Wednesday, June 24, 2026 03:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼

ବିପଜ୍ଜନକ ବାର୍ତ୍ତା ଦେଉଛି, ରାଜ୍ୟର ଗାରିମା କ୍ଷୂର୍ଣ୍ଣ କରିଛି: ବିଜେଡ଼ି

by Our Correspondent
15 Mar, 2021- 07:51 PM
in Latest News, News, Politics
1 min read
0
ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାନିଟାଇଜର୍ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଜିଦ୍ ଧରିଛି । ଅନ୍ୟପକ୍ଷରେ ବିଜେପି ଏହା ମାନିବାକୁ ନାରାଜ । ବିଜେପି-ବିଜେଡ଼ି ନିଜ ନିଜ ଜିଦ୍ ରେ ଅଟଳ ରହିବା ଯୋଗୁଁ ଲଗାତର ତୃତୀୟ ଦିନ ପାଇଁ ବିଧାନସଭା ଚାଲିପାରିନାହିଁ ।

ପ୍ରସଙ୍ଗକୁ ନେଇ ବିଜେଡ଼ି ବିଧାନସଭା ଭିତରେ ଓ ବାହାରେ ଆକ୍ରମଣାତ୍ମକ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ସ୍ନେହାଙ୍ଗିନୀ ଛୁରିଆ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପିଠାରୁ ଜବାବ ମାଗିଛନ୍ତି । କହିଛନ୍ତି, ଜଣେ ବିଧାୟକ ବିଧାନସଭାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହା କେବଳ ଓଡ଼ିଶା ବିଧାନସଭାର ପବିତ୍ରତା, ମର୍ଯ୍ୟାଦା ନଷ୍ଟ କରୁନି ବରଂ ସାରା ରାଜ୍ୟର ଗାରିମା କ୍ଷୂର୍ଣ୍ଣ କରୁଛି ।

ବର୍ତ୍ତମାନର କୋଭିଡ୍ ସମୟରେ ଲୋକମାନେ ଘରେ ଘରେ ସାନିଟାଇଜର୍ ବ୍ୟବହାର କରିବାକୁ ସଚେତନ କରାଯାଉଛି । ମାତ୍ର ଏହି ସାନିଟାଇଜର୍ କୁ ଜଣେ ବିଧାୟକ ବିଧାନସଭାରେ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ନିହାତି ସାଂଘାତିକ ଘଟଣା । ଏହାର ବିପଦପୂର୍ଣ୍ଣ ପ୍ରଭାବ ରହିଛି । ଏହା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେବ । ଏହାକୁ ଯେତେ ନିନ୍ଦା କଲେ ବି ଭାଷା ନାହିଁ । ଏ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ’ଣ ବୋଲି ଶ୍ରୀ ନାୟକ ଏବଂ ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ।

ସୂଚନାଥାଉକି, ଗତ ଶୁକ୍ରବାର ଦିନ ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ମଣ୍ଡିରୁ ଧାନ ନ ଉଠିଲେ ଆତ୍ମାହୂତି ଦେବେ ବୋଲି ଧମକାଇ ସାନିଟାଇଜର୍ ବୋତଲ ଖୋଲିଥିଲେ । ବିଧାୟକଙ୍କ ଏଭଳି ଆଚରଣକୁ ବିଜେଡ଼ି ତୀବ୍ର ବିରୋଧ କରିଥିଲା । ଗୃହର ମର୍ଯ୍ୟାଦା ତଳେ ପକାଇଥିବା ସୁବାସ କ୍ଷମା ମାଗନ୍ତୁ ବୋଲି ଶନିବାର ଦିନ ବିଜେଡ଼ି ବିଧାୟକମାନେ ଅଡ଼ି ବସିବାରୁ ଗୃହ ଚାଲିପାରି ନ ଥିଲା । ଆଜି ବିଧାନସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ପଟରୁ ମଧ୍ୟ ସ୍ୱର ଉଠିଥିଲା ।

ତେବେ ବିଧାୟକ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ବିଧାୟକଙ୍କ ଆଚରଣ ଯଥାର୍ଥ କି ନା ତାହା ସ୍ପଷ୍ଟ କରି ନ ଥିଲେ । ଗୃହ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଓଲଟି ଦାବି କରିଥିଲେ ।

ସେପଟେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର୍ କରିବାକୁ ଯାଇ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସମର୍ଥନରେ ବାହାରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବିଧାୟକ ଯାହା କରିଛନ୍ତି, ଠିକ୍ କରିଛନ୍ତି । ଚାଷୀଙ୍କ ପାଇଁ ଏଭଳି କରିଥିବାରୁ ଦଳ ତାଙ୍କ ସହ ଅଛି ବୋଲି ସେ ଜଣାଇଛନ୍ତି ।

ତେବେ ଲେଖାଶ୍ରୀଙ୍କ ଏହି ମନ୍ତବ୍ୟ ଦଳୀୟ ନା ବ୍ୟକ୍ତିଗତ ତାହା ଉପରେ ପାଲଟା ପ୍ରଶ୍ନ ପଚାରିଛନ୍ତି ବିଜେଡ଼ି ପାନେଲିଷ୍ଟ୍ ଇପସିତା ସାହୁ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଲେଖାଶ୍ରୀଙ୍କ ମନ୍ତବ୍ୟ ବିଜେପିର ମତ ବୋଲି ଲାଗୁନାହିଁ ବୋଲି ତାତ୍ସଲ୍ୟ କରିଛନ୍ତି । ଦଳରେ ବହୁ ବରିଷ୍ଠ ନେତା ଥାଉ ଥାଉ ଲେଖାଶ୍ରୀଙ୍କ ଭଳି ଜଣେ କନିଷ୍ଠ ନେତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପକ୍ଷ ରଖିବା ଠିକ୍ ଲାଗୁନାହିଁ । ହୁଏତ ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଇପସିତା କଟାକ୍ଷ କରିଛନ୍ତି ।

Previous Post

ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

Next Post

ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ

Next Post
ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ

ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA