Thursday, June 25, 2026 03:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋହନ ସରକାରଙ୍କ ଯୋଜନା ବର୍ଷା

୨ ଲକ୍ଷ ୯୦ ହଜାର କୋଟିର ବଜେଟ୍

by Our Correspondent
17 Feb, 2025- 09:28 PM
in Latest News, News
1 min read
0
ମୋହନ ସରକାରଙ୍କ ଯୋଜନା ବର୍ଷା

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ପ୍ରଥମ ଥରର ପୂର୍ଣ୍ଣାଙ୍ଗ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଏହି ବଜେଟ୍ ପରିମାଣ ରହିଛି ୨ ଲକ୍ଷ ୯୦ ହଜାର କୋଟି ଟଙ୍କା । ଏଥିରେ ୧୬ ଟି ନୂଆ ଯୋଜନା ଘୋଷଣା କରାଯାଇଛି । ଆକର୍ଷଣୀୟ ଯୋଜନାରେ ରହିଛି “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଏବଂ “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗରିବ ଝିଅଙ୍କୁ ସରକାର ସାମୁହିକ ବିବାହ ଦେବେ । ସେହିଭଳି ଶ୍ରୀଜଗନ୍ନାଥ ଯୋଜନାରେ ପ୍ରତି ଜିଲ୍ଲା ସଦର ମହକୁମାରୁ ମାଗଣାରେ ଲୋକଙ୍କୁ ପୁରୀ ଅଣାଯିବ । ପୁରୀରେ ସେମାନେ ଜଗନ୍ନାଥ ଦର୍ଶନ କରିବେ ଏବଂ ମାଗଣାରେ ଅବଢ଼ା ଖାଇ ଘରକୁ ଫେରିବେ ।

୨ ଲକ୍ଷ ୯୦ ହଜାର କୋଟି ବଜେଟ୍ ରେ କାର୍ଯ୍ୟକ୍ରମ ବଜେଟକୁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ମୋଟ ବଜେଟ୍ ଆକଳନର ୫୯ ପ୍ରତିଶତ । ପୁଞ୍ଜି ବ୍ୟୟ ଅଟକଳ ରଖାଯାଇଛି ୬୫ ହଜାର ୧୨ କୋଟି ଟଙ୍କା । ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ଏହା ୬.୧% । ପ୍ରଶାସନିକ ବ୍ୟୟ ଅଟକଳ ୧ ଲକ୍ଷ ୮ ହଜାର କୋଟି ରଖାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୪ ହଜାର କୋଟି ପ୍ରସ୍ତାବ ରହିଥିଲା ବେଳେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ୩,୩୧୧ କୋଟି ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରାୟ ୪,୫୫୯ କୋଟି ଟଙ୍କା ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକୀୟ ସଂସ୍ଥାକୁ ହସ୍ତାନ୍ତ ପ୍ରସ୍ତାବ ରହିଛି ।

୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ମୁଖ୍ୟତଃ ୨ ଲକ୍ଷ ୩୨ ହଜାର କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତି ଏବଂ ୫୮ ହଜାର କୋଟି ଟଙ୍କାର ଋଣ ଏବଂ ଅନ୍ୟାନ୍ୟ ପ୍ରାପ୍ତି ମାଧ୍ୟମରେ ଭରଣା କରାଯିବ । ରାଜସ୍ୱ ପ୍ରାପ୍ତି ମଧ୍ୟରେ ୬୬ ହଜାର କୋଟି ଟଙ୍କା ରାଜ୍ୟର ନିଜସ୍ୱ ଟିକସ, ୬୦ ହଜାର କୋଟି ଟଙ୍କା ଅଣ ଟିକସ ରାଜସ୍ୱ, ୬୪ ହଜାର ୪୦୮ କୋଟି ଟଙ୍କା କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଏବଂ ୪୧,୫୯୨ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଅନ୍ତର୍ଭୁକ୍ତ ।

ବଜେଟ୍ ରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ ଏବଂ ମହିଳା ଓ ଶିଶୁ ବିକାଶକୁ ଧ୍ୟାନ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ଏହି ବଜେଟ୍ କେବଳ କିଛି ସଂଖ୍ୟାର ଉପସ୍ଥାପନ ନୁହେଁ, ବରଂ ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୬ ନୂଆ ଯୋଜନା ଓ ବ୍ୟୟବରାଦ

ଅନ୍ତୋଦୟ ଗୃହ ଯୋଜନା-୨୬୦୩ କୋଟି
ସୁଭଦ୍ରା ସୁରକ୍ଷା ଯୋଜନା-୧୫୩ କୋଟି
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା-୩୦ କୋଟି
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ-୨୦୦ କୋଟି
ଉତ୍ତର ଓଡ଼ିଶା ବିକାଶ ପରିଷଦ-୨୦୦ କୋଟି
ଓଡ଼ିଶା ପୃଷ୍ଟି ମିଶନ-୧୦୦ କୋଟି
ବକୁଳ ବନ ଉନ୍ନୟନ ଯୋଜନା-୫୦ କୋଟି
ଆମ ଶିମିଳିପାଳ ଯୋଜନା-୫୦ କୋଟି
ଆଦର୍ଶ ମଣ୍ଡି ବ୍ୟବସ୍ଥା-୫୦ କୋଟି
ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ- ୧୦୦ କୋଟି
ପ୍ରବାସୀ ଓଡ଼ିଆ ଓ-ସମ୍ପର୍କ-୧୧୦ କୋଟି
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା-୧୨ କୋଟି
ସ୍ୱଚ୍ଛ ଓଡ଼ିଶା ଯୋଜନା-୨୬୧ କୋଟି
ଆମେ ପଢ଼ିବା ଆମ ଭାଷାରେ ଯୋଜନା-୨୫ କୋଟି
ଅଟଳ ବସଷ୍ଟାଣ୍ଡ ଯୋଜନା-୧୨୬୬ କୋଟି
ସମୃଦ୍ଧ ସହର ଯୋଜନା-୪୦୮ କୋଟି

 

Previous Post

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଦାୟିତ୍ୱ

Next Post

ଲିଖିତ ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ

Next Post
ଲିଖିତ ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ

ଲିଖିତ ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA