ଭୁୁବନେଶ୍ୱର: ଚଳିତ ମାସ ୨୪ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏଥିରେ ମୋଟ ୩୩ ଟି କାର୍ଯ୍ୟ ଦିବସ ରହିଛି । ନଭେମ୍ବର ୩୦ ରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଡିସେମ୍ବର ୨ ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ରାଜ୍ୟପାଳଙ୍କ ଆଦେଶକ୍ରମେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।