ଭୁୁବନେଶ୍ୱର: ମାତ୍ର ୮ ଦିନ ଚାଲି ବନ୍ଦ ହୋଇଗଲା ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ବସିବାର ଥିଲା । ମାତ୍ର ଆଜି ବିରୋଧୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ପାସ୍ ହୋଇଥିଲା । ଏହାପରେ ଶାସକ ଦଳର ପ୍ରସ୍ତାବକୁ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।