Monday, February 6, 2023 05:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର

by Our Correspondent
02 Dec, 2022- 08:50 PM
in Latest News, News, Politics
1 min read
0
କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର
ଭୁବନେଶ୍ୱର: କୋଭିଡ୍ ପରେ ପ୍ରଥମ ଥର ପାଇଁ ଉପନିର୍ବାଚନ ପ୍ରଚାରରେ ପଦ୍ମପୁର ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ । କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି, ଫସଲ ବୀମା ଯୋଜନା, ଏମଏସପି, ଧାନକିଣା, ସାର ଯୋଗାଣ, ଚାଷୀ ଋଣ, ରେଳ ପ୍ରକଳ୍ପ, ଆବାସ ଯୋଜନା ଆଦି ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ । ନିଜର ପଞ୍ଚମ ପାଳି ସରକାରରେ ନବୀନଙ୍କର କେନ୍ଦ୍ର ବିଜେପି ସରକାର ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ପୂର୍ବରୁ ଦେଖିବାକୁ ମିଳି ନ ଥିଲା ।
ପଦ୍ମପୁରର ତିନୋଟି ଯାକ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଏଥିରେ ସେ ଗୋଟି ଗୋଟି କରି କେନ୍ଦ୍ର ସରକାରଙ୍କ ଅବହେଳାର ତାଲିକା ଦେଇଥିଲେ ।
କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରର ବିଜେପି ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲଗାଇଛନ୍ତି । ଅଥଚ ସୁନା ଉପରେ ୩% ଜିଏସଟି ଲାଗିଛି । ଏହା କି ପ୍ରକାର ବିଚାର? କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନ ବୋଲି କହିଥିଲେ ।
କେନ୍ଦ୍ରର ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ୫୦% ପ୍ରିମିୟମ୍ ବାବଦକୁ ୬୩୦ କୋଟି ଟଙ୍କା ଦେଉଛନ୍ତି । ପଦ୍ମପୁର ଚାଷୀଙ୍କ ଫସଲ ବୀମା ଟଙ୍କା ୧୮ ମାସ ହେଲା ପଡ଼ିଥିଲା । ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିବା ପରେ କେନ୍ଦ୍ର ଛାନିଆ ହୋଇପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆବାସ ଯୋଜନାରେ ରାଜ୍ୟକୁ ଘର ନ ମିଳିବା ନେଇ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ଉପରେ ଖୁବ୍ ଜୋର୍ ରେ ବର୍ଷିଥିଲେ । ୨୦୨୨ ସୁଦ୍ଧା ସମସ୍ତେ ପକ୍କାଘର ପାଇବେ ବୋଲି କେନ୍ଦ୍ର କହିଥିଲା । ଓଡ଼ିଶା ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଘର ନିର୍ମାଣ କରିଥିଲା । ଏଥିପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଥିଲେ । ହେଲେ ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇ ଗ୍ରାମୀଣ ଆବାସ ଯୋଜନାକୁ ବନ୍ଦ କରିଦେଲେ । ଏଥିଯୋଗୁଁ ଦୁଇବର୍ଷରେ ୧୦ ଲକ୍ଷ ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ପଦ୍ମପୁରରେ ୨୫ ହଜାର ଗରିବ ଆବସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ତେବେ ଗରିବଙ୍କ ହକ୍ ପାଇଁ ସେ ଲଢ଼ିବେ ବୋଲି ନବୀନ କହିଥିଲେ ।
ପଦ୍ମପୁରକୁ ରେଳଲାଇନ୍ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ ନବୀନ । ସେମାନଙ୍କ ନାଁ ନ ନେଇ ପ୍ରଶ୍ନ କରିଥିଲେ । ପଚାରିଥିଲେ ଏହି ରେଳଲାଇନ୍ ପାଇଁ କେବେ ସର୍ଭେ ହୋଇଥିଲା? କେଉଁ ଗାଁ ଦେଇ ରେଳାଲାଇନ୍ ଯିବ ତାହାର ଡିପିଆର ପ୍ରସ୍ତୁତ ହୋଇଛି କି? ଲୋକଙ୍କୁ ମିଛ କଥା କହି ଭୂଆଁ ବୁଲାନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଡା ଟିପ୍ପଣୀ ଦେଇଥିଲେ ।
ରାଜ୍ୟ ସରକାର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଅନୁଦାନ ଦେଉନାହାନ୍ତି କି ସହଯୋଗ କରୁନାହାନ୍ତି । ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ତେବେ କେନ୍ଦ୍ରର ଅବହେଳା ବିରୋଧରେ ସଂଗ୍ରାମ ଜାରି ରହିବ । ୨୦୨୪ ବେଳକୁ ନିଜେ ବିକାଶ ତାଲିକା ଧରି ଆସିବେ ବୋଲି ନବୀନ କହିଥିଲେ ।
ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଚାଲିଥିବା ଅପପ୍ରଚାରକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ । ଏହା ମା’ ମାନଙ୍କ ପ୍ରତି ଅସମ୍ମାନ ବୋଲି କହିଥିଲେ । ପଦ୍ମପୁର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛି । କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ପଦ୍ମପୁରବାସୀଙ୍କ ସବୁ ସ୍ୱପ୍ନ ପୂରଣ ହେବ । ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି । ପଦ୍ମପୁର ଭୋଟ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ଅସତ୍ୟ କଥା କହିଛନ୍ତି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
Previous Post

ପଦ୍ମପୁରରେ ନବୀନଙ୍କ ମେଗା ସୋ’

Next Post

୮ ଦିନରେ ବନ୍ଦ ହୋଇଗଲା ବିଧାନସଭା

Next Post
୮ ଦିନରେ ବନ୍ଦ ହୋଇଗଲା ବିଧାନସଭା

୮ ଦିନରେ ବନ୍ଦ ହୋଇଗଲା ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3238 shares
    Share 1295 Tweet 810
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2173 shares
    Share 869 Tweet 543
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2064 shares
    Share 826 Tweet 516
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2034 shares
    Share 814 Tweet 509
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1916 shares
    Share 766 Tweet 479

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA