Friday, April 17, 2026 02:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏମିତି ଚାଲିଛି ମୋହନ ସରକାର..

ରେଜଲ୍ଟ ବାହାରିବା ପୂର୍ବରୁ ନାମଲେଖା ଆବେଦନ ତାରିଖ ଶେଷ

by Our Correspondent
20 May, 2025- 07:44 PM
in Latest News, News
1 min read
0
ଏମିତି ଚାଲିଛି ମୋହନ ସରକାର..

ଭୁବନେଶ୍ୱର: ମୋହନ ମାଝୀଙ୍କ ସରକାରରେ ବିଚିତ୍ର ବ୍ୟବସ୍ଥା । ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଯୁକ୍ତ ତିନି ନାମଲେଖା ଆବେଦନ ତାରିଖ ଶେଷ । ଗଣଶିକ୍ଷା ବିଭାଗରେ କ’ଣ ଘଟୁଛି, ଉଚ୍ଚଶିକ୍ଷା ବିଭାଗ ଜାଣିପାରୁନାହିଁ । ଉଭୟ ବିଭାଗ ମଧ୍ୟରେ ସାମାନ୍ୟତମ ସମନ୍ୱୟ ନାହିଁ । ଦାୟିତ୍ୱରେ ଥିବା ଅଧିକାରୀମାନେ ଆଖି କାନ ବୁଜି ନିଷ୍ପତ୍ତି ନେଉଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କୁ ସେ ସମ୍ପର୍କରେ ଜଣାନାହିଁ । ଗଣମାଧ୍ୟମରେ ଖବର ଆସିବା ପରେ ଯାଇ ସମସ୍ତଙ୍କର ଚେତା ପଶିଛି ।

ଘଟଣାଟି ଯେତିକି ଗମ୍ଭୀର ସେତିକି ଆଶ୍ଚର୍ଯ୍ୟଜନକ ଆଉ ସେତିକି ଆମୋଦ ଦାୟକ ।

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଅଥଚ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନର ଆଜି(ମଙ୍ଗଳବାର) ଥିଲା ଶେଷ ତାରିଖ । ରାଜ୍ୟର ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଫଳକୁ ଚାହିଁ ବସିଥିବା ବେଳେ ଏହି ବ୍ୟବସ୍ଥା ଅଭିଭାବକଙ୍କ ମୁଣ୍ଡରେ ଚଡ଼କ ପକାଇଥିଲା । ପିଲା ପାସ୍ କରିବ ନା ଫେଲ୍ ହେବ ଜଣା ନାହିଁ । ପାସ୍ କଲେ କେତେ ମାର୍କ ରଖିବ ଜଣାନାହିଁ । କେଉଁ ବିଷୟରେ ଅଧିକ ମାର୍କ ରଖିବ ଜଣାନାହିଁ । ତେଣୁ ପିଲା କିଭଳି ଆବେଦନ କରିବେ ଜାଣି ନ ପାରି ଅଭିଭାବକମାନେ ବିବ୍ରତ ହୋଇପଡ଼ିଥିଲେ ।

ସୂଚନାଥାଉକି, ୨୦୨୫-୨୬ ଶିକ୍ଷାବର୍ଷରେ ୧୦୫୩ ଡିଗ୍ରୀ କଲେଜର ୨ ଲକ୍ଷ ୭୩ ହଜାର ୭୮୯ ସିଟ୍ ପାଇଁ ନାମଲେଖା ହେଉଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୧ ଲକ୍ଷ ୧୭ ହଜାର ୫୩୨ ଜଣ ଆବେଦନ କରିଛନ୍ତି । ଆବେଦନକାରୀ ଅଧିକାଂଶ ପିଲା ସିବିଏସଇର । କାରଣ ସିବିଏସଇ ବୋର୍ଡ ରେଜଲ୍ଟ ପ୍ରାୟ ୧୫ ଦିନ ତଳୁ ବାହାରି ଗଲାଣି । ମାତ୍ର ଓଡ଼ିଶା ବୋର୍ଡର ଅଧିକାଂଶ ଛାତ୍ରଛାତ୍ରୀ ଯୁକ୍ତ ତିନି ପଢ଼ିବାକୁ ଆବେଦନ କରୁଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ସେମାନଙ୍କ କଥାକୁ ବିଚାରକୁ ନେଇ ନ ଥିଲା । ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀମାନେ ସେୟାଡ଼କୁ ମୁଣ୍ଡ ନ ଖେଳାଇ ମେ ୨୦ ତାରିଖ ସୁଦ୍ଧା ଆବେଦନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ଯାହା କି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଥିଲା ।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଲା ପରେ ସରକାରଙ୍କ ଚେତା ପଶିଥିଲା । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟରେ କଥା ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବ । ସେହିଭଳି ଯୁକ୍ତ ତିନି ଆବେଦନର ତାରିଖ ଅବଧି ଜୁନ୍ ୧ ତାରିଖକୁ ବୃଦ୍ଧି କରାଯାଇଛି ।

ତେବେ ଏଭଳି ଗୁରୁତର ଭୁଲ୍ ଭଟକା କରିଥିବା ଅଧିକାରୀମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

Previous Post

ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ

Next Post

ସଚିବଙ୍କ କ୍ଷମତାରେ ଚୋଟ

Next Post
ସଚିବଙ୍କ କ୍ଷମତାରେ ଚୋଟ

ସଚିବଙ୍କ କ୍ଷମତାରେ ଚୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA