Thursday, October 1, 2026 05:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବସ୍ତିବାସିନ୍ଦା, ଶିକ୍ଷକଙ୍କୁ ନୂଆବର୍ଷ ଉପହାର

ବିଦାୟୀ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

by Our Correspondent
31 Dec, 2021- 04:03 PM
in Latest News, News
1 min read
0
ବସ୍ତିବାସିନ୍ଦା, ଶିକ୍ଷକଙ୍କୁ ନୂଆବର୍ଷ ଉପହାର

*୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ୍

*ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ ଲାଗୁ

ଭୁବନେଶ୍ୱର: ବର୍ଷର ଶେଷ ଦିନରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦା ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ପାଇଁ ସରକାର ନେଇ ଆସିଛନ୍ତି ନୂଆବର୍ଷ ଉପହାର । ରାଜ୍ୟର ୫ ଟି ଯାକ ମହାନଗର ନିଗମ ଅଞ୍ଚଳରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଏଣିକି ଜାଗା ଯୋଗାଇଦେବେ । ଅର୍ଥାତ୍ ଜାଗା ମିଶନ ଯୋଜନାଟି କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ୯୩୮ ଟି ବସ୍ତିର ୧ ଲକ୍ଷ ୯୦ ହଜାର ଲୋକ ଉପକୃତ ହେବେ । ଅନ୍ୟପକ୍ଷରେ ଏଡେଡ୍ ସ୍କୁଲ ଏବଂ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ନୂଆବର୍ଷରୁ ଏହା ଲାଗୁ ହେବ ।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଅନୁଯାୟୀ, ବସ୍ତିବାସିନ୍ଦାଙ୍କୁ ଜାଗା ଏବଂ ଏହାର ସୁରକ୍ଷା ପାଇଁ “ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଅଧିନିୟମ, ୨୦୧୭’ ପ୍ରଣୟନ ହୋଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ଏବଂ ଏନଏସି ଅଞ୍ଚଳ ଏହି ଆଇନ୍ ର ପରିସରଭୁକ୍ତ ହୋଇଥିଲେ । ଅନୁରୂପ ଭାବେ “ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩’ ରେ ସଂଶୋଧନ ଅଣାଯାଇ ମହାନଗର ନିଗମରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ତେବେ ପୌରପାଳିକା ଏବଂ ଏନଏସି ଅଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ମହାନଗର ନିଗମ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ ଆଇନ କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ଆଇନକୁ ସମାନ ଭାବରେ ଲାଗୁ କରିବା ପାଇଁ ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩ ସଂଶୋଧନ ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ବାଜିଛି । । ଉକ୍ତ ପ୍ରସ୍ତାବ ଅନୁଯାୟୀ ବସ୍ତିବାସିନ୍ଦାମାନଙ୍କୁ ୪୫ ବର୍ଗମିଟର ପର୍ଯ୍ୟନ୍ତ ଜାଗା ଉପରେ ଭୂମି ଅଧିକାର ପ୍ରଦାନ କରାଯିବ । ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବେ, ତେବେ ୩୦ ବର୍ଗ ମିଟର ପର୍ଯ୍ୟନ୍ତ ଜାଗା ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥାସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇ ଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାର ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି କାର୍ଯ୍ୟ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।

ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ ଲାଗୁ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ନୂତନ ଏଡେଡ୍ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ମଦ୍ରାସାର ଯୋଗ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବ । ରାଜ୍ୟ ସରକାରୀ ଅନୁଦାନର ସହାୟତା, ଓଡ଼ିଶା ସଂଶୋଧିତ ବେତନ ନିୟମ,୨୦୧୭ ଆଧାରରେ ସେମାନଙ୍କୁ ଦରମା ଦିଆଯିବ । ଶତ ପ୍ରତିଶତ ଅନୁଦାନ ପାଉଥିବା ପ୍ରାୟ ୨୬,୧୬୪ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ଏଥିରେ ଉପକୃତ ହେବେ ।

ସେହିପରି ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ପୂର୍ବତନ ଜୁନିଅର କଲେଜ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ (ସପ୍ତମ ବେତନ ହାର) ଅନୁସାରେ ବର୍ଦ୍ଧିତ ଦରମା ମିଳିବ । ୧.୧.୨୦୨୨ ଠାରୁ ଏହା ଲାଗୁ ହେବ । ଏହାଦ୍ୱାରା ପ୍ରାୟ ୧୫, ୬୬୪ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ ।

ରାଜ୍ୟ ସରକାରଙ୍କୁ ଏଥିପାଇଁ ଅତିରିକ୍ତ ୧୯୨ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

କ୍ୟାବିନେଟ୍ ମଂଜୁର କରିଥିବା ଅନ୍ୟ ପ୍ରସ୍ତାବ ମଧ୍ୟରେ ଅଛି ଗ୍ରାମ୍ୟ ନିର୍ମାଣ ସଂସ୍ଥାର ପୁନର୍ବିନ୍ୟାସ । ରାୟଗଡ଼ାଠାରେ ଏକ ନୂତନ କ୍ଷେତ୍ରୀୟ ମଣ୍ଡଳ; ଉଦଳା, ବାଂଶପାଳ ଓ ବଣାଇଠାରେ ୩ଟି ନୂତନ ଡିଭିଜନ; ଆଉ ଅଧିକ ୮ଟି ନୂତନ ଗୁଣବତ୍ତା ନିୟନ୍ତ୍ରଣ ଡିଭିଜନ; ପ୍ରତି ପଞ୍ଚାୟତ ସମିତି ସ୍ତରରେ ଗୋଟିଏ ଲେଖାଏଁ ସବ୍ ଡିଭିଜନ ଓ ଓଡ଼ିଶା ଖଣିଜ ସମ୍ପଦଭରା ଅଞ୍ଚଳ ବିକାଶ ନିଗମ ଅଧିନରେ ୧୦ଟି ପ୍ରୋଜେକ୍ଟ ସବ୍ ଡିଭିଜନ୍ ସୃଷ୍ଟି କରାଯିବା ପାଇଁ ସ୍ଥିର ହୋଇଛି । ଉପରୋକ୍ତ ଢ଼ାଞ୍ଚାକୁ କାର୍ଯ୍ୟକାରୀ କରିବାକୁ ଗ୍ରାମ୍ୟ ନିର୍ମାଣ ସଂସ୍ଥାରେ ସହକାରୀ ନିର୍ବାହୀ ଯନ୍ତ୍ରଠାରୁ ଆରମ୍ଭ କରି ଯନ୍ତ୍ରୀମୁଖ୍ୟ ପର୍ଯ୍ୟନ୍ତ ଆଉ ୧୪୨ ଟି ଅଧିକ ପଦବୀ ସୃଷ୍ଟି ପ୍ରସ୍ତାବ କ୍ୟାବିନେଟ୍ ର ଅନୁମୋଦନ ଲାଭ କରିଛି ।

ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଭଣ୍ଡାରରକ୍ଷକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ,୨୦୧୭ ର ସଂଶୋଧନ, ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଗନ୍ଥାଗାରିକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ,୨୦୧୭ ର ସଂଶୋଧନ, ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ(ନିଯୁକ୍ତି ଓ ସେବାସର୍ତ୍ତ) ନିୟମାବଳୀ, ୨୦୧୯ ର ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ଲଗାଇଛି ।

Previous Post

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

Next Post

ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ

Next Post
ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ

ଡିଜିପି ଦାୟିତ୍ୱ ନେଲେ ସୁନୀଲ ବଂଶଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA