Friday, June 26, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ରେ ତୁଳସୀ ଯାତ୍ରା

by Our Correspondent
13 Nov, 2023- 05:51 PM
in Latest News, News
1 min read
0
କଂଗ୍ରେସ ପକ୍ଷରୁ ଡିସେମ୍ବର ୧ରେ ତୁଳସୀ ଯାତ୍ରା

????????????????????????????????????

ଭୁବନେଶ୍ୱର: ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୧୬ ରେ ପୁରୀ ଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ର କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୯ ସୁଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଯେହେତୁ ସରକାର ଏ ସମ୍ପର୍କରେ ପଦକ୍ଷେପ ନେଲେ ନାହିଁ ତେଣୁ ସେହି ୬ ଗୋଟି ଦାବିର ସମାଧାନ ନିମନ୍ତେ ସାରା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଗତ ନଭେମ୍ବର ୯ ତାରିଖରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ଯେହେତୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଥିଲା ଯେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ, ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ ବୋଲି ପିିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀ ଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର/ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ । ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ । ଡିସେମ୍ବର ୧ ତାରିଖ ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଏବଂ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ । ଉକ୍ତ ୧ ତାରିଖ ଦିନ ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହେବେ ଏବଂ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ ।

ଯଦି ଏହି ଆନ୍ଦୋଳନ ପରେ ସରକାର ଏହି ୬ ଗୋଟି ଦାବିର ସମାଧାନ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ । ଓଡ଼ିଶା, ଭାରତ ଏବଂ ବିଶ୍ୱର ଜନତା ଜଗନ୍ନାଥଙ୍କ ପାଖକୁ ନିଜର ଗୁହାରୀ ଶୁଣାଇବାକୁ ଆସୁଛନ୍ତି । ମାତ୍ର ନବୀନ ସରକାର ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି । ନିକଟରେ ଦର୍ଶନ ପାଇଁ ଆସି ଘଂଟା ଘଂଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆଘାତ ହୋଇଛନ୍ତି । ଭକ୍ତଙ୍କ ଗୋଡ଼ ଭାଙ୍ଗିଯାଇଛି । ଅନେକ ଭକ୍ତ ମୂର୍ଚ୍ଛା ହୋଇପଡ଼ୁଛନ୍ତି । ଯାହାର ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ୁନାହିଁ । ୪ ଧାମରୁ ଜଗନ୍ନାଥ ମନ୍ଦିର ଏକ ଧାମ । ଜଗନ୍ନାଥଙ୍କ ଭକ୍ତମାନେ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାନ୍ତି ମାତ୍ର ସ୍ୱେଚ୍ଛାଚାରୀ ନବୀନ ସରକାର ନିଜ ଅହଂକାରରେ ଅଟଳ ଅଛନ୍ତି । କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ ଆନ୍ଦୋଳନ ଜାରି ରହିବ ।

ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଓ ସଜ ତୁଳସୀ ନୈବେଦ୍ୟ ଭାବରେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବ । କଂଗ୍ରେସ ଓ ଭକ୍ତଙ୍କର ଦାବି ପ୍ରତି ସରକାର କାନଆଖି ବନ୍ଦ କରିଦେଇଛନ୍ତି । କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ ଯୋଗୁଁ ଓଡ଼ିଶା ସରକାର ରତ୍ନଭଣ୍ଡାର ଲେଜର ସ୍କାନିଂ କରିବାପାଇଁ କହିଛନ୍ତି ମାତ୍ର କଂଗ୍ରେସର ଦାବି ରତ୍ନଭଣ୍ଡାରର ଭିତର ଦ୍ୱାରକୁ ଖୋଲଯାଇ ଗଣତି, ମଣତି ଓ ମରାମତି କରାଯାଉ । ତୁଳସୀ ଯାତ୍ରା ଓଡ଼ିଶାର ପୁରପଲ୍ଳୀରେ ଥିବା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ହେବ । ଏହି ଯାତ୍ରା ଭକ୍ତ ଯାଗରଣ ପାଇଁ ଅଭିପ୍ରେତ । ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଜାନୁଆରୀ ୧୭ ତାରିଖରେ କରିବେ । ଏହି ପ୍ରକଳ୍ପରେ କ’ଣ କ’ଣ କାର୍ଯ୍ୟ ହୋଇଛି କେଉଁ ପ୍ରକାରର କାର୍ଯ୍ୟ ହୋଇଛି ଏଥିରେ କେତେ ଅର୍ଥ ବିନିଯୋଗ ହୋଇଛି, କାର୍ଯ୍ୟର ଦାୟୀତ୍ୱ ନିର୍ବାହ କିଏ କରିଛନ୍ତି ଏହାର ସଂପୂର୍ଣ୍ଣ ବିବରଣୀ ସ୍ୱେତପତ୍ର ମାଧ୍ୟମରେ ପ୍ରକଳ୍ପର ଲୋକର୍ପଣ ଦିବସରେ ପ୍ରକାଶ କରିବାକୁ କଂଗ୍ରେସ ଦାବି କରୁଛି । ବାଙ୍ଗାଲୋର ଓ ରାଜମନ୍ଦିର ପ୍ରଭୃତି ସ୍ଥାନରୁ ଅଧିକ ମୂଲ୍ୟର ଗଛ ଆଣି ଏଠାରେ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମର ସ୍ୱଚ୍ଛତା ଉପରେ ମଧ୍ୟ ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି । ଯେହେତୁ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମର ଘଟଣାବଳୀ ମାଦଳା ପାଞ୍ଜିରେ ଉଲ୍ଲେଖ କରାଯାଏ ତେଣୁ ଏହିସବୁ ଘଟଣା ମାଦଳା ପାଞ୍ଜିରେ ଉଲ୍ଲେଖ ରହୁ ଯାହାଦ୍ୱାରା ଏହାକୁ ପରବର୍ତୀ ପୀଢ଼ି ଜାଣିପାରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ କଂଗ୍ରେସର ଦାବି ପୂରଣ ନହେବାଯାଏ ଧାରାବାହିକ ଭାବରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ । ତୁଳସୀ ଯାତ୍ରା ଏହି ଆନ୍ଦୋଳନର ଏକ ପର୍ଯ୍ୟାୟ । ଦୁଇଟି ପର୍ଯ୍ୟାୟର ଆମର ଆନ୍ଦୋଳନ ସରିଛି । ଗାଁରୁ ପୁରୀ ପର୍ଯ୍ୟନ୍ତ ଓଡ଼ିଶାର ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ସ୍ୱରକୁ କଂଗ୍ରେସ ଉତୋଳନ କରୁଛି ।

Previous Post

କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Next Post

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

Next Post
ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA