Monday, May 25, 2026 12:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସୁ ଆସୁ କୋଟିଏ…

ବିସ୍ଫୋରଣ କଲା ସୀତାଂଶୁ ଦ୍ୱିବେଦୀଙ୍କ ବୟାନ

by Our Correspondent
04 Apr, 2025- 11:42 AM
in Latest News, News
1 min read
0
ଆସୁ ଆସୁ କୋଟିଏ…

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସୁ ଆସୁ ବଟି ଅସୁଲର ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ନିର୍ଦ୍ଦିଷ୍ଟ ଭାବେ ଗନ୍ଧମାର୍ଦ୍ଦନ ସୋସାଇଟି କର୍ତ୍ତୃପକ୍ଷଙ୍କଠାରୁ ଦୁଇଟି କିସ୍ତିରେ ୧ କୋଟି ୧୭ ଲକ୍ଷ ଟଙ୍କା ନିଆଯାଇଛି । ଏହି ଟଙ୍କା କାରବାର ପୁଣି ଆକାଉଣ୍ଟ୍ ଜରିଆରେ ହୋଇଛି । ମାରାତ୍ମକ ଅଭିଯୋଗଟି ହେଉଛି, ଖୋଦ୍ ରାଜ୍ୟ ବିଜେପି ମୁଖ୍ୟଙ୍କ ଆକାଉଣ୍ଟକୁ ଯାଇଛି ୧ କୋଟି ୩ ଲକ୍ଷ ଟଙ୍କା ।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ ଇଓଡବ୍ଲୁ ଦ୍ୱାରା ଗିରଫ ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀ ଗଣମାଧ୍ୟମକୁ ଏହି ତଥ୍ୟ ଦେଇଛନ୍ତି । ଗତକାଲି ବାଲେଶ୍ୱର ଓପିଆଇଡି କୋର୍ଟରେ ରାଜାଙ୍କ ଜାମିନ୍ ଆବେଦନ ଶୁଣାଣି ହେବା ପରେ ଗଣମାଧ୍ୟମକୁ ଦେଇଥିବା ତାଙ୍କର ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ଶ୍ରୀ ଦ୍ୱିବେଦୀ କହିଛନ୍ତି, ୨୦୨୪ ଜୁନ୍ ୧୨ ରେ ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଥିଲା । ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ଜୁନ୍ ୭ ରେ ଗନ୍ଧମାର୍ଦ୍ଦନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା । ଟଙ୍କା ନ ଦେଲେ ଅଫିସ ବନ୍ଦ କରି ଦିଆଯିବ ବୋଲି ଧମକ ଦିଆଯାଇଥିଲା । ଏଥିରେ ଡ଼ରି ଯାଇ ସୋସାଇଟି କର୍ତ୍ତୃପକ୍ଷ ରିଜୋଲ୍ୟୁସନ୍ କରି ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ୧୪ ଲକ୍ଷ ଟଙ୍କା ଦେଇଥିଲେ ।

ତେବେ ସେତିକିରେ କଥା ସରିଲା ନାହିଁ । ଶପଥ ଗ୍ରହଣ ଉତ୍ସବ ପରେ କେନ୍ଦୁଝରର ଦୁଇ ବିଜେପି ନେତା ଅଞ୍ଜନ୍ ବେଜ ଓ ସୁଶାନ୍ତ ବାରିକ ଗନ୍ଧମାର୍ଦ୍ଦନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ପୁଣି ଥରେ ଟଙ୍କା ମାଗିଥିଲେ । ରାଜ୍ୟ ବିଜେପି ମୁଖ୍ୟଙ୍କୁ ଏହି ଟଙ୍କା ଦେବାକୁ ଦାବି କରିଥିଲେ । ସେମାନଙ୍କର ଦାବି ମୁତାବକ, ସୋସାଇଟି କର୍ତ୍ତୃପକ୍ଷ ଜୁଲାଇ ୪ ରେ ଆଉ ଏକ ରିଜୋଲ୍ୟୁସନ୍ କରି ରାଜ୍ୟ ବିଜେପି ମୁଖ୍ୟଙ୍କ ନାମରେ ୧ କୋଟି ୩ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲେ ।

ସେହି ଅନୁଯାୟୀ, ବିଜେପି ରାଜ୍ୟ ମୁଖ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୫୦ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ଓ ୧୫ ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା ରାଜାଙ୍କ ଓକିଲ ଶ୍ରୀ ଦ୍ୱିବେଦୀ କହିଛନ୍ତି ।

ଶ୍ରୀ ଦ୍ୱିବେଦୀଙ୍କର ଏହି ବୟାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ରାଜ୍ୟ ବିଜେପି ମୁଖ୍ୟଙ୍କର ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଆସିନାହିଁ ।

Previous Post

ମୁଣ୍ଡ ନୁଆଁଇଲେ ନବୀନ !

Next Post

ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

Next Post
ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA