Thursday, April 30, 2026 12:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଳ ଦେଖାଇଲା କଂଗ୍ରେସ

ବିଧାନସଭା ଘେରାଉ ଆନ୍ଦୋଳନ

by Our Correspondent
27 Mar, 2025- 07:56 PM
in Latest News, News, Politics
1 min read
0
ବଳ ଦେଖାଇଲା କଂଗ୍ରେସ

-ବ୍ୟାରିକେଡ୍ ଭାଙ୍ଗିଲେ କଂଗ୍ରେସ କଂଗ୍ରେସ କର୍ମୀ
-ଗାନ୍ଧୀମାର୍ଗରେ ପୁଲିସ ସହ ଖଣ୍ଡଯୁଦ୍ଧ
– ଚେୟାର, ଅଣ୍ଡା ମାଡ଼ ବନାମ ପୁଲିସର ଲାଠି ମାଡ଼

ଭୁବନେଶ୍ୱର: ଫୁଲ୍ ଜୋସ୍ ରେ ରାଜ୍ୟ କଂଗ୍ରେସ । ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଥମ ପାୱାର୍ ସୋ’ ଆଜି ସଫଳ ହୋଇଛି । ବାହାରୁ ଆସୁଥିବା କଂଗ୍ରେସ କର୍ମୀମାନଙ୍କୁ ପୁଲିସ ବାଟରେ ଅଟକାଇବା, ଭୁବନେଶ୍ୱରରେ କିଛି ଲଢ଼ୁଆ ନେତାଙ୍କୁ ରାତି ଅଧରେ ଉଠାଇ ନେବା ସତ୍ତ୍ୱେ ବିଧାନସଭା ଘେରାଉ ଆନେ୍ଦାଳନ ଭଣ୍ଡୁର ହୋଇନାହିଁ । ବରଂ ଆନ୍ଦୋଳନକୁ ସଫଳ କରିବା ପାଇଁ ଦଳର ବରିଷ୍ଠ ନେତୃମଣ୍ଡଳୀ ଏବଂ ହଜାର ହଜାର କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ମହିଳା ସୁରକ୍ଷା ପ୍ରସଙ୍ଗରେ ଡାକରା ଦିଆଯାଇଥିବା ବିଧାନସଭା ଘେରାଉ ପାଇଁ ପୁରୁଷ ଓ ମହିଳା କର୍ମୀମାନେ ପୁଲିସ କର୍ଡନ ଭାଙ୍ଗି ଆଗକୁ ମାଡ଼ି ଆସିଥିଲେ । ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଖାତିର ନ ଥିଲା । ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଖଣ୍ଡ ଯୁଦ୍ଧ ହୋଇଥିଲା । ପୁଲିସର ପାଣି, ଟିୟର୍ ଗ୍ୟାସ ଏବଂ ଲାଠିମାଡ଼ର ଜବାବ ଚେୟାର, ଅଣ୍ଡା ଓ ଟମାଟୋରେ ଦେଇଥିଲେ କଂଗ୍ରେସ କର୍ମୀ ।

ଆଜି ଦିନ ପ୍ରାୟ ୧୦ଟା ବେଳେ ରାମମନ୍ଦିର ଛକରୁ ବିରାଟ କଂଗ୍ରେସ ରାଲି ବିଧାନସଭା ଅଭିମୁଖେ ବାହାରିଥିଲା । ପିସିସି ସଭାପତି ଭକ୍ତ ଦାସ ଏହାର ନେତୃତ୍ୱ ନେଇଥିଲେ । ପ୍ରବଳ ଖରା ସତ୍ତ୍ୱେ ଦଳର ସବୁ ବରିଷ୍ଠ ନେତାଙ୍କ ସମେତ ହଜାର ହଜାର କର୍ମୀ ରାଲିରେ ସାମିଲ ହୋଇଥିଲେ । ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ମୋହନ ସରକାରଙ୍କ ବିରୋଧରେ ସ୍ଲୋଗାନ୍, ନାରାବାଜିରେ ରାଜରାସ୍ତା ଫାଟି ପଡ଼ିଥିଲା । ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ରାଲି ଶାନ୍ତିପୂର୍ଣ୍ଣ ରହିଥିଲା ।

ମାଷ୍ଟରକ୍ୟାଣ୍ଟିନ୍ ରୁ ପିଏମଜି ରାସ୍ତା ଗାନ୍ଧୀମାର୍ଗରେ ସଭାମଞ୍ଚ ତିଆରି ହୋଇଥିଲା ଏବଂ ସେଠାରେ ପ୍ରଥମେ ଅଟକି ଯାଇଥିଲେ କଂଗ୍ରେସ କର୍ମୀ । କେବଳ ମହିଳା ନେତ୍ରୀମାନେ ମଞ୍ଚାସୀନ ହୋଇଥିଲା ବେଳେ ମଞ୍ଚ ତଳେ ବସିଥିଲେ ଅନ୍ୟ ନେତୃଗଣ । ଭାଷଣବାଜି ଚାଲିଲା । ଆଉ ଭାଷଣ ସହିତ ତାଳ ଦେଇ କର୍ମୀମାନେ ଆଗକୁ ବଢ଼ି ଚାଲିଲେ । ସେମାନଙ୍କୁ ଅଟକାଇବା ପାଇଁ ବିଧାନସଭା ବାଟରେ ଚାରିଟି ବ୍ୟାରିକେଡ୍ ନିର୍ମାଣ ହୋଇଥିଲା । ସବୁଆଡ଼େ ପୁଲିସ ଛକି ରହିଥିଲେ । ସ୍ୱାଭାବିକ ଭାବେ ଆନ୍ଦୋଳନକାରୀମାନଙ୍କୁ ପ୍ରଥମ ବ୍ୟାରିକେଡ୍ ନିକଟରେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର କଂଗ୍ରେସ କର୍ମୀମାନଙ୍କୁ ଏହି ବ୍ୟାରିକେଡ୍ ଏବଂ ପୁଲିସ ବଳ ଅଟକାଇ ପାରି ନ ଥିଲା । ସେମାନେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡ଼ି ଆସିଥିଲେ । ପୁଲିସ ସେମାନଙ୍କୁ ଅଟକାଇ ପାରି ନ ଥିଲା ।

ତେବେ ଦ୍ୱିତୀୟ ବ୍ୟାରିକେଡ୍ ଡେଇଁବାକୁ ଆନ୍ଦୋଳନକାରୀମାନେ ଉଦ୍ୟମ କଲା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ପାଣି ମାଡ଼ କରିଥିଲା । ଏହାପରେ ଲାଠି ଧରି ଗୋଡ଼ାଇଥିଲା । ମାତ୍ର ସେଥିରେ ଡରି ନ ଯାଇ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଖାଲି ଚେୟାର ଫିଙ୍ଗିଥିଲେ । ଆଉ ଜବାବରେ ପୁଲିସ ସେମାନଙ୍କୁ ତଡ଼ି ତଡ଼ି ପିଟିଥିଲା । ଉଭୟପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଏଭଳି ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏହାସତ୍ତ୍ୱେ ଆନ୍ଦୋଳନକାରୀମାନଙ୍କୁ ସେଠାରୁ ସମ୍ପୂର୍ଣ୍ଣ ଘଉଡ଼ାଇ ପାରି ନ ଥିଲା ପୁଲିସ । ଟିୟର୍ ଗ୍ୟାସ ପ୍ରୟୋଗ କରିଥିଲା । ଏହିଭଳି ଭାବେ ଦୀର୍ଘ ପ୍ରାୟ ଦୁଇ ଘଣ୍ଟା କାଳ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଥିଲା ।

କଂଗ୍ରେସ କର୍ମୀ-ପୁଲିସ ଖଣ୍ଡଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ଏଥିରେ ୧୫ ପୁଲିସ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି ବୋଲି ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ କହିଛନ୍ତି । ସେହିଭଳି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟମାନେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଆହତ କଂଗ୍ରେସ କର୍ମୀମାନଙ୍କୁ ଭେଟଇଛନ୍ତି ।

ଆନ୍ଦୋଳନକାରୀଙ୍କ ଚେୟାର ମାଡ଼ରେ ଖବର ସଂଗ୍ରହ କରୁଥିବା ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀ ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଫୋନ୍ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ସୂଚନାଥାଉକି, ଆନ୍ଦୋଳନସ୍ଥଳରୁ ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିି, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ପ୍ରମୁଖଙ୍କୁ ପୁଲିସ ଆନେ୍ଦାଳନସ୍ଥଳରୁ ଉଠାଇ ନେଇଥିଲା । ଏହାପୂର୍ବରୁ ଆଜି ବଡ଼ି ଭୋରରୁ କଂଗ୍ରେସ ନେତା ମାନସ ଚୌଧୁରୀଙ୍କୁ ତାଙ୍କ ଘରୁ ପୁଲିସ ଉଠାଇ ନେଇ ଚନ୍ଦକା ଥାନାରେ ଅଟକ ରଖିଥିଲା ।

ଆନ୍ଦୋଳନ ଡାକରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଗତକାଲିଠାରୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଆସିବା ଆରମ୍ଭ କରିଥିଲେ ମଧ୍ୟ ଅନେକ ଜାଗାରେ ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା । ଫଳରେ ଶହ ଶହ କର୍ମୀ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ।

Previous Post

ଅବସ୍ଥା ଅସମ୍ଭାଳ

Next Post

କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

Next Post
କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA