Thursday, April 30, 2026 12:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

by Our Correspondent
24 Apr, 2024- 06:42 PM
in Latest News, News, Politics
1 min read
0
ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଏକ ଚାର୍ଜସିଟ୍ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଏହାର ନାଁ ରହିଛି- ୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହାକୁ ଲୋକାର୍ପଣ କରିଛନ୍ତି ।

ଚାର୍ଜସିଟ୍ ରେ ଦର୍ଶାଯାଇଛି ଯେ, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ଠିକ୍ ଭାବେ ହୋଇପାରିନାହିଁ । ୩୫% ଜମିକୁ ଜଳସେଚିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ୨୫ ବର୍ଷରେ ବି ପୂରଣ ହୋଇପାରିନାହିଁ । ୩୧୪ ବ୍ଲକ୍ ରେ ଶୀତଳ ଭଣ୍ଡାର ଖୋଲିବାର ପ୍ରତିଶ୍ରୁତି ବି ପାଳନ ହୋଇନାହିଁ । କାଳିଆ ଯୋଜନା ରୂପାୟନରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଛି । ଦେଶରେ ଚାଷୀଙ୍କ ହାରାହାରି ରୋଜଗାର ବଢ଼ୁଥିବା ବେଳେ ଓଡ଼ିଶା ପଛରେ ପଡ଼ିଛି ।

ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ୫ଟି ରାଜ୍ୟ ଭିତରେ ରହିଛି । ବିଜେଡି ସରକାର ଯୁବବର୍ଗଙ୍କୁ ରୋଜଗାର ଦେଇପାରୁନି । ଓଡ଼ିଶାରୁ ଗତବର୍ଷ କେବଳ ୪୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ରାଜ୍ୟରେ ବେରୋଜଗାରୀ ୨୦୧୫-୧୬ ରେ ୩.୮% ଥିବା ବେଳେ ଏବେ ତାହା ୬% ରେ ପହଞ୍ଚିଛି ।

ଶିକ୍ଷା କ୍ଷେତ୍ରରେ ବି ସମାନ ଅବସ୍ଥା । ରାଜ୍ୟରେ ୪,୩୦୦ ଅଧ୍ୟାପକ ପଦବୀ ଖାଲି ଅଛି । ଓଡ଼ିଶାରେ ଏବେ ବି ୬,୪୧୨ ଗାଁରେ ରାସ୍ତା ନାହିଁ । ରାସ୍ତା ଅଭାବରୁ ଅଧିକାଂଶ ଆଦିବାସୀ ଇଲାକାରେ ଆମ୍ବୁଲାନସ୍ ପହଞ୍ଚି ପାରୁନି । ଫଳରେ ମାଇଲ ମାଇଲ ଧରି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ।

ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏ ବିଭିନ୍ନ ସ୍ତରରେ ହୋଇଥିବା ଦୁର୍ନୀତିକୁ ଚାର୍ଜସିଟ୍ ରେ ସ୍ଥାନ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି, ବିଧାୟକ ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Previous Post

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ

Next Post

ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍

Next Post
ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA