Saturday, May 9, 2026 10:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ନୀତି ବିରୋଧରେ ମୋହନଙ୍କ କଡ଼ା ଆଭିମୁଖ୍ୟ

ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪

by Our Correspondent
28 Oct, 2024- 08:11 PM
in Latest News, News
1 min read
0
ଦୁର୍ନୀତି ବିରୋଧରେ ମୋହନଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଲୋକସେବା ଭବନର କନଭେନସନ୍ ହଲଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍‌ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରୀ ମାଧ୍ୟମରେ କାଢିବାକୁ ପଡେ ଠିକ୍ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍‌କୁ ପଠାଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଏ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ ଯେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର ଆପଣମାନେ ସମସ୍ତେ ଜାଣିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟ ବହିର୍ଭୁତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଆମ ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି ନୂତନ ଡିଏସ୍‌ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀ ଗୁଡିକ ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍‌ଇନସିପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ ୨୪ ଜଣ ଚାଟାର୍ଡ ଆକାଉଣ୍ଟାଟ ଓ ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ହୋଇଛି। ଭିଜିଲାନ୍ସ ଟିମର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପଟପ ଯୋଗାଇ ଦିଆଯିବ ଏଥି ସହିତ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଦେଶ ବୁଡି ରହିଥିଲା। ସାଧାରଣ ଜନତା ଏହି ଦୁର୍ନୀତିର ଭାରରେ ଅଣନିଶ୍ୱାସୀ ହୋଇଯାଇଥିଲେ।

୨୦୧୪ରେ ଶାସନ ଡୋରୀ ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ହିଁ ଆରମ୍ଭ କରିଦେଇଥିଲେ ଦୁର୍ନୀତି ବିରୋଧରେ ମହାସଂଗ୍ରାମ। ଯାହା ଆଜିବି ଚାଲୁ ରହିଅଛି। ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର। ଆଜି ଦୁର୍ନୀତିଖୋର ଯେତେ ବଡ ହୋଇଥାଉ ନା କାହିଁକି। ତା ପାଇଁ ଦୁଇଟି ସ୍ଥାନ ରହିଛି। ଜେଲ୍‌ ଅଥବା ବିଦେଶ। ବିଦେଶରେ ବି ସେମାନେ ସୁରକ୍ଷିତ ନୁହନ୍ତି। ଆଇନ୍‌ ବଳରେ ଦେଶକୁ ଆଣି ଜେଲ୍‌ ପଠାଇବାର ସବୁ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି।

ମୋଦୀଜୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ମଧ୍ୟ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଶାସନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରି ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି।

ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍‌ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରୀ ମାଧ୍ୟମରେ କାଢିବାକୁ ପଡେ ଠିକ୍ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍‌କୁ ପଠାଇବାର ବ୍ୟବସ୍ଥା ରହିଛି। ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି।

ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ ଅଥବା ରାଜଧାନୀ ଭୁବନେଶ୍ଵରରେ ସୀମିତ ନରହି ତୃଣମୂଳ ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କ ହାତ ଖୋଲା ରଖା ଯାଇଛି। ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ ଡାଉନ ଓ ବଟମ ଅପ୍‌ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି। ଦୁର୍ନୀତି ବିରୋଧରେ କେବଳ ଗୋଟିଏ ଦୁଇଟି କିମ୍ବା ଅଳ୍ପ କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଏହି ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍‌ର ଭୟ ରହିବ। ତାହେଲେ ଦୁର୍ନୀତିଖୋରଙ୍କ ପାଇଁ ଏହା ଏକ ବାଧକ ହେବ। ଆମ ସରକାର ଦୁର୍ନୀତିର ସମ୍ଭାବନାକୁ ହ୍ରାସ କରିବା ପାଇଁ ସବୁସ୍ତରରେ ଆବଶ୍ୟକ ପଦକ୍ଷପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଦୁର୍ନୀତିର ଚେର ଆଜି ରାଜ୍ୟରେ ମଜଭୁତ୍ ହେଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର। ଉପସ୍ଥିତ ଅଧିକାରୀ ମାନଙ୍କୁ ଉଦାହାରଣ ଦେଇ କହିଥିଲେ ଯେ ଆମେ ଯଦି ସାଧୁତାର ସହ କର୍ତ୍ତବ୍ୟ ପାଳନ କରୁଥିବା ତେବେ ଆମେ ମଧ୍ୟ ଅନ୍ୟ ପାଇଁ ଉଦାହାରଣ ହେବା, ପ୍ରଶଂସନୀୟ ହେବା। ବାତ୍ୟା ଦାନା ସମୟରେ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିଥିବା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ ହେଉଛନ୍ତି ତାର ଜ୍ୱଳନ୍ତ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୨୦୨୯ ମସିହା ମଧ୍ୟରେ ଭାରତ ବର୍ଷର ୫ଟି ସମୃଦ୍ଧ ରାଜ୍ୟ ମଧ୍ୟରେ ଓଡିଶାକୁ ସ୍ଥାନିତ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ। ଏହା ସମ୍ଭବ ହେବ ଆପଣ ସମସ୍ତଙ୍କ ସହଯୋଗରେ। ଅତୀତର ସମୃଦ୍ଧ ଓଡିଶାକୁ ସ୍ମରଣ କରି ୨୦୩୬ରେ ବିକଶିତ ଓଡିଶା ଗଠନ ପାଇଁ ଆମକୁ ଆଗକୁ ବଢିବାକୁ ପଡିବ।

ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ୍ ଭାବେ କୋରାପୁଟ ଡିଭିଜନକୁ, ଶ୍ରେଷ୍ଠ ୟୁନିଟ୍ ଭାବେ ବଲାଙ୍ଗିର ଡିଭିଜନକୁ, ଶ୍ରେଷ୍ଠ ତଦନ୍ତକାରୀ ଅଫିସର ଭାବେ ବାଲେଶ୍ବର ଡିଭିଜନର ଡିଏସ୍‌ପି ଦୁଷ୍ମନ୍ତ କୁମାର ନାୟକ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ଶ୍ରୀମତୀ ସବିତାଞ୍ଜଳି ନାୟକ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ବରର ହେମନ୍ତ କୁମାର ସ୍ୱାଇଁଙ୍କୁ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ। ଦୁର୍ନୀତି ରୋକିବା ପାଇଁ ଆମକୁ ସରକାରୀ ସିଷ୍ଟମରେ ପରିବର୍ତ୍ତନ ଆଣିବା ଦରକାର। ସବୁଥିରେ ସ୍ୱଚ୍ଛତା ରହିବା ଦରକାର ଏବଂ ନାଗରିକ ମାନଙ୍କୁ ସରକାରୀ ସିଷ୍ଟମ ସହ ଯୋଡିବା ଦରକାର। ତାହେଲେ ଯାଇ ଦୁର୍ନୀତି କମିବ। ଆଗାମୀ ଦିନରେ ଗୁଡ୍ ଗଭର୍ଣ୍ଣାନ୍ସ ଓ ଦୁର୍ନୀତି ମୁକ୍ତ ସରକାରର ୨୦୩୬ ବିକଶିତ ଓଡିଶା ଗଠନରେ ବହୁ ଅବଦାନ ରହିବ ବୋଲି ସେ କହିଥିଲେ ।

ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆଜିର ଏହି ଦୁର୍ନୀତି ବିରୋଧରେ ଶପଥ ପାଠର ଗୁଞ୍ଜରଣ ଗର୍ଜନରେ ପରିଣତ ହେବ। କାରଣ ଏଥିରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରୁ ସମସ୍ତେ ଯୋଡି ହୋଇଛନ୍ତି। ଚଳିତ ବର୍ଷ ‘ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ବିଷୟ ବସ୍ତୁ ଉପରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ରାଜ୍ୟର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଓ ଗରିବ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ ଦୁର୍ନୀତି ବିରୋଧରେ ନିରନ୍ତର ଲଢେଇର ଆବଶ୍ୟକତା ରହିଛି। ଏହି ଲଢେଇ କେବଳ ଓଡିଶା ଭିଜିଲାନ୍ସ ବିଭାଗର ନୁହେଁ ଏହା ଆମ ସମସ୍ତଙ୍କର ଲଢେଇ।

ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅସିତ୍ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ, ଆଭାସୀ ମାଧ୍ୟମ ରେ ସମସ୍ତ ଜିଲାପାଳ,ବରିଷ୍ଠ ପୋଲିସ ଅଧିକାରୀ, ଭିଜିଲାନ୍ସ ଅଧିକାରୀ, ପୂର୍ବତନ ବରିଷ୍ଠ ଅଧିକାରୀ, ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Previous Post

ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗିଦାରୀ ରହୁ: ଓମ୍‍ ବିର୍ଲା

Next Post

ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରୁଛନ୍ତି ଅଫିସର !

Next Post
ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରୁଛନ୍ତି ଅଫିସର !

ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରୁଛନ୍ତି ଅଫିସର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA