Friday, April 24, 2026 02:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

by Our Correspondent
13 Nov, 2023- 08:30 PM
in Latest News, News, Politics
1 min read
0
ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳୁନି କ୍ଲିୟରାନ୍ସ!

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପି ଯୋଗଦାନ ରାସ୍ତାରେ କେଁ ପଶିଛି । ଦିଲ୍ଲୀ ହାଇକମାଣ୍ଡଙ୍କ ପାଖରେ ତାଙ୍କର ଆବେଦନ ଅଟକି ଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ରାସ୍ତା କ୍ଲିୟର୍ କରିବାକୁ ଭରପୂର ଉଦ୍ୟମ ଚଳାଇଛନ୍ତି ବିଜେଡିରୁ ଏହି ବହିଷ୍କୃତ ବିଧାୟକ । କ୍ଲିୟରାନ୍ସ ମିଳିଗଲେ ଆସନ୍ତା ୧୯ ତାରିଖ ଭିତରେ ମିଶ୍ରଣ ପର୍ବ ହେବାର ସମ୍ଭାବନା ଅଛି ।

ରାଜ୍ୟ ନେତୃତ୍ୱର ସମ୍ମତିରେ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପି ଯୋଗଦାନ ତାରିଖ ଦୀପାବଳି ପୂର୍ବରୁ ସ୍ଥିର ହୋଇଥିବା ପ୍ରଦୀପଙ୍କ ସମର୍ଥକ ଗୋଷ୍ଠୀରୁ ଶୁଣିବାକୁ ମିଳିଥିଲା । ନିର୍ଦ୍ଦିଷ୍ଟ ଭାବେ ନଭେମ୍ବର ୯ ତାରିଖରେ ସେ ବିଜେପିରେ ଯୋଗଦେବେ ବୋଲି ଶୁଣାଗଲା । ତା’ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଗଞ୍ଜାମ ନେତା ବିଭୂତି ଜେନା ଦିଲ୍ଲୀରେ ଥିବା ବେଳେ ଶ୍ରୀ ପାଣିଗ୍ରାହୀ ମଧ୍ୟ ପହଞ୍ଚିଥିଲେ । ମାତ୍ର କିଛି ହେଲା ନାହିଁ । ୧୩ ତାରିଖ(ଆଜି)କୁ ମିଶ୍ରଣ ପର୍ବ ଘୁଞ୍ଚିଲା ବୋଲି ପୁଣି ଶୁଣାଗଲା । ମାତ୍ର ତାହା ହୋଇନାହିଁ ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରେ ମିଶାଇବା ପ୍ରସ୍ତାବକୁ ନେଇ ବିଜେପିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରଦୀପଙ୍କୁ ଦଳକୁ ଆଣି ବିଜେଡି ବିରୋଧରେ ଅସ୍ତ୍ର କରିବାକୁ ଦଳର ଗୋଟେ ଗୋଷ୍ଠୀ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ତାଙ୍କୁ ବିରୋଧ କରୁଛନ୍ତି । ତାଙ୍କ ଭଳି ଜଣେ କଳୁଷିତ ନେତାଙ୍କୁ ଦଳକୁ ଆଣିବା ଓଲଟି ମହଙ୍ଗା ପଡ଼ିବ ବୋଲି ସେମାନେ ଯୁକ୍ତି କରୁଛନ୍ତି । ଏହାର ସମାଧାନ ପାଇଁ କିଛି ବରିଷ୍ଠ ବିଜେପି ନେତା ଗୋଟିଚାଳନା କରୁଥିବା ବେଳେ ହାଇକମାଣ୍ଡଙ୍କ କାନକୁ କଥା ଯାଇଛି ।

ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପି ଯୋଗଦାନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ବେଳେ ଦୁଇଦିନ ତଳେ ଜିଲ୍ଲା ବିଜେଡି ପକ୍ଷରୁ ବ୍ରହ୍ମପୁରରେ ଏକ ପ୍ରେସମିଟ୍ କରାଯାଇ ତାଙ୍କ ଅତୀତର କଳା କାରନାମାକୁ ମନେ ପକେଇ ଦିଆଯାଇଥିଲା । ଏହିଭଳି ଜଣେ କଳଙ୍କିତ ନେତାଙ୍କୁ ବିଜେପି ଆପଣେଇବାକୁ ଆଗଭର ହେଉଥିବାରୁ ଭୀଷଣ ସମାଲୋଚନା କରାଯାଇଥିଲା । ତେବେ ଆଜି ଏହାର ପାଲଟା ଜବାବ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ବର୍ଷି ରାଗ ସୁଜାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଏନ୍ତୁଡ଼ିଶାଳ ବୋଲି ସେ ଅଭିଯୋଗ କରିବା ସହ ବିଜେଡି ନେତା, ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପଚାରିଛନ୍ତି ।

ତେବେ ଦୁର୍ନୀତି ଓ ଠକେଇ ଅଭିଯୋଗରେ ଜେଲ୍ ଯାଇଥିବା ଜଣେ ଅଭିଯୁକ୍ତଙ୍କ ମୁହଁରୁୁ ଏହି କଥା ଶୋଭା ପାଉନି ବୋଲି ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି । ତାଙ୍କର ଜନବିରୋଧୀ କାର୍ଯ୍ୟ ପାଇଁ ସେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ବିଜେଡି ଏହା ମନେ ପକାଇ ଦେଇଥିବାରୁ ତାଙ୍କର ଜ୍ୱର ବିକଳରେ ତାଟିଆ କାମୁଡ଼ିବା ଅବସ୍ଥା ହୋଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨୦୨୦ ଡିସେମ୍ବର ୩ ତାରିଖରେ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଥିଲା ଯାହା ଏବେ କୋର୍ଟରେ ବିଚାରାଧୀନ ଅଛି ।

– ମହାମାରୀ କରୋନାରେ ଲୋକ ଛଟପଟ ହେଉଥିଲା ବେଳେ ଏହି ଜନପ୍ରତିନିଧି ସପରିବାର ନିଜର ଭାବୀ ଜ୍ୱାଇଁଙ୍କ ପରିବାର ସହ ଚାର୍ଟର ଫ୍ଲାଇଟ୍ ରେ ଉଡୁଥିଲେ । ଦିଲ୍ଲୀ, ମୁମ୍ବାଇର ଫାଇଭ୍ ଷ୍ଟାର୍ ହୋଟେଲରେ ଅୟସ କରୁଥିଲେ ।

– ବିଧାୟକଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ଜାଲ୍ ପରିଚୟ ଦେଇ ଲୋକଙ୍କୁ ଚୂନ ମାରୁଥିଲେ । ତାଙ୍କର ସେହି କାରବାରରେ ଭାବୀ ଶ୍ୱଶୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ସଂପୃକ୍ତି ଥିଲା । କାହାକୁ ଟାଟା ମୋଟର୍ସରେ ଚାକିରି କରାଇଦେବାର ପ୍ରତିଶ୍ରୁତି ତ ଆଉ କାହାରିକୁ ଜାଲ୍ ନିଯୁକ୍ତିପତ୍ର ଦେଇ ଗୋପାଳପୁର ନିର୍ବାଚନମଣ୍ଡଳୀର ଏକାଧିକ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଇଥିଲା ।

– କରୋନା ଲକଡାଉନ୍ ବେଳେ ଲୋକେ ଜୀବିକା ହରାଇ ହାହାକାରରେ ଥିବା ବେଳେ ବିଧାୟକ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ବର୍ଷା ହୋଇଥିଲା । ମାତ୍ର ୪ ମାସରେ ଆକାଉଣ୍ଟକୁ ଆସିଥିଲା ୨ କୋଟି ୪୮ ଲକ୍ଷ ଟଙ୍କା । ଗଞ୍ଜାମର ଜଣାଶୁଣା ମଦ ମାଫିଆ ସୂର୍ଯ୍ୟ ସାହୁ, ମଦ ବ୍ୟବସାୟୀ ରବୀନ୍ଦ୍ର ସାହୁ, ବାଲି ମାଫିଆ ବୁଲୁ ଗୌ ଡ଼ ପ୍ରଭୃତିଙ୍କ ସୌଜନ୍ୟରୁ ଏହି ଟଙ୍କା ଆସିଥିବା ଜଣାପଡ଼ିଥିଲା । ଭାବୀ ଜ୍ୱାଇଁ ଆକାଶ ପାଠକ ଓ ଭାବୀ ଶ୍ୱଶୁରଙ୍କ ମଧ୍ୟରେ ବିପୁଳ ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନ୍ ଥିଲା । ବିଧାୟକ ଓ ତାଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ବ୍ୟାଙ୍କରେ ୧୯ ଟି ଆକାଉଣ୍ଟ ଠାବ କରିଥିଲା କ୍ରାଇମବ୍ରାଞ୍ଚ ।

ଏହି ସବୁ ଅଭିଯୋଗକୁ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପୁଲିସ ଆଇପିସି ଦଫା ୪୧୯, ୪୨୦,୪୬୭,୪୬୮,୪୬୯,୪୭୧,୧୨୦(ବି) ଏବଂ ଆଇଟି ଆକ୍ଟ ୨୦୦୦ର ୬୬ସି/୬୬ ଡି ଧାରାରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଝାରପଡ଼ା ଜେଲ୍ ରେ ୭ ମାସ ରହିଲା ପରେ ୨୦୨୧ ଜୁନ ୧୩ ତାରିଖରେ ସେ ଜାମିନ୍ ରେ ମୁକୁଳିଥିଲେ ।

 

Previous Post

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ରେ ତୁଳସୀ ଯାତ୍ରା

Next Post

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ମନା

Next Post
ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ମନା

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ମନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA