ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ପୁନର୍ଗଠନ ହୋଇଛି । କମିଟିରେ ୧୦ ଜଣ ସଦସ୍ୟଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ସଦସ୍ୟ ଭାବେ ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ । ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ସଦସ୍ୟ ଭାବେ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୱ କରିବେ । ଅନ୍ୟ ସଦସ୍ୟମାନେ ହେଲେ ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା, ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ମହାପାତ୍ର, ସୁଆର ମହାସୁଆର ସେବାୟତ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ଦାସମହାପାତ୍ର, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା ।