ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା କ୍ରମେ ତଥା ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ଅବସରରେ, ଓଡ଼ିଶା ମୋ ପରିବାର ର ଜୀବନ ବିନ୍ଦୁ ଆନୁକୁଲ୍ୟରେ, ଏପ୍ରିଲ ୧୩ତାରିଖ ରୁ ଏପ୍ରିଲ୍ ୧୭ତାରିଖ ଯାଏ ପାଞ୍ଚ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର) ର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଏହା ପରିଚାଳିତ ହୋଇଥିଲା। ଏହି ପାଞ୍ଚଦିନ ରେ ୧୫୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇ ଆଜି ଏହି ରକ୍ତଦାନ ଶିବିର ଟି ଶେଷ ହୋଇଥିଲା।
କ୍ୟାପିଟାଲ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ୍ ଅଫିସର ଡଃ ଦେବାଶିଷ ଏହି ପ୍ରୟାସକୁ ଭୂରି ପ୍ରଶଂସା କରିବା ସହ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଓ ଉତ୍ସାହିତ କରିଥିଲେ। ଆଗକୁ ଏହିଭଳି ଛୋଟ ଛୋଟ ରକ୍ତଦାନ ଶିବିର ର ଆୟୋଜନ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ସେବା ମନୋବୃତି ରୁ ଅନୁପ୍ରାଣିତ ହୋଇ, ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହିଭଳି ସମସ୍ତେ ସ୍ୱଇଛାରେ ଆସି ରକ୍ତଦାନ କରିବା ପାଇଁ ଅନୁରୋଧ କରିବା ସହ ଆଗକୁ ମଧ୍ୟ ସମାଜସେବା ରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଅଟୁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।