାଣୁ ଶକ୍ତିର ଉପଯୋଗ କରିବା ଆବଶ୍ୟକ ବୋଲି ବିଶିଷ୍ଟ ପରମାଣୁ ବଜ୍ଞାନୀ ଡକ୍ଟର ଏ.କେ. ତ୍ୟାଗୀ କହିଛନ୍ତି ।

ବର୍ତମାନ ଜଳବାୟୁ ପରିବର୍ତନ ମଣିଷ ଜୀବନକୁ ବିଶେଷ ପ୍ରଭାବିତ କରିଥିବା ବେଳେ ପ୍ରଦୂଷଣକୁ ନିୟନ୍ତ୍ରିତ କରି ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପରମାଣୁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ତ୍ୟାଗୀ କହିଛନ୍ତି । ବର୍ତମାନ ଟ୍ରୋମ୍ବେ ସ୍ଥିତ ହୋମି ଭାବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଡିନ୍ ତଥା ସିନିୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡକ୍ଟର ତ୍ୟାଗୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଇଣ୍ଡିଆନ୍ ନ୍ୟାସ୍‌ନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ବକ୍ତୃତାମାଳାର ପ୍ରଥମ ବକ୍ତୃତା ପ୍ରଦାନ କରି ସେ ଏହା କହିଥିଲେ ।

୧୯୯୮ ମସିହା ମେ ୧୧ ଏବଂ ୧୩ ତାରିଖ ମଧ୍ୟରେ ପୋଖରାନ୍ ଠାରେ ଭାରତ କରିଥିବା ପରମାଣୁ ପରୀକ୍ଷାକୁ ସ୍ମରଣ କରି ଜାତୀୟ ଟେକ୍ନୋଲଜି ଦିବସ ପାଳନ ଅବସରରେ ଏହି ବକ୍ତୃତାମାଳାର ଆୟୋଜନ କରାଯାଇଛି ।

ପ୍ରଥମ ବକ୍ତୃତାର ପ୍ରସଙ୍ଗ ‘Sustainable Development: Role of Nuclear Science and Technology’ ଉପରେ ବକ୍ତବ୍ୟ ରଖି ଡକ୍ଟର ତ୍ୟାଗୀ କହିଥିଲେ ଯେ ଭାରତରେ ବୃଦ୍ଧି ପାଉଥିବା ବିଦ୍ୟୁତ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଜଳବାୟୁ ପରିବର୍ତନର ପ୍ରଭାବକୁ ଦୂର କରିବା ନିମନ୍ତେ ପରମାଣୁ ଶକ୍ତି ନିର୍ଭର ଯୋଗ୍ୟ ଏବଂ ଏହାକୁ ସ୍ଥାୟୀ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇପାରେ ।

ଡକ୍ଟର ତ୍ୟାଗୀଙ୍କୁ ଆଇଏନ୍‌ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସ୍ୱାଗତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ । ସୋଆର ସେଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ବକ୍ତାଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଡକ୍ଟର ତ୍ୟାଗୀ କହିଥିଲେ ଯେ କୃଷି, ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ମ୍ୟାଟେରିଆଲ୍ ସାଇନ୍ସ କ୍ଷେତ୍ରରେ ପରମାଣୁ ବିଜ୍ଞାନର ପ୍ରଭୂତ ଆବଶ୍ୟକତା ରହିଛି । କ୍ୟାନ୍ସର ଚିକି୍‌ତ୍ସା କ୍ଷେତ୍ରରେ ରୋଗ ଚିହ୍ନଟ ଓ ଚିକିତ୍ସା ନିମନ୍ତେ ରେଡିଓଆଇସୋଟୋପ୍ସ ବ୍ୟବହାର ଏବଂ ଖାଦ୍ୟ ସଂରକ୍ଷଣ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଥବା ସେ କହିଥିଲେ ।

ଭାରତର ପରମାଣୁ କାର୍ଯ୍ୟକ୍ରମର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଡକ୍ଟର ତ୍ୟାଗୀ କହିଥିଲେ ଯେ ଗତ ୨୦୦ ବର୍ଷ ଧରି ପରିବେଶକୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଛି ସେହି କାରଣରୁ ବିଶ୍ୱରେ ପରିବେଶ ଜନିତ ସମସ୍ୟା ଦେଖା ଦେଇଛି । ପରିବେଶରେ ଅଙ୍ଗାରକାମ୍ଳ ୩୨୦ ପାର୍ଟସ ପର ମିଲିୟନ୍ (ପିପିଏମ୍‌)ରୁ ୪୩୦ ପିପିଏମ୍‌କୁ ବୃଦ୍ଧି ପାଇଛି । ଯଦି ଏହା ୪୫୦ ପିପିଏମ୍ ଛୁଇଁବ ତେବେ ପରିସ୍ଥିତି ଭୟଙ୍କର ହେବ । ତେଣୁ ଗ୍ରୀନ୍ ହାଉସ ଗ୍ୟାସକୁ ହ୍ରାସ କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ନେବା ଆବଶ୍ୟକ ଅଟେ । ଏହା ହିଁ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ସେ କହିଥିଲେ ।

ଜାତି ସଂଘ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଧାର୍ଯ୍ୟ କରିଥିବା ବେଳେ କେବଳ ପରମାଣୁ ଶକ୍ତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ଏହା ମଧ୍ୟରୁ ୮ଟି ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରିବ ବୋଲି କହିବା ସହ ଦୀର୍ଘ ସମୟ ଧରି ମାନବିକ କାର୍ଯ୍ୟଧାରା ଯୋଗୁଁ ହିଁ ପୃଥିବୀର ସନ୍ତୁଳନରେ ପରିବର୍ତନ ଘଟିଛି ବୋଲି ଡକ୍ଟର ତ୍ୟାଗୀ କହିଥିଲେ ।

କୋଇଲା ଏବଂ ଅନ୍ୟାନ୍ୟ ଇନ୍ଧନ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ତଥା ଅନ୍ୟ ଶିଳ୍ପ ଦ୍ୱାରା ପ୍ରଦୂଷଣ ଜନିତ ସମସ୍ୟା ଉପୁଜୁଥିବା ବେଳେ ପରମାଣୁ ଶକ୍ତି ବ୍ୟବହାରରେ ଏଭଳି ସମସ୍ୟା ଦେଖାଦିଏ ନାହିଁ । ଏଥି ନିମନ୍ତେ ଭାରତରେ ୟୁରାନିୟମ୍‌ର ଅଭାବ ଥିଲେ ମଧ୍ୟ ଯଥେଷ୍ଟ ଥୋରିୟମ୍ ଗଚ୍ଛିତ ଅଛି ଯାହାକୁ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ

ଏକ ସପ୍ତାହ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏ ବକ୍ତୃତାମାଳାକୁ ସୋଆ, ଆଇଆଇଟି ଭୁବନେଶ୍ୱର, ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ଏବଂ ନାଇଜର ଭୁବନେଶ୍ୱର ପକ୍ଷରୁ ସଂଚାଳନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବାକୁ ଥିବା ଅନ୍ୟ ବିଶିଷ୍ଟ ବକ୍ତାମାନେ ହେଲେ ଆଇଆଇଟି (ବିଏଚ୍‌ୟୁ)ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଚେୟାରମ୍ୟାନ ତଥା ଭାରତର ଲାଇଟ୍ କମ୍ବାଟ ଏୟାରକ୍ରାଫ୍‌ଟ (ଏଲ୍‌ଏସି)ର ଚିଫ୍ ଡିଜାଇନର ତଥା ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର କୋଟା ହରିନାରାୟଣ, ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍ (ଡିଆଇଡିଓ)ର ଡାଇରେକ୍ଟର ଜେନେରାଲ ଡକ୍ଟର ବିନୟ କୁମାର ଦାସ ।

Previous Post

ଗରିବ, ଅସହାୟଙ୍କୁ ସହାୟତା ଆମ ସରକାରଙ୍କ ପ୍ରାଥମିକତା:ମୁଖ୍ୟମନ୍ତ୍ରୀ

Next Post

ଏମିତି ଚାଲିଛି ମୋହନ ସରକାର..

Next Post
ଏମିତି ଚାଲିଛି ମୋହନ ସରକାର..

ଏମିତି ଚାଲିଛି ମୋହନ ସରକାର..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA