ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହା ୬ ମାସ ପାଇଁ ଲାଗୁ ହେବ । ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି । ଗୃହ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ସମେତ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏସମା ଲାଗୁ ହେବା ଯୋଗୁଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଆଉ ଆନେ୍ଦାଳନ କରିପାରିବେ ନାହିଁ ।