ଭୁୁବନେଶ୍ୱର: ବିଜେପି ସରକାରଙ୍କ ପୁଞ୍ଜି ଓଡ଼ିଆ ଅସ୍ମିତା । ଓଡ଼ିଶା ମାଟିର ସମ୍ମାନ ଓ ଓଡିଆଙ୍କ ଟେକ ମୋହନ ସରକାରଙ୍କ ପ୍ରାଥମିକତା ରହିବା କଥା । ମାତ୍ର ବାସ୍ତବରେ ତାହା ହେଉ ନାହିଁ । ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସରକାର ରାଜନୈତିକ ବାଛ ବିଚାରର ବଶବର୍ତ୍ତୀ ହୋଇଛନ୍ତି । ଯାହାର ବେଶୀ ଶିକାର ହୋଇଛି ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ ।
ଚଳିତବର୍ଷ କିଟ୍ ଆୟୋଜନରେ ତିନି ତିନୋଟି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱର କୋଣ ଅନୁକୋଣରୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେଇଥିଲେ । ଓଡ଼ିଶାକୁ ବିଶ୍ୱ ଦରବାରରେ ଅଧିକରୁ ଅଧିକ ଆଦୃତ କରାଇବାର ପ୍ରବଳ ସୁଯୋଗ ଥିଲା । କିନ୍ତୁ ଦୁର୍ଭାଗ୍ୟ ଯେ କୌଣସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା କି ଉଚ୍ଚ ଶିକ୍ଷା ଏବଂ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସାମିଲ ହୋଇ ନ ଥିଲେ ।







