ଭୁୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ -୨୦୧୯ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୫୬ ମହିଳା । ଅଶ୍ୱିନୀ କୁମାର ପଣ୍ଡା ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଅଙ୍କୁର ଅଭିଳାଷ, ତୃତୀୟରେ ରଶ୍ମିରେଖା ପାତ୍ର, ଚତୁର୍ଥରେ ସୌମ୍ୟରଞ୍ଜନ ପ୍ରଧାନ, ପଞ୍ଚମରେ ସିଦେ୍ଧଶ୍ୱର ନାୟକ, ଷଷ୍ଠରେ କିରଣ କୁମାର ମହାନ୍ତି, ସପ୍ତମରେ ପ୍ରଦୋଷ ପ୍ରଧାନ, ଅଷ୍ଟମରେ ଦେବଦତ୍ତ ପ୍ରଧାନ, ନବମରେ ଆୟୁଷୀ ପତି ଏବଂ ଦଶମ ସ୍ଥାନରେ ଅଛନ୍ତି ନିବେଦିତା ନାୟକ ।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ୪୭,୭୧୯ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୨୫, ୭୮୦ ଜଣ ପ୍ରିଲିମ୍ ପରୀକ୍ଷା ଦେଇଥିଲେ । ୧,୮୮୦ ଜଣ ମେନ୍ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ୧,୬୧୦ ଜଣ ପରୀକ୍ଷା ଦେଇଥିଲେ । ୨୦୨୦ ଡିସେମ୍ବରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ୩୦୭ ଜଣଙ୍କୁ ପର୍ସନାଲିଟି ଟେଷ୍ଟ ପାଇଁ ଡକାଯାଇଥିଲା । ଚଳିତ ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ।