Wednesday, September 23, 2026 04:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସତ ଓଗାଳିଲା ରଞ୍ଜନ ନାୟକ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା

by Our Correspondent
31 Mar, 2022- 09:17 PM
in Latest News, News
1 min read
0
ସତ ଓଗାଳିଲା ରଞ୍ଜନ ନାୟକ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଜେରାରେ ସତ ମାନିଗଲା ରାଜ୍ ଓରଫ୍ ରଞ୍ଜନ ନାୟକ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରି କେମିତି ମାରିଲେ ଗୋଟି ଗୋଟି କରି ବଖାଣିଛି । ରଞ୍ଜନ ସତ ଓଗାଳିବା ପରେ ତାକୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଚଣ୍ଡୀଖୋଲ ନିକଟରେ ଥିବା ଏକ ସ୍ପଟ୍ କୁ ନେଇଥିଲେ । ସେହି ଜାଗାରୁ ମାନସଙ୍କ ଦରପୋଡ଼ା ଚପଲ, ଇୟର ଫୋନ୍, ଏକ ଶାଢ଼ୀ, ଅଖା, କୋଦାଳ ଓ ଗଇଁତି ମିଳିଛି ।

ପ୍ରଥମ ଦିନ କ୍ରାଇମବ୍ରାଞ୍ଚ ଆଗରେ ରଞ୍ଜନ ମୁହଁ ଖୋଲି ନ ଥିଲା । ମାତ୍ର ଗତକାଲି ବିଳମ୍ବିତ ରାତି ଯାଏଁ ଜେରା ବେଳେ ରଞ୍ଜନ ସବୁ ସତ ଠାଏ ଠାଏ ମାନିଗଲା । ଶର୍ମିଷ୍ଠା, ଝୁନା,ବିବେକ, ଭାଗ୍ୟଧର ଏବଂ ରଞ୍ଜନ ଚାନ୍ଦବାଲି ଅନ୍ତର୍ଗତ ପଳାସପୁରରୁ ମାନସଙ୍କୁ ଅପହରଣ କରିଥିଲେ । ଅପହରଣ ପରେ ତାଙ୍କୁ ଦୟାଲ ଆଶ୍ରମ ଆଣିଥିଲେ । ନିରଞ୍ଜନ ସେଠୀ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ । ରଞ୍ଜନ, ନିରଞ୍ଜନ ସହ ଅନ୍ୟମାନେ ମାନସଙ୍କୁ ପିଟି ପିଟି ହତ୍ୟା କରିଥିଲେ ।

ହତ୍ୟା ପରେ ଶବକୁ ଏକ ଶାଢ଼ୀରେ ଗୁଡ଼ାଇ ଏକ ଅଖା ଭିତରେ ଭର୍ତ୍ତି କରିଥିଲେ । ଶର୍ମିଷ୍ଠାଙ୍କ କାରରେ ରଞ୍ଜନ ତାହା ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳକୁ ନେଇଥିଲେ । ସେଠାରେ ଏକ ଜଙ୍ଗଲିଆ ଜାଗାରେ ଶବ ପୋତି ତରବରରେ ଫେରି ଆସିଥିଲେ । ତେବେ ଶବ ଗୁଡ଼ା ହୋଇଥିବା ଶାଢ଼ୀ, ଅଖା ଏବଂ ମାନସଙ୍କ କିଛି ଜିନିଷପତ୍ର ରହିଯାଇଥିବାରୁ ସେଗୁଡ଼ିକୁ ରଫାଦଫା କରିବା ପାଇଁ ଚଣ୍ଡିଖୋଲ ରାସ୍ତା ଧରିଥିଲେ । ଚଣ୍ଡୀଖୋଲ ଛକରୁ ୨ କିମି ଦୂର ଡୁବୁରୀ ରାସ୍ତାର ଏକ ନିର୍ଜନ ଓ ଜଙ୍ଗଲିଆ ଜାଗା ଶଙ୍ଖାରିଗଡ଼ାରେ ଅଟକିଥିଲେ । ସେଠାରେ ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖା ଆଦି ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ । ଏକ କୋଦାଳ ଓ ଗଇଁତି ସାହାଯ୍ୟରେ ଏକ ବୁଦାମୂଳେ ଗାତ ଖୋଳି ସବୁ ଜିନିଷକୁ ଫିଙ୍ଗି ସେଠାରୁ ଚାଲି ଆସିଥିଲେ ।

ରଞ୍ଜନଠାରୁ ସତ ଓଗାଳିବା ପରେ ଆଜି ଚଣ୍ଡିଖୋଲ ସ୍ପଟ୍ କୁ ଯାଇଥିଲା କ୍ରାଇମବ୍ରାଞ୍ଚଏବଂ ସେଠାରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍, ଚପଲ କୋଦାଳ, ଗଇଁତି, ଦରପୋଡ଼ା ଅଖା ଓ ଶାଢ଼ୀ ମିଳିଥିବା କ୍ରାଇମବ୍ରାଞ୍ଚପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଦୟାଲ୍ ଆଶ୍ରମରେ ଅଭିଯୁକ୍ତମାନଙ୍କ ସିନ୍ ରିକ୍ରିଏସନ୍ ହେବ ।

Previous Post

୧ ଲକ୍ଷ ୬ ହଜାର କୋଟିର କାମଚଳା ବଜେଟ୍

Next Post

ପ୍ରସନ୍ନ, ଭାସ୍କର, ସସ୍ମିତ୍ ଙ୍କ କାର୍ଯ୍ୟକାଳ ଶେଷ

Next Post
ପ୍ରସନ୍ନ, ଭାସ୍କର, ସସ୍ମିତ୍ ଙ୍କ କାର୍ଯ୍ୟକାଳ ଶେଷ

ପ୍ରସନ୍ନ, ଭାସ୍କର, ସସ୍ମିତ୍ ଙ୍କ କାର୍ଯ୍ୟକାଳ ଶେଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA