ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ପୂଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ୍ ରିଲିଫ୍ ଘୋଷଣା କରିଛନ୍ତି । ଫଳରେ ବର୍ତ୍ତମାନର ମହଙ୍ଗା ଭତ୍ତା ୧୭% ରୁ ବଢ଼ି ୨୮% ରେ ପହଞ୍ଚିଛି ।
ନିଷ୍ପତ୍ତି ଅନୁଯାୟୀ, ୧.୭.୨୦୨୧ରୁ ପିଛିଲା ଭାବରେ ୧୧% ମହଙ୍ଗା ଭତ୍ତା ଲାଗୁ ହେବ । ଅକ୍ଟୋବର ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ନଗଦ ଆକାରରେ ମିଳିବ ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ।