Thursday, May 7, 2026 09:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଂଶଲଙ୍କ ବିଜେଡିମୁକ୍ତ ଓଡ଼ିଶା ପ୍ଲାନ୍

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

by Our Correspondent
20 May, 2023- 07:51 PM
in Latest News, News, Politics
1 min read
0
ବଂଶଲଙ୍କ ବିଜେଡିମୁକ୍ତ ଓଡ଼ିଶା ପ୍ଲାନ୍

ଭୁୁବନେଶ୍ୱର: ଆସନ୍ତା ନିର୍ବାଚନରେ ଓଡ଼ିଶାକୁ ବିଜେଡିମୁକ୍ତ କରି ବିଜେପିକୁ ଶାସନଗାଦିରେ ବସାଇବା ପାଇଁ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ତଥାକଥିତ ଏହି ସିକ୍ରେଟ୍ ପ୍ଲାନ୍ ହେଉଛି ବୁଥ୍ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ସଂଗଠନ ମଜବୁତ କରିବା । ଏଥିରେ କୌଣସି ନୂତନତ୍ୱ ନ ଥିଲେ ମଧ୍ୟ ଏହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ବଂଶଲ ସହଜ ଢ଼ଙ୍ଗରେ କଠିନ ରାସ୍ତା ଧରାଇଛନ୍ତି । ଭେଦ ବିବାଦ ଭୁଲି ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଆଜି ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଚଳିତ ମେ’ ୩୦ ତାରିଖରେ ମୋଦୀ ସରକାର ୯ ବର୍ଷ ପୂର୍ଣ୍ଣ କରିବେ । ଏହାକୁ ମାସେ ବ୍ୟାପୀ ଉତ୍ସବ ରୂପେ ପାଳନ କରାଯିବ ଏବଂ ବିଜେଡିମୁକ୍ତ ଓଡ଼ିଶା ପାଇଁ ମୂଳଦୁଆ ପକାଇବାକୁ ଯୋଜନା ହୋଇଛି ।

ମେ’ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ମହା ଜନସମ୍ପର୍କ ଅଭିଯାନ କରାଯିବ । ବୁଥ୍ ସ୍ତରରୁ ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ୫ ଟି ସ୍ତରରେ ଏହାର ରୂପରେଖ ପ୍ରସ୍ତୁତ ହୋଇଛି । ବୁଥ୍, ଶକ୍ତି କେନ୍ଦ୍ର, ମଣ୍ଡଳ, ବିଧାନସଭା ଏବଂ ଲୋକସଭା କ୍ଷେତ୍ର ଏହି ୫ ଟି ସ୍ତର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ସାଧାରଣ ଜନତାଙ୍କ ସହ ଯୋଡି ହେବ ।

ସଂସଦୀୟ କ୍ଷେତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ପ୍ରେସମିଟ୍ ଜରିଆରେ ଅବଗତ କରାଯିବ । କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରଚାର କରାଯିବ । ବିଧାନସଭା କ୍ଷେତ୍ର କାର୍ଯ୍ୟକ୍ରମରେ ପୁରୁଖା ନେତାଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କ ପରାମର୍ଶ ଲୋଡାଯିବ । ଦଳର ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ବୈଠକର ଆୟୋଜନ କରାଯିବ । ସଂଗଠନ ମଜବୁତ କରିବାକୁ ତଳ ଓ ମଧ୍ୟମ ଶ୍ରେଣୀର ଲୋକଙ୍କୁ ଡାକି ପୃଥକ୍ ସମ୍ମିଳନୀ ମଧ୍ୟ କରାଯିବ ।

ମଣ୍ଡଳ(ଜିଲ୍ଲା ପରିଷଦ)ସ୍ତରରେ ୧ ହଜାର ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସଭା କରାଯିବ । ସେହିଭଳି ଶକ୍ତିକେନ୍ଦ୍ର (ପଞ୍ଚାୟତ) ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀମାନଙ୍କୁ ନେଇ ବୈଠକ କରାଯିବ ।

ବୁଥ୍ ସ୍ତରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରତି ବୁଥ୍ କୁ ସଶକ୍ତ ଓ ମଜବୁୂତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ଲୋକଙ୍କ ସହ ସମ୍ପର୍କ ଯୋଡିବେ । କୋଟିଏରୁ ଅଧିକ ପରିବାର ପାଖରେ ପହଞ୍ଚିବାକୁ ଯୋଜନା ହୋଇଛି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ବଂଶଲଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.gପୁରନ୍ଦେଶ୍ୱରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ରାଜ୍ୟ ପଦାଧିକାରୀଙ୍କ ବୈଠକର ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଅପାରଗତା ଓଡ଼ିଶାର ୧ କୋଟି ପରିବାର ନିକଟରେ ପହଞ୍ଚାଇବୁ ବୋଲି ସେ କହିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଉଭୟ ଓଡ଼ିଶାକୁ ବିଜେଡିମୁକ୍ତ କରିବାର ସଂକଳ୍ପ ଦୋହରାଇଥିଲେ ।

 

Previous Post

ସୋମବାର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

Next Post

ପାଣ୍ଡିଆନ୍ ଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

Next Post
ପାଣ୍ଡିଆନ୍ ଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

ପାଣ୍ଡିଆନ୍ ଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA