Monday, May 25, 2026 01:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

କିଛି ଖେଳ ହୋଇଛି: ବଦ୍ରି ପାତ୍ର

by Our Correspondent
04 Apr, 2025- 03:35 PM
in Latest News, News
1 min read
0
ବିଜେଡି ନେତା, କର୍ମୀଙ୍କ ଇଜ୍ଜତ ସହ ଖେଳିଲେ ନବୀନ!

ଭୁବନେଶ୍ୱର: ରାଜ୍ୟସଭାରେ ବିବେକାନୁମୋଦିତ ଭୋଟ୍ ର ଦ୍ୱାହି ଦେଇ ବିଜେଡିର ଇଜ୍ଜତ ସହ ଖେଳ ଖେଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଅଦୃଶ୍ୟ ଚାପ ଆଗରେ ଲକ୍ଷ ଲକ୍ଷ ନେତା ଓ କର୍ମୀଙ୍କୁ ତୁଚ୍ଛ କରିଦେଇଛନ୍ତି । ନିର୍ବାଚନ ପରାଜୟ ଭୁଲି ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ଏମାନଙ୍କ ପଛରୁ ଗୋଇଠା ମାରିଛନ୍ତି । ୱକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ନବୀନଙ୍କ ଦୋମୁହାଁ ନୀତି ବିଜେଡିକୁ ବରବାଦ କରିବାକୁ ବସିଛି । ବିଲ୍ କୁ ବିରୋଧ କରାଯିବ ବୋଲି ନବୀନ ବାବୁ ପ୍ରଥମରୁ ନିଷ୍ପତ୍ତି ନେଇଥିଲା ବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳେଇବା ଦଳର ବରିଷ୍ଠ ନେତାମାନଙ୍କୁ ଆଚମ୍ବିତ କରିଛି । ସଭାପତିଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରି ସେମାନେ ଏକଜୁଟ୍ ହୋଇଛନ୍ତି । କ’ଣ ଖେଳ ହେଲା ବୋଲି ନବୀନଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କଠାରୁ ଏହାର କାରଣ ବୁଝିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେପଟେ ୱକଫ୍ ସଂଶୋଧନ ବିଲ୍ କୁ ନେଇ ବିଜେଡି ରାଜ୍ୟସଭା ଦଳ ଦୁଇଭାଗ ହୋଇଯାଇଛି । ଡ. ସସ୍ମିତ୍ ପାତ୍ର ବିଲ୍ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁନ୍ନା ଖାଁ ବିଲ୍ ବିରୋଧରେ ଭୋଟ ଦେଇଛନ୍ତି । ଦେବାଶିଷ ସାମନ୍ତରାୟ ଭୋଟ ଦେଇନାହାନ୍ତି । ଅନ୍ୟ ୪ ଜଣଙ୍କ କଥା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପାଣ୍ଡିଆନଙ୍କ ପାଖଲୋକ ହିସାବରେ ନବୀନଙ୍କ ନିଷ୍ପତ୍ତିକୁ ଶିରୋଧାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି ।

ୱକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ତୁହାକୁ ତୁହା ବଦଳିବା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ବିଲ୍ କୁ ବିରୋଧ କରାଯିବ ବୋଲି ସ୍ୱୟଂ ନବୀନ ପଟ୍ଟନାୟକ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ନେଇଥିଲେ । ଶଙ୍ଖ ଭବନରେ ଇଫତାର ପାର୍ଟିରେ ଯୋଗଦେବା ବେଳେ ସାଂସଦ ମୁନ୍ନା ଖାଁଙ୍କୁ ଡାକି ଏହା ମନେ ପକାଇ ଦେଇଥିଲେ । ଦଳୀୟ ନିଷ୍ପତ୍ତିକ୍ରମେ ଗୁରୁବାର ଦିନ ରାଜ୍ୟସଭା ଆଲୋଚନାରେ ଭାଗ ନେଇ ବିଲ୍ କୁ ତୀବ୍ର ବିରୋଧ କରିଥିଲେ ମୁନ୍ନା ଖାଁ । ତେବେ ସଂଧ୍ୟା ୫ଟା ୫୯ ମିନିଟ୍ ରେ ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ରଙ୍କର ଏକ ଟୁଇଟ୍ ଆସିଥିଲା । ସେଥିରେ ବିଜେଡିର ପୂର୍ବ ନିଷ୍ପତ୍ତି ବଦଳି ଯାଇଥିଲା । ବିବେକାନୁମୋଦିତ ଭୋଟ ଦେବା ପାଇଁ ସାଂସଦମାନଙ୍କୁ କୁହାଗଲା । ହୁଇପ୍ ଜାରି ହେଲା ନାହିଁ ।

ସସ୍ମିତଙ୍କର ଏହା ଯେ ନିଜସ୍ୱ ନିଷ୍ପତ୍ତି ଥିଲା ତାହା ନୁହେଁ । ନିଷ୍ପତ୍ତି ଥିଲା ନବୀନ ପଟ୍ଟନାୟକଙ୍କର । ସସ୍ମିତଙ୍କୁ କେବଳ ଟୁଇଟ୍ କରିବାକୁ କୁହାଗଲା । ମାତ୍ର ଏଭଳି ଏକ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ବାବୁ କେମିତି ନିଷ୍ପତ୍ତି ବଦଳେଇ ପାରିଲେ ତାହା ସମସ୍ତଙ୍କୁ ଅବାକ୍ କରିଛି । ଅଦୃଶ୍ୟ ଚାପରେ ସେ ଚେପା ହୋଇଥିବା ସ୍ପଷ୍ଟ ହେଉଥିଲେ ମଧ୍ୟ ତାହା କ’ଣ ହୋଇପାରେ ତାକୁ ନେଇ ରାଜନୈତିକ ମହଲରେ ସରଗରମ ଚର୍ଚ୍ଚା ହେଉଛି । ତେବେ ଏହା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଏବଂ ସମ୍ମାନ ଉପରେ କଳା ଚିହ୍ନ ଲଗାଇବା ସହ ସାମଗ୍ରିକ ଭାବେ ବିଜେଡି ପାଇଁ ବହୁତ କ୍ଷତିକାରକ ହୋଇଛି ।

ନବୀନଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରି ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂଙ୍କ ଭଳି ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ବିଲ୍ କୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ କେମିତି ତାହା ବଦଳିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ସନ୍ଦେହ ଯେ ଭିତରେ କିଛି ଖେଳ ହୋଇଛି । ଆମେ ବରିଷ୍ଠ ନେତାମାନେ ସଭାପତିଙ୍କୁ ଭେଟିବୁ ବୋଲି ଭୂପିନ୍ଦର ସିଂ କହିଛନ୍ତି ।

ୱକଫ୍ ସଂଶୋଧନ ବିଲ୍ ଉପରେ ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ବିଜେଡି-ବିଜେପି ମଧ୍ୟରେ ଡିଲ୍ ହୋଇଛି । ଦିଲ୍ଲୀରେ ନବୀନଙ୍କୁ ନେଇ ମାନସପୁତ୍ର ଡିଲ୍ କରିଛନ୍ତି । ବିଜେପି ନିକଟରେ ନବୀନଙ୍କୁ ମାନସପୁତ୍ର ବିକିଛନ୍ତି ବୋଲି ଭକ୍ତ କଟାକ୍ଷ କରିଛନ୍ତି ।

ତେବେ ୱକଫ୍ ସଂଶୋଧନ ବିଲ୍ କୁ ନେଇ ବିଜେଡିର ଦ୍ୱନ୍ଦକୁ ସମାଲୋଚନା କରିଛି ବିଜେପି । ବିଜେଡି ଏବେ ଦୁଇଫାଳ ହୋଇଯାଇଛି ବୋଲି ବିଧାୟକ ବାବୁ ସିଂ କହିଛନ୍ତି ।

ସର୍ବଶେଷ ଖବର ହେଉଛି ଯେ ବିଜେଡିକୁ ଏହା ଭୟଙ୍କର ବିପଦ ଆଡକୁ ଟାଣି ନେଇଛି । ନିର୍ବାଚନ ପରାଜୟ ତ୍ରୁଟିକୁ ସଜାଡୁ ନ ଥିବା ନବୀନଙ୍କର ଏହି ଦଳବୂଡ଼ା ଆଚରଣକୁ ଦଳର ବରିଷ୍ଠ ନେତାମାନେ ଆଉ ଯେ ସହ୍ୟ କରିବା ଅବସ୍ଥାରେ ନାହାନ୍ତି ତାହା ସ୍ପଷ୍ଟ ହୋଇଗଲାଣି । ଆଗାମୀ ଦିନରେ କିଛି ଗୋଟେ ବଡ଼ ଘଟଣା ଘଟିପାରେ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

Previous Post

ଆସୁ ଆସୁ କୋଟିଏ…

Next Post

ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

Next Post
ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଓଟିଭି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA