Monday, May 25, 2026 10:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତିସାରା ଚାଲିଲା ବିଧାନସଭା

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

by Our Correspondent
03 Apr, 2025- 02:50 PM
in Latest News, News
1 min read
0
ରାତିସାରା ଚାଲିଲା ବିଧାନସଭା

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ପରେ ଓଡ଼ିଶା ବିଧାନସଭା ଇତିହାସରେ ପୁଣି ବିରଳ ରେକର୍ଡ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ବିଧାନସଭାରେ ରାତିସାରା ଆଲୋଚନା ହେଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ଗୃହରେ ଉପସ୍ଥିତ ରହିଲେ । ବିରୋଧୀ ଦଳର ବିଧାୟକ ଡ. ଅରୁଣ ସାହୁ ଦୁଇଟି ପର୍ଯ୍ୟାୟରେ ୩ ଘଣ୍ଟାରୁ ଅଧିକ ସମୟ ଧରି ବିଲ୍ ବିରୋଧରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଘଣ୍ଟାଏରୁ ଅଧିକ ସମୟ ଧରି ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ । ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା ଆଲୋଚନା ସରିଲା ଗୁରୁବାର ଭୋର୍ ୪ଟା ୨୮ ମିନିଟ୍ ରେ । ୪ଟା ୨୯ରେ ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହେଲା ପରେ ପୁଣି ଆସିଲା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ । ଆଗତ କଲେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ଉପରେ ପାଖାପାଖି ଅଢ଼େଇ ଘଣ୍ଟା ଆଲୋଚନା ହେଲା ପରେ ସକାଳ ୭ଟାରେ ବିଲ୍ ପାରିତ ହେଲା । ଏହାପରେ ଆଉ ତିନି ଦିନ କାର୍ଯ୍ୟ ଦିବସ କାଟି ଅଧିବେଶନର ପରିସମାପ୍ତି ଘୋଷଣା କଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ।

ବୁଧବାର ଦିନ ବିଧାନସଭା ସ୍ୱାଭାବିକ ଥିଲା । ସାଢ଼େ ୧୦ଟାରେ ପ୍ରଶ୍ନକାଳରୁ ଆରମ୍ଭ ହୋଇଥିବା ଗୃହ ଯଥାରୀତି ଚାଲିଲା । ମଧ୍ୟାହ୍ନ ଭୋଜନ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ବହୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ କୁ ଗୃହରେ ଆଗତ କରିଥିଲେ । ୪ଟା ୬ ମିନିଟ୍ ରେ ଏହି ବିଲ୍ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କଂଗ୍ରେସର ୧୪ ଜଣ ଯାକ ବିଧାୟକ ନିଲମ୍ବିତ କାରଣରୁ ଗୃହରେ ଅନୁପସ୍ଥିତ ଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ବିଧାୟକମାନେ ଏହି ବିଲ୍ କୁ ପ୍ରବଳ ବିରୋଧ କରିଥିଲେ । ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ,୨୦୨୦ କୁ ଏଡ଼ାଇବା ପାଇଁ ସରକାର ଏହି ନୂଆ ବିଲ୍ ଆଣିଛନ୍ତି । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ସରକାରଙ୍କର ଏହା ଚଞ୍ଚକତା ବୋଲି ବିଜେଡ଼ି ବିଧାୟକମାନେ ଅଭିଯୋଗ କରିଥିଲେ । ସର୍ବୋପରି ଏହାକୁ ସିଲେକ୍ଟ କମିଟି ପଠାଇବାକୁ ସେମାନେ ଦାବି କରିଥିଲେ ।

ତେବେ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ବଜାୟ ରଖିବାକୁ ଏହି ସଂଶୋଧନ ଜରୁରି ବୋଲି ଶାସକ ଦଳ ବିଧାୟକମାନେ ଯୁକ୍ତି ବାଢ଼ିଥିଲେ । ରାତି ପ୍ରାୟ ୧୧ଟା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ତାଙ୍କର ଉତ୍ତର ରଖିଥିଲେ । ଏହା ପରେ ବିଲ୍ ରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଧ୍ରୁବ ସାହୁ, ଗଣେଶ୍ୱର ବେହେରା, ରମେଶ ଚନ୍ଦ୍ର ବେହେରା, ସାରଦା ଜେନା ଆଣିଥିବା ସଂଶୋଧନ ପ୍ରସ୍ତାବ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଡ. ସାହୁ ତାଙ୍କ ସଂଶୋଧନ ପ୍ରସ୍ତାବ ରଖୁଥିଲା ବେଳେ ବିଜେପିର ଟଙ୍କଧର ତ୍ରିପାଠୀ ପଏଣ୍ଟ ଅଫ ଅର୍ଡର ଉଠାଇ ତାଙ୍କୁ ଆକ୍ଷେପ କରିବାରୁ ଗୃହରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ନେଇ ରାତି ଅଧରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ଉଭୟ ପରଷ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରିଥିଲେ ।

ବିରୋଧୀ ଦଳ ପକ୍ଷରୁ ଡ. ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା, ଧ୍ରୁବ ସାହୁ, ଦେବୀରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ବେହେରା, ବ୍ୟୋମକେଶ ରାୟ ଓ ଗୌତମବୁଦ୍ଧ ଦାସ ଆଲୋଚନାରେ ଭାଗ ନେଇଥିଲା ବେଳେ ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ବାବୁ ସିଂ, ଅମର ନାୟକ, ସନ୍ତୋଷ ଖଟୁଆ ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଆଲୋଚନା ପରେ ବିରୋଧୀ ଦଳ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ ଖାଟ୍ ଖାଇଥିଲା ।

ପାଖାପାଖି ସାଢେ ୧୨ ଘଣ୍ଟାର ଆଲୋଚନା ପରେ ଭୋର୍ ୪ଟା ୨୯ ମିନିଟ୍ ରେ ବାଚନିକ ଭୋଟରେ ଏହି ବିଲ୍ ପାରିତ ହୋଇଥିଲା ।

ପୁଣି ଫେରିବ ସିନେଟ୍ ବ୍ୟବସ୍ଥା

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ସହ ପୁଣି ଫେରିବାକୁ ଯାଉଛି ସିନେଟ୍ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅବସରର ୬ ମାସ ପୂର୍ବରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ହେବ । ନିଯୁକ୍ତି କମିଟିରେ ୩ ଜଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରୁ ଜଣେ କୁଳାଧିପତିଙ୍କ ଦ୍ୱାରା ମନୋନୀତ ସଦସ୍ୟ, ଅନ୍ୟ ଜଣେ ୟୁଜିସି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସଦସ୍ୟ ଏବଂ ଅନ୍ୟଜଣଙ୍କ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ଦ୍ୱାରା ମନୋନୀତ ସଦସ୍ୟ ହେବେ । ନିଯୁକ୍ତି କମିଟି ୩ଟି ନାମ ଚୟନ କରିବା ପୂର୍ବରୁ ସେମାନଙ୍କ ବିରୋଧରେ କୌଣସି ମାମଲା ନ ଥିବା ଭିଜିଲାନ୍ସରୁ କ୍ଲିୟରାନ୍ସ ଆଣିବାକୁ ପଡ଼ିବ । ଏହି ତିନୋଟି ନାଁରୁ ଗୋଟିଏ ନାଁ ବାଛିବେ କୁଳାଧିପତି । ୪ ବର୍ଷ ପାଇଁ କୁଳପତି ନିଯୁକ୍ତି ହେବେ । କୁଳପତିମାନେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ରହିପାରିବେ ।

 

Previous Post

ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Next Post

ମୁଣ୍ଡ ନୁଆଁଇଲେ ନବୀନ !

Next Post
ମୁଣ୍ଡ ନୁଆଁଇଲେ ନବୀନ !

ମୁଣ୍ଡ ନୁଆଁଇଲେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA