Thursday, October 8, 2026 03:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଓଡ଼ିଶା ବନ୍ଦ

ଶାନ୍ତିପୂର୍ଣ୍ଣ ପାଳନ ପାଇଁ ନିବେଦନ

by Our Correspondent
07 Oct, 2026- 11:42 PM
in Latest News, News, Politics
1 min read
0
କାଲି ଓଡ଼ିଶା ବନ୍ଦ

ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱରେ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏମଏମଡିଆର ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଏହି ବନ୍ଦ ପାଳନ କରାଯିବ । ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ବନ୍ଦ ପାଳନ ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରାଯାଇଛି ।

ଗାଡ଼ି ଚଳାଚଳ, ଦୋକାନ ବଜାର, ଅଦାଲତ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଇଣ୍ଡି ମେଣ୍ଟ ପକ୍ଷରୁ ନିବେଦନ କରାଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ୍ ଦିଆଯିବ । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆଜି ସଂଧ୍ୟାରେ ରାଜଧାନୀରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଅଟୋ ଚାଳକ ସଂଘ ଆନ୍ଦୋଳନରେ ସାମିଲ ହେବାକୁ ଘୋଷଣା କରିଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି । ଆସନ୍ତାକାଲି ଅଟୋ ବନ୍ଦ ନେଇ ସୂଚନା ଦେଇଛନ୍ତି ଅଟୋ ଚାଳକ ସଂଘର ସମ୍ପାଦକ । ସେହିଭଳି ଓଡ଼ିଶା ବନ୍ଦରେ ସାମିଲ ହେବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି । ବସ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦରେ ସାମିଲ ହେବୁ ନାହିଁ ବୋଲି ସେ କହିଛନ୍ତି । ଘରୋଇ ବସ୍ ଗଡ଼ିବ, ଯାତ୍ରୀ ପରିବହନ ଜାରି ରହିବ ବୋଲି ସେ ଜଣାଇବା ସହ ସେଥିପାଇଁ ସରକାରଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି ।

ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଥିବାରୁ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା, ଆଲୋଚନା ଜାରି ରହିଛି । ଓଡ଼ିଶା ବନ୍ଦକୁ ଲୋକଙ୍କର ସ୍ୱତଃସ୍ପୃତ ସମର୍ଥନ ରହିଲେ ତାହା କଂଗ୍ରେସର ଶକ୍ତିବୃଦ୍ଧି ବୋଲି ଧରାଯିବ । ଏହି ଦୃଷ୍ଟିରୁ ରାଜନୈତିକ ଛକାପଂଝା ଲାଗି ରହିଛି ।

ବିଜେଡିର ୟୁ-ଟର୍ଣ୍ଣ: ଆଗ ହଁ, ପରେ ନାଁ

‘ଇଣ୍ଡି’ ମେଣ୍ଟ ପକ୍ଷରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦକୁ ସମର୍ଥନ କରିବ ବୋଲି ବିଜେଡି ଆଜି ପ୍ରଥମେ ଘୋଷଣା କରିଥିଲା । ହେଲେ ଅଧଘଣ୍ଟା ପରେ ନାଁ କହିିଦେଲା । ଗତକାଲି ନୂଆଦିଲ୍ଲୀରେ “ଇଣ୍ଡି’ ମେଣ୍ଟ ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅନୁଷ୍ଠିତ ଆନ୍ଦୋଳନରେ ବିଜେଡି ସାମିଲ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ଦଳର ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

କାଲିର ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବ ବୋଲି ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଆଜି ପ୍ରଥମେ ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘ଇଣ୍ଡି’ ମେଣ୍ଟ ସହ ଆମେ ଅଛୁ । ଏହି ପ୍ରସଙ୍ଗରେ ଓଡ଼ିଶା ବନ୍ଦକୁ ସମର୍ଥନ କରାଯିବ । ତେବେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରିବାକୁ କହିଥିଲେ । ଅଧଘଣ୍ଟା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କିନ୍ତୁ ତାଙ୍କର ମତ ବଦଳାଇଥିଲେ । କାଲିର ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଥିଲେ । କୌଣସି ମେଣ୍ଟରେ ବିଜେଡି ସାମିଲ ନାହିଁ । ବିଜେଡି ସମଦୂରତା ନୀତି ପାଳନ କରୁଛି । ଏସଆଇଆର ଓ ସିଇସି ପ୍ରସଙ୍ଗରେ ଇଣ୍ଡି ମେଣ୍ଟକୁ ସମର୍ଥନ କରିଛୁ । ଆମର କଂଗ୍ରେସ ପ୍ରତି କୌଣସି ଦୁର୍ବଳତା ନାହିଁ । ଓଡ଼ିଶା ବନ୍ଦ ନିଷ୍ପତ୍ତି ବେଳେ ସେମାନେ କ’ଣ ଆମକୁ ପଚାରି ଥିଲେ କି ବୋଲି ଶ୍ରୀମତୀ ମଲ୍ଲିକ ସାମ୍ବାଦିକଙ୍କ ପ୍ରଶ୍ନରେ ଜବାବ ଦେଇଥିଲେ ।

ବିଜେଡିର ଏହି ଆଭିମୁଖ୍ୟକୁ କଟାକ୍ଷ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ବିଜେଡି ହେଉଛି ଦିଗହରା ପାର୍ଟି । ବିଜେପି ସହ ରହିବାର ଅଭ୍ୟାସ ଅଛି । କାଲି ବିଜେଡି ସାଂସଦ ଦିଲ୍ଲୀରେ ଇଣ୍ଡି ମେଣ୍ଟକୁ ସମର୍ଥନ କଲେ । ଆଜି ସକାଳେ କହିଲେ ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କରିବୁ । ଏବେ ପୁଣି କହିଲେ କରିବୁନୁ । କାରଣ ବିଜେଡି ଉପରେ ବିଜେପିର ଚାପ ରହୁଛି । ଦିଲ୍ଲୀରୁ ଫୋନ୍ ଆସିଲା, ତେଣୁ ଡରିଗଲେ । ବିଜେଡି ଦୋମୁହାଁ ନୀତି ଆପଣାଉଛି ବୋଲି ସେ କହିଛନ୍ତି ।

Previous Post

ସୁନାବେଡା ହାଲ୍‌ରେ ରାଜନାଥ ସିଂହ

Next Post

ବିଜେଡି ସମଦୂରତା ବଜାୟ ରଖିଛି: ବିଜେଡି

Next Post
ବିଜେଡି ସମଦୂରତା ବଜାୟ ରଖିଛି: ବିଜେଡି

ବିଜେଡି ସମଦୂରତା ବଜାୟ ରଖିଛି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA