Wednesday, October 7, 2026 03:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁନାବେଡା ହାଲ୍‌ରେ ରାଜନାଥ ସିଂହ

ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟିତ

by Our Correspondent
06 Oct, 2026- 11:33 PM
in Latest News, News
1 min read
0
ସୁନାବେଡା ହାଲ୍‌ରେ ରାଜନାଥ ସିଂହ

ଭୁବନେଶ୍ୱର: ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ହାଲ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସେ ନିଜକୁ ଏଠାରେ ଅତିଥି ଭାବେ ନୁହେଁ, ବରଂ ଏହି HAL ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି ।

ସେ କହିଛନ୍ତି ଯେ କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ। ୧୯୬୪ରୁ ଫ୍ରଣ୍ଟଲାଇନ ବିମାନ ପାଇଁ ଇଞ୍ଜିନ ନିର୍ମାଣ କରିଆସୁଥିବା HAL, କୋରାପୁଟକୁ କେବଳ ଏକ ଫ୍ୟାକ୍ଟ୍ରି ନୁହେଁ, ବରଂ ଏରୋସ୍ପେସ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରିପାରିଛି ।

ସେ ପୁଣି କହିଥିଲେ ଯେ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ଏବଂ ଏହାର ଆସ୍ଥା ନିରନ୍ତର ଭାବେ ବୃଦ୍ଧି ପାଉଛି। ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡ଼ିଶା ନିଜର ଭୌଗୋଳିକ ସ୍ଥିତି, ସୁଦୀର୍ଘ ସମୁଦ୍ର ଉପକୂଳ, ବିଭିନ୍ନ ପ୍ରମୁଖ ବନ୍ଦର, ବିପୁଳ ଖଣିଜ ସମ୍ପଦ, ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପାଞ୍ଚଳ ଭିତ୍ତିଭୂମି ଏବଂ କୁଶଳୀ ମାନବ ସମ୍ବଳର ଏକ ମଜବୁତ ଆଧାର ବଳରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ରକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ମେଟାଲ ଡାଉନଷ୍ଟ୍ରିମ, ସେମିକଣ୍ଡକ୍ଟର ଓ ଆଇଟି ପରି ଶିଳ୍ପର ବ୍ୟାପକ ଅଭିବୃଦ୍ଧି ହେଉଥିବା ବିଷୟରେ ଆଲୋକପାତ କରିଥିଲେ। ଏହିସବୁ ଶିଳ୍ପଗୁଡିକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଆଉ ଏକ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ଆଜି ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଳବର ଅଭ୍ୟୁଦୟ ହୋଇଛି, ଯାହା ମେଟାଲ୍‌ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଏକ ସମୃଦ୍ଧ ଇକୋ-ସିଷ୍ଟମ୍ ତିଆରି କରୁଛି। ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥଲେ।

HAL କୋରାପୁଟ ଡିଭିଜନ୍ ଦ୍ୱାରା ହାସଲ କରାଯାଇଥିବା ମାଇଲଖୁଣ୍ଟ ବିଷୟରେ ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ୬୦ ବର୍ଷ ଧରି ଏହି ସଂସ୍ଥା ଦେଶର ସୁରକ୍ଷାରେ ଅତୁଳନୀୟ ଯୋଗଦାନ ଦେଇଆସୁଛି। ଆଜି ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍‌ର ଉଦ୍‌ଘାଟନ ଏବଂ ୨୦୦୦ତମ ଇଞ୍ଜିନ୍‌ର ହସ୍ତାନ୍ତର ଭାରତର ବୃଦ୍ଧିପାଉଥିବା ପ୍ରତିରକ୍ଷା ସାମର୍ଥ୍ୟର ଜ୍ୱଳନ୍ତ ପ୍ରତୀକ। ଲାଇଟ୍ ହେଲିକପ୍ଟର ପାଇଁ ନିର୍ମିତ ଏହି ଦ୍ୱିତୀୟ ଲାଇନ୍ ଦ୍ୱାରା ବାର୍ଷିକ ୧୦୦ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ। ଏହାଛଡ଼ା AL-31 FP ଇଞ୍ଜିନ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଉଛି। ବର୍ତ୍ତମାନ HAL କୋରାପୁଟ ଡିଭିଜନ୍ ୧୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାରୁ ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରଠାରୁ ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ମିଳିଛି, ଯାହା ମଧ୍ୟରୁ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇସାରିଛି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇସାରିଛି, ଯାହା ଦ୍ୱାରା ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ବର୍ତ୍ତମାନ କେବଳ ଅଳ୍ପ କେତୋଟି ଜିଲ୍ଲାରେ ଶିଳ୍ପ ସୀମିତ ନରହି ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯାଉଛି। ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନରାଜଠାରେ ୮୭୦ ଏକର ପରିମିତ ସ୍ଥାନରେ ‘ଓଡ଼ିଶା ସିଲିକନ ଭ୍ୟାଲି’ ପ୍ରତିଷ୍ଠା କରାଯାଉଛି ଏବଂ ସିକ୍‌ସେମ୍ (SiCSEM) ଓ 3DGS ପରି ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି, ଯାହା ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ, କୋଟପାଡ଼ର ବିଧାୟକ ରୂପୁ ଭତ୍ରା, ଲକ୍ଷ୍ମୀପୁରର ବିଧାୟକ ପବିତ୍ର ସାଉଁଟା, କୋରାପୁଟ ବିଧାୟକ ରଘୁରାମ ମାଛ, କେନ୍ଦ୍ରୀୟ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ଶ୍ରୀ ସଞ୍ଜୀବ କୁମାର, HALର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (CMD) କେ. ରବି, ଏୟାର ହେଡକ୍ୱାର୍ଟରର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ (DCAS) ଏୟାର ମାର୍ଶାଲ ତେଜ ପାଲ ସିଂହ, ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ, ଇଞ୍ଜିନିୟର, ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ବଙ୍ଗଳାରେ SIR ଶୁଣାଣିରେ ଭୋଟର ଓ ବ୍ୟବସ୍ଥା ବାଟବଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA