Tuesday, September 22, 2026 01:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧ ଲକ୍ଷ ୬ ହଜାର କୋଟିର କାମଚଳା ବଜେଟ୍

ରାଜ୍ୟର ଜିଡ଼ିପି ଅଭିବୃଦ୍ଧି ୧୨% ରୁ ଅଧିକ ସମ୍ଭାବନା

by Our Correspondent
30 Mar, 2022- 06:32 PM
in Latest News, News
1 min read
0
୧ ଲକ୍ଷ ୬ ହଜାର କୋଟିର କାମଚଳା ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ଏପ୍ରିଲ୍ ରୁ ଜୁଲାଇ ୪ ମାସ ପାଇଁ ଏହି ଅର୍ଥ ବ୍ୟୟ ବରାଦ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ରାଜସ୍ୱ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ଆକଳନ କରାଯାଇଛି । ପ୍ରଶାସନିକ କ୍ଷେତ୍ର ପାଇଁ ୮୯, ୬୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସେଥିରୁ ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଏବଂ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ବ୍ୟବସ୍ଥା ରହିଛି ।

ବିପର୍ଯ୍ୟୟ ମୁକାବିଲା ପାଇଁ ୩୨ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଥିଲା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨,୨୪୧ କୋଟି ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲ୍ କୁ ପୈଠ ପାଇଁ ୧୮୬୪ କୋଟି, ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କା, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି, ଏସଏଚଜି ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ଟଙ୍କା , ଶିକ୍ଷାକ୍ଷେତ୍ର ପାଇଁ ୨୬ ହଜାର ୪୯୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ପାଇଁ ୧୨୦୪. ୮୮ କୋଟି, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ ୨୦୩୩୦.୭୬ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୩୫୬୬.୬୨ କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୨୮୦୭.୧୪ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୨୦ ହଜାର ୩୪୪ କୋଟି, ବଜେଟ୍ ରେ କାଳିଆ ପାଇଁ ୧୮୭୪ କୋଟି ଟଙ୍କା ବରାଦ ହୋଇଛି ।

ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ । ଗତ ୨ ବର୍ଷରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରୁଛି । ୨୦୦୫-୨୦୦୬ ଆର୍ଥିକ ବର୍ଷ ପରଠାରୁ କ୍ରମାଗତ ଭାବେ ରାଜସ୍ୱ ବଳକା ହୋଇ ଆସୁଛି । ବିକାଶ ଦିଗରେ କାର୍ଯ୍ୟ ହେତୁ କେନ୍ଦ୍ର ଅନୁଦାନ ଉପରେ ନିର୍ଭର କମିଛି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାରରେ ବୃଦ୍ଧି ସମ୍ଭାବନା ଦେଖାଇଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ୯ ରୁ ୯.୫% ରହିବା ଆକଳନ କରାଯାଇଛି । ୨୦୨୨-୨୩ରେ ରାଜ୍ୟର ଜିଡ଼ିପି ଅଭିବୃଦ୍ଧି ୧୨% ରୁ ଅଧିକ ସମ୍ଭାବନା ଥିବା କହିଛନ୍ତି ।

Previous Post

ବିଜେପିର ଦୋମୁହାଁ ନୀତି କି ?

Next Post

ସତ ଓଗାଳିଲା ରଞ୍ଜନ ନାୟକ

Next Post
ସତ ଓଗାଳିଲା ରଞ୍ଜନ ନାୟକ

ସତ ଓଗାଳିଲା ରଞ୍ଜନ ନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA