Friday, May 15, 2026 03:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଣ୍ଡ ନୁଆଁଇଲେ ନବୀନ !

ୱକଫ୍ ବିଲ୍ କୁ ନେଇ ବିଜେଡିର ଆଭିମୁଖ୍ୟ ବଦଳିଲା

by Our Correspondent
04 Apr, 2025- 12:12 AM
in Latest News, News
1 min read
0
ମୁଣ୍ଡ ନୁଆଁଇଲେ ନବୀନ !

ଭୁବନେଶ୍ୱର: ନିର୍ବାଚନ ପରାଜୟରୁ ବିଜେଡି କିଛି ବି ଶିକ୍ଷାଲାଭ କଲାନି । ଓଡ଼ିଶାବାସୀଙ୍କୁ ଭକୁଆ ବନାଇବା ଉଦ୍ୟମରୁ ଦଳ ନିଜକୁ ନିବୃତ୍ତ କରିପାରିଲାନି । ବିଜେପି ସହ ଗୋପନ ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ୱକଫ୍ ସଂଶୋଧନ ବିଲ୍ କୁ ନେଇ ବିଜେଡି ତାହାର ଆଭିମୁଖ୍ୟ ବଦଳେଇବା ପରେ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି । ଏହି ବିଲ୍ କୁ ବିରୋଧ କରିବାକୁ ବିଜେଡି ପ୍ରଥମରୁ ଘୋଷଣା କରିଥିଲା ବେଳେ ଶେଷ ମୁହୂର୍ତ୍ତରେ ୟୁ ଟର୍ଣ୍ଣ ମାରିବା ଲକ୍ଷ ଲକ୍ଷ ବିଜେଡି ନେତା ଓ କର୍ମୀଙ୍କୁ ଲଜ୍ଜିତ ଏବଂ ଅପମାନିତ କରିଛି ।

ୱକଫ୍ ସଂଶୋଧନ ବିଲ୍ ବୁଧବାର ଦିନ ଲୋକସଭାରେ ଆଗତ ହେବା ପୂର୍ବରୁ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲା । ଯେହେତୁ ଲୋକସଭାରେ ଦଳର ଜଣେ ବି ସଦସ୍ୟ ନାହାନ୍ତି ତେଣୁ ସମର୍ଥନ କି ବିରୋଧକୁ ନେଇ କୌଣସି ଫରକ୍ ପଡ଼ିବାର ନ ଥିଲା । ମାତ୍ର ଆଜି ରାଜ୍ୟସଭାରେ ୱକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ହେଉଥିବାରୁ ବିଜେଡିର ଭୂମିକା ଆସିବ । କାରଣ ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି । ଭୋଟ୍ ଫଳାଫଳ ଉପରେ ଏହି ସଂଖ୍ୟା ଫରକ୍ ପକାଇବାର କ୍ଷମତା ରଖୁଛି ।

ଗୁରୁବାର ଆଲୋଚନାରେ ଭାଗ ନେଲା ବେଳେ ବିଜେଡି ସାଂସଦ ମୁନ୍ନା ଖାଁ ୱକଫ୍ ବିଲ୍ କୁ ବିରୋଧ କରିଥିଲେ । ତେଣୁ ଦଳର ଆଭିମୁଖ୍ୟକୁ ନେଇ କାହାରି ମନରେ ଶଙ୍କା ନ ଥିଲା । ମାତ୍ର ସଂଧ୍ୟା ୫ଟା ୫୯ ମିନିଟ୍ ରେ ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ରଙ୍କର ଏକ ଟୁଇଟ୍(ଏକ୍ସ) ଆସିଥିଲା । ସେଥିରେ ସେ ସୂଚନା ଦେଇଥିଲେ ଯେ ୱକଫ୍ ସଂଶୋଧନ ବିଲ୍ ଉପରେ ବିଚାର ସାଂସଦଙ୍କ ବିବେକ ଉପରେ ଛାଡ଼ି ଦିଆଯାଇଛି । ଯଦି ବିଲ୍ ଭୋଟିଂ ପାଇଁ ଆସେ ତେବେ ଦଳ ନିଜର ସଦସ୍ୟମାନଙ୍କୁ ନ୍ୟାୟ, ସଦଭାବ ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାର ପାଇଁ ସେମାନଙ୍କ ବିବେକ ପ୍ରୟୋଗ କରିବାକୁ ଦାୟିତ୍ୱ ଦେଉଛି । ଏ ନେଇ ଦଳ ପକ୍ଷରୁ ହୁଇପ୍ ଜାରି କରାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।

ସୁତରାଂ ୱକଫ୍ ସଂଶୋଧନ ବିଲ୍ କୁ ବିଜେଡି ବିରୋଧ କରିବ ନାହିଁ ବୋଲି ଦଳର ପରିବର୍ତ୍ତିତ ନିଷ୍ପତ୍ତିକୁ ସସ୍ମିତ୍ ବୁଲେଇ ବଙ୍କେଇ ଜଣାଇ ଦେଇଥିଲେ । ଏହି ନିଦେ୍ର୍ଦଶ ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ତାହା ଖୋଲି ଜଣାଇବାର ଆବଶ୍ୟକତା ବୋଧହୁଏ ସେ ଅନୁଭବ କରିନାହାନ୍ତି । ତେବେ ବିଜେଡିର ୟୁ ଟର୍ଣ୍ଣକୁ ସାଂସଦ ମୁନ୍ନା ଖାଁ କିନ୍ତୁ ଫାଙ୍କିବାକୁ ଉଦ୍ୟମ କରିଛନ୍ତି । ଦଳର ସାଂସଦମାନେ ବିଲ୍ କୁ ବିରୋଧ କରିବେ ବୋଲି ସେ ସେ ଉପରଠାଉରିଆ ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କର ଅସନ୍ତୋଷ ବୋଲି ମଧ୍ୟ ବୁଝାପଡୁଛି ।

ଶେଷ ମୁହୂର୍ତ୍ତରେ ବିଜେଡି ଆଭିମୁଖ୍ୟ ବଦଳାଇବାକୁ ନେଇ ରାଜ୍ୟରେ ଯେତିକି ନୁହେଁ, ଜାତୀୟ ଗଣମାଧ୍ୟମରେ ତାହାଠାରୁ ଅଧିକ ଚର୍ଚ୍ଚା । ବିଜେଡି ଏହି ବିଲ୍ କୁ ସମର୍ଥନ କରିବ ବୋଲି ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ଖବର ମଧ୍ୟ କରୁଛି । ନବୀନ ବାବୁ ଅଦୃଶ୍ୟ ଚାପରେ ଚେପା ହୋଇଗଲେ ବୋଲି ସୋସିଆଲ୍ ମିଡିଆରେ ପ୍ରବଳ କଟାକ୍ଷ ହେଉଛି । ନବୀନ ପଟ୍ଟନାୟକ ନିଜକୁ ଛୋଟ କରିବା ସହ ଦଳକୁ ଆହୁରି ବିପଦକୁ ଠେଲିଦେଲେ ବୋଲି ଅନେକ ସମାଲୋଚନା କରିଛନ୍ତି ।

ଖୋଦ୍ ବିଜେଡି ଭିତରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଦଳର ଏହି ନିଷ୍ପତ୍ତିକୁ ଜଣେ ବି ବରିଷ୍ଠ ନେତା ସମର୍ଥନ କରିନାହାନ୍ତି । ଏହା ଜନମାନସରେ ସେମାନଙ୍କୁ ଅଧିକ ଲଜ୍ଜିତ କରିବ ଏବଂ ଦଳକୁ ଆହୁରି ବିପଦଗାମୀ କରିବ ବୋଲି ସେମାନେ କହିଛନ୍ତି । ବିଜେଡି ପାଇଁ ଏହା ଶେଷ ସତର୍କ ଘଣ୍ଟି ବୋଲି ସେମାନେ ଚେତାଇ ଦେଇଛନ୍ତି ।

Previous Post

ରାତିସାରା ଚାଲିଲା ବିଧାନସଭା

Next Post

ଆସୁ ଆସୁ କୋଟିଏ…

Next Post
ଆସୁ ଆସୁ କୋଟିଏ…

ଆସୁ ଆସୁ କୋଟିଏ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA