Tuesday, April 21, 2026 10:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜେଲ୍ ଗଲେ ବାହୁବଳୀ ବିଧାୟକ

by Our Correspondent
08 Oct, 2021- 07:30 PM
in Latest News, News
1 min read
0
ଜେଲ୍ ଗଲେ ବାହୁବଳୀ ବିଧାୟକ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ଡାକ୍ତରୀ ପରୀକ୍ଷା ପରେ ଆଜି ସଂଧ୍ୟାରେ ତାଙ୍କୁ ଖୋର୍ଦ୍ଧା ସବ୍ ଜେଲ୍ କୁ ପଠାଇ ଦିଆଯାଇଛି । ଠିକ୍ ମାସକ ତଳେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି କେସ୍ ଖାଇବା ପରେ ଫେରାର ହୋଇଯାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ହାଜର ହୋଇ ଜାମିନ୍ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଅପରାଧିକ କାର୍ଯ୍ୟ କରି ତତକ୍ଷଣାତ୍ ବିଜେଡ଼ିରୁ ନିଲମ୍ବନ ହୋଇଥିବା ଏହି ବାହୁବଳୀ ବିଧାୟକ ଏବେ ଜେଲ୍ ର ଚାରିକାନ୍ଥରେ ସମୟ କାଟିବେ ।

ସେପ୍ଟେମ୍ବର ୮ ତାରିଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବାଲୁଗାଁ ଯାଇଥିଲା ବେଳେ ତାଙ୍କୁ ବିରୋଧ କରୁଥିବା ବିଜେପିର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ଉପରେ ପିଟିଥିଲେ । ଏହାର ଭିଡ଼ିଓ ଭାଇରାଲ୍ ହୋଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆକ୍ରମଣର ଶିକାର ହୋଇଥିବା ଶ୍ରୀ ସେଠୀ ବାଲୁଗାଁ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ସେ ଦଳିତ ବର୍ଗର ହୋଇଥିବାରୁ ପୁଲିସ ହତ୍ୟା ଉଦ୍ୟମ ସମେତ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଥିଲା । ମାତ୍ର ବିଧାୟକଙ୍କୁ ଗିରଫ କରିବାରେ ସଫଳ ହୋଇ ନ ଥିଲା ।

ସେପଟେ ଦଳୀୟ ବିଧାୟକଙ୍କ ଏତାଦୃଶ କାର୍ଯ୍ୟ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷୁବ୍ଧ କରିଥିଲା । ଘଟଣା ଘଟିବାର କିଛି ସମୟ ମଧ୍ୟରେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ସେ ଯିଏ ହୁଅନ୍ତୁ ନା କାହିଁକି, ଅପରାଧ କାର୍ଯ୍ୟକଳାପରେ ସଂପୃକ୍ତ କାହାରିକୁ ସୁରକ୍ଷା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାନୁଷ୍ଠାନ ଜରିଆରେ ଜଣାଇ ଦେଇଥିଲେ ।

ବିଜେଡ଼ିରୁ ନିଲମ୍ବିତ ବିଧାୟକ ଶ୍ରୀ ଜଗଦ୍ଦେବ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଡରି ସେବେଠାରୁ ଫେରାର ହୋଇଯାଇଥିଲେ । ଇତିମଧ୍ୟରେ ଆଗୁଆ ଜାମିନ୍ ଆଣିବା ପାଇଁ ନିଜ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ । ଆଗୁଆ ଜାମିନ୍ ନ ନେଇ ତଳ କୋର୍ଟ ଯାଅ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାୟକ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ନିଜେ ହାଜର ହୋଇ ଜାମିନ୍ ଆବେଦନ କରିଥିଲେ । ମାତ୍ର କୋର୍ଟ ଏହି ଆବେଦନକୁ ଗ୍ରହଣ କରି ନ ଥିଲେ ।

ଗତଥର ବେଗୁନିଆରୁ ବିଧାୟକ ଥିବା ଶ୍ରୀ ଜଗଦ୍ଦେବ ଏଥର ଚିଲିକାରୁ ବିଧାୟକ ଅଛନ୍ତି । ଦୁଇଥରର ବିଧାୟକ କାଳରେ ତାଙ୍କ ବିରୋଧରେ ଅନେକ ଗୁଣ୍ଡାଗର୍ଦ୍ଦି, ମାରପିଟ୍ ଅଭିଯୋଗ ଅଛି । ତାଙ୍କର ଏହି ଅପରାଧିକ କାର୍ଯ୍ୟକଳାପ ଅତୀତରେ ବିଜେଡ଼ିକୁ ବହୁତ ଭାରି ପଡ଼ିଛି । ତେବେ ଏଥର ମୁଖ୍ୟମନ୍ତ୍ରୀଙ୍କ ନଜରରୁ ସେ ବର୍ତ୍ତିପାରିନାହାନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ପାଟଣାଗଡର ବିଜେଡ଼ି ବିଧାୟକ ସରୋଜ ମେହେର ଜଣେ ପିଡବ୍ଲୁଡି ଇଞ୍ଜିନିୟରଙ୍କୁ ବସ୍ ଉଠ କରାଇ ଜେଲ୍ ଯାଇଥିଲେ ।

Previous Post

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି

Next Post

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା : କ୍ରାଇମବ୍ରାଞ୍ଚ

Next Post
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା : କ୍ରାଇମବ୍ରାଞ୍ଚ

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା : କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA