Thursday, April 30, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ

ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଅନୁରୋଧ

by Our Correspondent
24 Apr, 2024- 03:10 PM
in Latest News, News, Politics
1 min read
0
ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି-ଶେରଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡ଼ରେ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେଇ ଷଷ୍ଠ ଥର ପାଇଁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ନବୀନ କହିଛନ୍ତି, ଯୋଡି ଶଙ୍ଖ ହେଉଛି ଓଡ଼ିଶାର ପରିଚୟ । ଯୋଡି ଶଙ୍ଖ ହେଉଛି ବିକାଶର ପରିଚୟ । ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ବିରୋଧୀ ଦଳଙ୍କୁ ବିକାଶ ବିରୋଧୀ କହି ନିଶାନା କରିଛନ୍ତି । କହିଛନ୍ତି, ବିକାଶ ହେଉଛି ଆମର ପରିଚୟ । କିନ୍ତୁ ବିରୋଧୀ ଦଳ ଗୁଡ଼ିକ ସବୁକଥାରେ ରାଜନୀତି କରି ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ମାତ୍ର ଏଥିରେ ସେମାନେ ସଫଳ ହେବେ ନାହିଁ ଏବଂ ଓଡ଼ିଶାରେ ବିକାଶର ରଥ ଦ୍ରୁତ ଗତିରେ ଗଢ଼ି ଚାଲିବ । ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଦଳ ହୋଇ ରହି ଆସିଛି । ଜନତାଙ୍କ ଆଶୀର୍ବାଦରେ ଏହି ନିର୍ବାଚନରେ ମଧ୍ୟ ପୁଣି ଥରେ ଏକ ନମ୍ବର ହେବ ଓ ବିକାଶର ଯାତ୍ରାକୁ ଆହୁରି ମଜବୁତ କରିବ ବୋଲି ନବୀନ କହିଛନ୍ତି ।

ହିଞ୍ଜିଳିର ସମରଝୋଳଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ନବୀନ କହିଥିଲେ, ଆଜି ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଁ ବହୁତ ଖୁସି । ହିଞ୍ଜିଳିରୁ ହିଁ ଆରମ୍ଭ ହେଲା ବିଜୁ ଜନତା ଦଳର ଜୟଯାତ୍ରା । ଆପଣମାନେ ସବୁବେଳେ ମୋ ସାଥୀରେ ଅଛନ୍ତି । ଆପଣମାନଙ୍କ ସମର୍ଥନ, ସ୍ନେହ ପାଇଁ ମୁଁ ସବୁବେଳେ ଋଣୀ । ମୁଁ ସବୁବେଳେ କହି ଆସିଛି ଯେ ଓଡ଼ିଶାର ସାଢ଼େ ଚାରି କୋଟି ଭାଇ ଭଉଣୀ ହେଉଛନ୍ତି ମୋର ପରିବାର । ମୋର ଏହି ସାଢ଼େ ଚାରି କୋଟି ପରିବାର ପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଆଉ ଶେଷ ପର୍ଯ୍ୟନ୍ତ କରି ଚାଲିଥିବି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ରୂପାନ୍ତରଣ ପଥରେ ଆଗେଇ ଚାଲିଛି । ହିଞ୍ଜିଳି ଶେରଗଡ଼ ଆଜି ସାରା ଦେଶରେ ବିକାଶର ଏକ ମଡେଲ ହୋଇଛି । ୫-ଟି ରୂପାନ୍ତର ଯାତ୍ରାରେ ହିଞ୍ଜିଳି ଶେରଗଡ଼ବାସୀଙ୍କ ସହଯୋଗର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଲ୍ଲେଖ କରିଥିଲେ । ଓଡ଼ିଶାର ଚାଷୀ, ମହିଳା, ଯୁବଶକ୍ତି ସଶକ୍ତିକରଣ ସଶକ୍ତ ଓଡ଼ିଶା ଗଠନ ଦିଗରେ ଏକ ମାଇଲଖୁଣ୍ଟ ବୋଲି କହିଥିଲେ ।

ଯୁବଶକ୍ତି ଉପରେ ନିଜର ଭରସା ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଯୁବ ବଜେଟ ଅସିବ। ୨୦୨୪ ରୁ ୨୦୩୪ ଏହି ଦଶକ ହେବ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ। ଯୁବ ବଜେଟରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶ ଉପରେ ଫୋକସ ରହିବ। ସେ ପୁଣି କହିଥିଲେ ଯେ ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ ଓ ଓଡିଶା ତାର କାମ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ ରେ ଯେତେବେଳେ ଓଡିଶା ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମ ରାଜ୍ୟ ହେବ ଦେଶର ଏକ ନମ୍ବର ରାଜ୍ୟ।

ବିରୋଧୀ ଦଳର ରାଜନୀତି ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଆମର ପରିଚୟ ହୋଇଥିବା ବେଳେ, ବିରୋଧୀ ଦଳ ଗୁଡିକ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରୁଛନ୍ତି, ଅପପ୍ରଚାର କରୁଛନ୍ତି । ଓଡିଶାବାସୀ ସେମାନଙ୍କ ଅସଲ ରୂପକୁ ଲୋକ ଚିହ୍ନିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି ସଭାରେ ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ହିଞ୍ଜିଳି-ଶେରଗଡ ହେଉଛି ଦେଶର ଏକ ନମ୍ବର ନିର୍ବାଚନ ମଣ୍ଡଳୀ। ହିଞ୍ଜିଳି-ଶେରଗଡର ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତେଣୁ ଆପଣମାନେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇ ତାଙ୍କର ଏକ ନମ୍ବର ସ୍ଥାନ ବଜାୟ ରଖନ୍ତୁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରମିଳା ବିଶୋଇ ପ୍ରମୁଖ ନିଜ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥିଲେ ।

Previous Post

ମୋଦୀ ୧ ନମ୍ବର ଷ୍ଟାର୍ କ୍ୟାମ୍ପନର୍

Next Post

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

Next Post
ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA