ଭୁବନେଶ୍ୱର: ରାଜ୍ୟରେ ଇଂଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ୍ ଫି’ ଛାଡ଼ କରାଯାଇଛି । କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଏହି ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିରେ ୧୭,୦୧୨ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ଆନୁମାନିକ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ଼ ହେବ ।
ସୂଚନାଯୋଗ୍ୟ, ଲକଡାଉନ୍ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ କଲେଜ ଓ ପଲିଟେକନିକ୍ ଅନୁଷ୍ଠାନ ଏପ୍ରିଲ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରି ନ ଥିଲେ ।