Thursday, April 16, 2026 05:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ

by Our Correspondent
11 Jan, 2025- 06:15 PM
in Latest News, News
1 min read
0
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ |

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣି ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ଵରେ ଅନନ୍ୟ। ଏଥିପାଇଁ ସାରା ଦେଶ ଆଜି ଗର୍ବିତ।

ଆଜିର ଏହି ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟନୀ ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଏବଂ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ । ଏହା ଓଡ଼ିଶା ଏବଂ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ କରିପାରିବ।

ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଅକ୍ଳାନ୍ତ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ରାଜ୍ୟ ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ । ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଏବଂ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବେ। ଓଡିଶାରେ ଦଣ୍ଡହାର ବୃଦ୍ଧି କରିବା ପାଇଁ ସରକାର ପଦେକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ବିଧାନ କରିବା ପାଇଁ ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ଵତନ୍ତ୍ର ବିଚାରଳୟ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦିଶା ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ସ ସମଗ୍ର ଦେଶରେ ଜ୍ଞାନର ଆଲୋକ ଏବଂ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ନଥିପତ୍ରଗୁଡିକୁ ସଂରକ୍ଷଣ କରି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟିତ ହେବା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ ଏବଂ ଏହା ରାଜ୍ୟର ନ୍ୟାୟିକ ରାଜଧାନୀ କଟକ ପାଇଁ ଏକ ଅନନ୍ୟ ଉପହାର। ଏହା ଆଇନଗତ ପ୍ରଶାସନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟ ସରକାର ତ୍ଵରିତ ନ୍ୟାୟ ଓ ସମସ୍ତଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିବା କହିଥିଲେ। ନ୍ୟାୟ ବ୍ୟବସ୍ଥାରେ ବୈଷୟିକ ସଂସ୍କାର ଆଣିବା ସହ ଏହାକୁ ଅଧୁନାତନ କରି ସରକାର ନ୍ୟାୟ ବ୍ୟବସ୍ଥାକୁ ଦକ୍ଷ, ସ୍ୱଚ୍ଛ ଏବଂ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ନ୍ୟାୟିକ ଅଭିଲେଖାଗାର ଏ ଦିଗରେ ଆଉ ଏକ ପଦକ୍ଷେପ।

ଆଜିର ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତିଗଣ, ଆଡଭୋକେଟ ଜେନେରାଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Previous Post

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Next Post

ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

Next Post
ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA